Advertisment

ଓଡ଼ିଶାର ବକିଂହାମ ପାଲେସ: ବାହାରେ ଚକ୍‌ଚକ୍‌, ଭିତରେ ନଷ୍ଟ

ପ୍ରତାପଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜରେ ଶିକ୍ଷାର ବିକାଶ ଲାଗି ଏହି କୋଠାରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ କଲେଜ ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆଜିଯାଏ ଏହି କୋଠାରେ ଏମ୍‌ପିସି କଲେଜ ଚାଲିଛି। ହେଲେ କୋଠାଟି ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି। ଏମିତି ସ୍ଥିତି ହୋଇଛି ଯେ, ସରକାରଙ୍କ ପକ୍ଷରୁ ଏହି କଲେଜ କୋଠାର ୫ଟି ଅଂଶକୁ ବିପଦଜନକ ବୋଲି ଘୋଷଣା ମଧ୍ୟ କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଓଡ଼ିଶାର ବକିଂହାମ ପାଲେସ: ବାହାରେ ଚକ୍‌ଚକ୍‌, ଭିତରେ ନଷ୍ଟ

MPC college

ବାରିପଦା: ସାମନାକୁ ଚକ୍‌ଚକ୍ ଦେଖାଯାଉଥିବା ମୟୂରଭଞ୍ଜ ରାଜପ୍ରାସାଦ ଭିତରୁ ନଷ୍ଟ ହେବାକୁ ବସିଲାଣି ଲଣ୍ଡନର ବକିଂହାମ ପାଲେସ ଭଳି ଦେଖାଯାଉଥିବା ଏହି ରାଜବାଡ଼ି। ୧୮୦୪ରେ ମୟୂରଭଞ୍ଜର ମହାରାଣୀ ସୁମିତ୍ରା ଦେବୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଗ୍ରୀକ୍ ଓ ଭୋଇରିଆ ଇଂଜିନିଅରଙ୍କ ସ୍ଥାପତ୍ୟ କଳାରେ ତିଆରି ଏହି କୋଠାରେ ୧୨୬ଟି କୋଠରୀ ରହିଛି। ମହାରାଜା କୃଷ୍ଣଚନ୍ଦ୍ର ଭଂଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହି ରାଜପ୍ରାସାଦରୁ ହିଁ ଶାସନ କରୁଥିଲେ।

Advertisment

ହେଲେ ପ୍ରତାପଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜରେ ଶିକ୍ଷାର ବିକାଶ ଲାଗି ଏହି କୋଠାରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ କଲେଜ ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆଜିଯାଏ ଏହି କୋଠାରେ ଏମ୍‌ପିସି କଲେଜ ଚାଲିଛି। ହେଲେ କୋଠାଟି ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି। ଏମିତି ସ୍ଥିତି ହୋଇଛି ଯେ, ସରକାରଙ୍କ ପକ୍ଷରୁ ଏହି କଲେଜ କୋଠାର ୫ଟି ଅଂଶକୁ ବିପଦଜନକ ବୋଲି ଘୋଷଣା ମଧ୍ୟ କରାଯାଇଛି। 

ଏମପିସି କଲେଜର କ୍ଲାସ ରୁମ, ଷ୍ଟାଫରୁମର କାନ୍ଥ, ଛାତ ଫାଟି ଆଁ କଲାଣି। ସେହିପରି କ୍ଲାସ ରୁମର କାନ୍ଥ ଛାତ, ବାରଣ୍ଡା ଚାରିଆଡ଼େ ପାଣି ଗଳି ଶିଉଳି ଲାଗି ଗଲାଣି କଲେଜର ପରିସଂଖ୍ୟାନ ବିଭାଗ, ପ୍ରାଣୀ ବିଜ୍ଞାନ ବିଭାଗ, ପଦାର୍ଥ ବିଜ୍ଞାନ, ଷ୍ଟୋର ରୁମ୍, ଲେକଚରର କମନ ରୁମ୍, ବଏଜ୍ ହଷ୍ଟେଲ ଆଦି ବିପଦ ସଂକୁଳ ଅବସ୍ଥାରେ ରହିଛି। ଦୁଇ ଶହ ବର୍ଷର ଏହି କୋଠାରେ କଲେଜ ହେଲା ଦିନଠୁ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ିଛନ୍ତି। ଏଣୁ ଏହାର ସୁରକ୍ଷା ଲାଗି ସମସ୍ତେ ଆଗେଇ ଆସିବାକୁ ପୁରାତନ ଛାତ୍ର ଆହ୍ୱାନ ଦେଇଛନ୍ତି। 

Advertisment
MPC Autonomous College Odisha News
Advertisment
Advertisment