village
ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ ହଜାର ପଡ଼ାକୁ ମିଳିବ ଗାଁର ମାନ୍ୟତା । ସାରା ରାଜ୍ୟରେ ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ସେହିପରି ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ।
Advertisment
ମୂଳ ରାଜସ୍ୱ ଗ୍ରାମଠାରୁ ଅଧ କିମି ଦୂରରେ ଥିବା ପଡ଼ା ଗୁଡ଼ିକୁ ଗାଁରେ ପରିଣତ କରାଯିବ । ଅଧ କିମି ଦୂରରେ ଥିବ ତଥା ପଡ଼ାରେ ଅତିକମରେ ୨୫୦ ଲୋକ ବସବାସ କରୁଥିଲେ ତାହାକୁ ଗାଁର ମାନ୍ୟତା ଦିଆଯିବ । ଅନ୍ୟପଟେ କୌଣସି ପଡ଼ା ଅଧ କିମି ଦୂର ନଥିଲେ ବି ୩ଶହ ଲୋକ ବାସ କରୁଥିଲେ ତାକୁ ବି ଗାଁରେ ପରିଣତ କରାଯିବ । ୨୫୦ରୁ କମ୍ ଲୋକ ଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ଥିଲେ ଗାଁର ମାନ୍ୟତା ଦିଆଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)