Advertisment

ସରକାରଙ୍କ ଅଜବ ନିୟମ; ଏଠି ମରିବା ମନା

ଭାରତ ସହିତ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏମିତି ଅଜବ ଜିନିଷ ଦେଖିବାକୁ ମିଳେ ଯାହା ବିଷୟରେ ଶୁଣିଲା ପରେ ବି ବିଶ୍ୱାସ କରି ହେବ ନାହିଁ। ଏମିତି ଏକ ଜାଗା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଯାଗାରେ ଦୀର୍ଘ ୭୦ ବର୍ଷ ହେବ କେହି ମରି ନାହାନ୍ତି। ଏହା ଅବିଶ୍ୱାସ ଲଗୁଥିଲେ ବି ସତ।

author-image
Pramod Behera
No one died in this unique place for 70 years

No one died in this unique place for 70 years

ଭାଗବତର ଏକ ବାଣୀ ଅନୁସାରେ “ମର୍ତ୍ୟେ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ।” ଅର୍ଥାତ ଏ ଧରା ପୃଷ୍ଠ ହେଉଛି ମରଣଶୀଳ ଦୁନିଆ। ପୃଥିବୀର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ମଣିଷ ମରେ ନାହିଁ। ତାହା ଭାରତ ହେଉ, ଆମେରିକା ହେଉ ବା ଚୀନ୍, ଋଷ୍ , ଇଟାଲୀ ପରି ବିକଶିତ ଦେଶ; ସବୁଠାରେ ମଣିଷର ମୃତ୍ୟୁ ଅଛି।

Advertisment

ଯଦି ବି ଆପଣକୁ କେହି ଜଣେ କୁହେ ଯେ ଏମିତି ଏକ ଯାଗା ଅଛି ଯେଉଁଠି ମଣିଷ ମରେ ନାହିଁ, ତାହା ଆପଣ କେବେ ବି ବିଶ୍ୱାସ କରିବେ ନାହିଁ। କିନ୍ତୁ ଏହା ସତ। ପୃଥିବୀରେ ଏମିତି ଏକ ଅଦ୍ଭୁତ ଜାଗା ଅଛି ଯେଉଁଠି ୭୦ ବର୍ଷ ହେବ କୌଣସି ମଣିଷ ମରି ନାହାନ୍ତି। ତେବେ ନିଶ୍ଚିତ ଭାବି ପାରନ୍ତି ଏଠାରେ ବୋଧେ କେହି ରହୁ ନ ଥିବେ। କିନ୍ତୁ ସେଭଳି କିଛି ନିହେଁ। ଏଠାରେ ମଧ୍ୟ ଲୋକେ ରୁହନ୍ତି କିନ୍ତୁ ୭୦ ବର୍ଷ ହେବ ଏଠାରେ କାହାର ମୃତ୍ୟୁ ହୋଇନି।

Advertisment

ଏହି ଅଦ୍ଭୁତ ଜାଗା ନର୍‌ୱେରେ ଅଛି। ଏଠାରେ ଅନେକ ସୁନ୍ଦର ସ୍ଥାନ ରହିଛି ଯାହା ନେଇ ଏହା ଦୁନିଆର ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳୀରେ ସାମିଲ୍ ହୋଇଛି। ନର୍‌ୱେରେ ଥିବା ଏହି ଜାଗାର ନାମ ହେଉଛି ଲଙ୍ଗ୍‌ ଇୟରୱେନ୍। ଏଠାରେ କେହି ବି ମରନ୍ତି ନାହିଁ। ଏହା ଶୁଣି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଙ୍କି ମାରୁଥିବ ଯେ ଏହା ସମ୍ଭବ କିପରି?

ନର୍‌ୱେ ମିଡ୍‌ନାଇଟ୍ ସନ ଭାବେ ମଧ୍ୟ ଜଣାଶୁଣା। ଏହି ଦେଶରେ ମେ ମାସରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ଲଗାତର ୭୬ ଦିନ ପର୍ଯ୍ୟନ୍ତ ଦିନ ରହେ। ଏଠାରେ ଥିବା ସ୍ୱଲ୍‌ୱାର୍ଡରେ ମଧ୍ୟ ଏପ୍ରିଲ୍ ୧୦ରୁ ଅଗଷ୍ଟ୍ ୨୩ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଲଙ୍ଗ୍‌ ଇୟରୱେନ୍‌ରେ ଏଠାର ସ୍ଥାନୀୟ ପ୍ରଶାସନ ଏକ ଆଇନ ତିଆରି କରିଛନ୍ତି ଯାହା ଦ୍ୱାରା ଏଠାକାର ଲୋକ ମରନ୍ତି ନାହିଁ।

No one died in this unique place for 70 years୭୦ ବର୍ଷ ହେବ କେହି ମରି ନାହାନ୍ତି ଏଠି

ନର୍‌ୱେର ଉତ୍ତର ମେରୁରେ ଥିବା ଲଙ୍ଗ୍‌ ଇୟରୱେନ୍‌ରେ ବର୍ଷସାରା ଭୀଷଣ ଥଣ୍ଡା ପଡିଥାଏ। ଏହି କାରଣରରୁ ଏଠାକାର ଶବ ପଚେ ନାହିଁ। ଏହି କାରଣରୁ ଏଠାକାର ପ୍ରଶାସନ ମଣିଷ ଉପରେ ମରିବା ନିଷେଧାଜ୍ଞା ଜାରି କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏଠାରେ ୭୦ ବର୍ଷ ହେବ କାହାର ମୃତ୍ୟୁ ହୋଇନି।

ଏହି ସହରରେ ‌ଈସାଇ ଧର୍ମର ଲୋକେ ଅଧିକ ରୁହନ୍ତି। ୧୯୧୭ରେ ଏଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା, ଯିଏ ଇନ୍‌ଫ୍ଲୁଏଞ୍ଜାରେ ପିଡୀତ ଥିଲେ। ଏହି ବ୍ୟକ୍ତିଙ୍କର ଶବକୁ ଲଙ୍ଗ ଇୟରୱେନ୍‌ରେ ସମାଧି ଦିଆଯାଇଥିଲା। ଏହି ବ୍ୟକ୍ତିଙ୍କର ଶବରେ ଏବେ ମଧ୍ୟ ଇନ୍‌ଫ୍ଲୁଏଞ୍ଜା ଭାଇରସ ଅଛନ୍ତି। ଏହି କାରଣରୁ ସ୍ଥାନୀୟ ପ୍ରଶାସନ ଏଠାରେ କାହାରିକୁ ମରିବାକୁ ମନା କରିଛି, ଯାହା ଫଳରେ କୌଣସି ମହାମାରୀରୁ ଲୋକଙ୍କୁ ରକ୍ଷା କରାଯାଇପାରିବ।

ଏହି ସହରରେ ପ୍ରାୟ ୨ ହଜାର ଲୋକ ବାସ କରନ୍ତି। ଯଦି ଏଠାରେ କେହି ବ୍ୟକ୍ତି ରୋଗରେ ପଡନ୍ତି, ତେବେ ତାଙ୍କୁ ଉଡାଜାହାଜରେ ଅନ୍ୟ ସ୍ଥାନକୁ ନିଆଯାଏ। ସେଠାରେ ମୃତ୍ୟୁ ପରେ ତାଙ୍କର ସେହି ସ୍ଥାନରେ ହିଁ ଅନ୍ତିମ ସଂସ୍କାର କରି ଦିଆଯାଏ।

Special Story
Advertisment
Advertisment