• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନିକା(ଦିଲ୍ଲୀପ କୁମାର ସାହୁ) : ପ୍ରତ୍ୟେକ ଗାଁକୁ ରାସ୍ତା ହେବ । ପିଇବା ପାଣିଠୁ ଆରମ୍ଭ କରି ହାତ ପାହାନ୍ତରେ ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ତ ସୁବିଧା ମିଳିବ । ନିର୍ବାଚନ ସମୟରେ ଏମିତି କେତେ କଣ ପ୍ରତିଶୃତି ମିଳୁଛି । ହେଲେ ନିର୍ବାଚନ ସରିଲା ପରେ ପ୍ରତିଶୃତି ରହିଯାଉଛି ପ୍ରତିଶୃତିରେ । ସ୍ୱାଧିନତାର ଏତେ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ଟିଏ ମଧ୍ୟ ତିଆରି ହୋଇନାହି । ଏଥର ରାଜନେତାଙ୍କ ଫମ୍ପା ପ୍ରତିଶୃତି କାମ ଦେବ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ରୋଡ ନାହିଁ ତ ଭୋଟ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅସୁରଗଡ ଗାଁ ଲୋକେ ।

ଗାଁକୁ ରାସ୍ତା ନ ହେଲେ ଭୋଟ ବର୍ଜନ । ଏଭଳି ଚେତାବନୀ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅସୁରଗଡ ଗାଁ ଲୋକେ । ବର୍ଷ ବର୍ଷ ରାସ୍ତା ପାଇଁ ହିନସ୍ତା ହେବା ପରେ ଏଭଳି ପଦକ୍ଷେପ ନେଇଥିବା ଲୋକେ କହିଛନ୍ତି । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ପ୍ରତି ଥର ରାସ୍ତା ନିର୍ମାଣ ଲାଗି ଫମ୍ପା ପ୍ରତିଶୃତି ପରେ ପ୍ରତିଶୃତି ମିଳୁଛି । ହେଲେ ନିର୍ବାଚନ ସରିଲା ପରେ ବଦଳୁନାହି ଚିତ୍ର । କିନ୍ତୁ ଏଥର ନିର୍ବାଚନରେ ନେତାଙ୍କୁ ପାନେ ଦେବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।

ବରଗଡ ଜିଲ୍ଲା ଭେଡେନ ବ୍ଲକ ସାଲେପାଲିରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କମିରା ଛକରୁ ଅସୁରଗଡ ତାଳମୁଣ୍ଡା ଗାଁକୁ ସଂଯୋଗ କରୁଥିବା ୫ କିଲୋମିଟର ଆରଡି ରାସ୍ତା ଯେମିତି ମରଣଯନ୍ତା ପାଳଟିଛି । ଦିର୍ଘ ୧୩ ବର୍ଷ ହେଳାଣି ଏହି ରାସ୍ତା ଉପରେ ମାଟି ମୁଠାଏ ପଡିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା ସାରା ଖାଲଢିପ ହେବା ସହିର ଗେଟି ପଥର ବାହାରି ଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଠୁ ଆରମ୍ଭକରି ଗାଁ ଲୋକେ ଦୈନନ୍ଦିନ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏମିତିକି ରାସ୍ତାରେ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଧନଜୀବନ ମଧ୍ୟ ଚାଲିଯାଇଥିବା ଗ୍ରାମବାସୀ କହିଛନ୍ତି । ସେପଟେ ଆରଡି ବିଭାଗର ଜେଇଙ୍କୁ ଫୋନ୍‌ଯୋଗେ ପଚାରିବାରୁ ଫଣ୍ଡ ଆସିନାହିଁ, ପଇସା ଆସିଲେ କାମହେବ ବୋଲି କହିଛନ୍ତି ।