Advertisment

କାମ କଲେ କିନ୍ତୁ ମଜୁରୀ ପାଇଲେ ନାହିଁ

NREGAରେ କାମ କରିବା ପରେ ମିଳୁନି ପାରିଶ୍ରମିକ । ଏନେଇ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସମ୍ବଲପୁର କେଶାଇବାହାଲ ପଞ୍ଚାୟତର ଶହ ଶହ ଶ୍ରମିକ ଏଭଳି ଅଭିଯୋଗ ଆଣି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି।

author-image
Sarbeswar
Narega Work

Narega Work

ଭୁବନେଶ୍ୱର: NREGAରେ କାମ କରିବା ପରେ ମିଳୁନି ପାରିଶ୍ରମିକ । ଏନେଇ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସମ୍ବଲପୁର କେଶାଇବାହାଲ ପଞ୍ଚାୟତର ଶହ ଶହ ଶ୍ରମିକ ଏଭଳି ଅଭିଯୋଗ ଆଣି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଶ୍ରମିକ ମାନେ ପଞ୍ଚାୟତ ଅଧିନରେ ନରେଗା କାମ କରିଛନ୍ତି ହେଲେ ଆବଶ୍ୟକ ପାରିଶ୍ରମିକ ମିଳିନି। ଅନେକ ଥର ଏନେଇ ପଞ୍ଚାୟତ ଅଧିକାରୀ ଓ ଉଚ୍ଚପଦସ୍ତଙ୍କୁ ଜଣାଇବା ପରେ ବି କୌଣସି ଫଳ ମିଳୁନିା ଆଜି ଶ୍ରମିକ ସଂଗଠନ ନେତୃତ୍ୱରେ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ । ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ। ସେହିଭଳି ବଲାଙ୍ଗିର ପାଟଣାଗଡ଼ରୁ ବି ଅଭିଯୋଗ ଆସିଛି। ଦୁଇ ମାସ ଧରି କାମ କରିବା ପରେ ବି ପାଉଣା ପାଇନଥିବା ଅଭିଯୋଗ ହୋଇଛି । କରୋନା କାଳରେ ଏଭଳି ଅବ୍ୟବସ୍ଥା ଶ୍ରମିକଙ୍କ ସମସ୍ୟାକୁ ବଢ଼ାଇଛିା

Advertisment

କେବଳ ଏଇଠି ନୁହେଁ ପୂର୍ବରୁ ଯାଜପୁରର ମଧ୍ୟ ସମାନ ଚିତ୍ର ଆସିଥିଲା। ମନରେଗା ଏବଂ ପଞ୍ଚାୟତିରାଜ୍ ଓ ପାନୀୟଜଳ ବିଭାଗ ପକ୍ଷରୁ ପୋଖରୀ ଖୋଳା ଏବଂ ପଥର ପ୍ୟାକିଙ୍ଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଆସିଥିଲା ଅଭିଯୋଗ । ଆଉ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିଲା ଯାଜପୁର ଜିଲ୍ଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତରୁ। ପ୍ରାୟ ୧୩ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନକୁ ନାଁକୁ ମାତ୍ର କାମକରି ମିଳିମିଶି ଚଳୁ କରିଦେଇଥିବା ଅଭିଯୋଗ କରି ଏହାର ଉଚ୍ଚସ୍ଥରୀୟ ତଦନ୍ତ ଦାବୀ କରିଥିଲେ ଗ୍ରାମବାସୀ। ସେପଟେ ଚିରାଚରିତ ଢଙ୍ଗରେ ବିଡିଓ କହିଥିଲେ, ତଦନ୍ତ ପରେ ପଦକ୍ଷେପ ନେବୁ।

Advertisment

ଏହାସହ ସୁବର୍ଣ୍ଣପୁରରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା। ଭୂତ କରିଥିଲା ରାସ୍ତା କାମ । ଖୋଦ ସରକାରୀ ରେକର୍ଡ ଏପରି ଅବାନ୍ତର ତଥ୍ୟ ଦେଇଛି । ମୃତ୍ୟୁ ପରେ ବି ମନରେଗା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଭୂତ ଶ୍ରମିକ । ରାସ୍ତା କାମରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହୋଇଛି ହେଲେ ରାସ୍ତାର ଅବସ୍ଥା ଦେଖିଲେ, ଏଥିରେ ଦୁର୍ନୀତିର ଗନ୍ଧ ବାରି ହେଇଯାଉଛି । ସୁବର୍ଣ୍ଣପୁର ଜିଲ୍ଲା ଯୁବରାଜପୁର ଗାଁରୁ ଆସିଥିଲା ଏଭଳି ଅଭିଯୋଗ । ତେବେ ବାରମ୍ବାର ଅଭିଯୋଗ ପରେ ବି ମନରେଗା କାମରେ କମିବାରେ ନା ଧରୁନାହିଁ ଦୁର୍ନୀତି।

NREGA
Advertisment
Advertisment