/odishatv-khabar/media/post_attachments/uploadimage/library/16_9/16_9_0/Nanda_Sir_1638195356.jpg)
Nanda Sir
ଯାଜପୁର: ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାର୍ ଅସୁସ୍ଥ । ଆଜି ସକାଳେ ମୁଣ୍ଡ ବୁଲାଇ ତଳେ ପଡିଯିବା ପରେ ତାଙ୍କୁ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଇଞ୍ଜେକସନ ଓ ସାଲାଇନ୍ ଦେବା ପରେ ଉନ୍ନତି ନହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅତ୍ୟଧିକ ମାନସିକ ଚାପ ଯୋଗୁ ଏଭଳି ହୋଇଥିବା ତାଙ୍କ ଘରଲୋକ ପ୍ରକାଶ କରିଛନ୍ତି ।
ଗତକାଲି ନନ୍ଦ ସାରଙ୍କ ବଡ଼ ପୁଅଙ୍କୁ ପଡ଼ୋଶୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲ । ସୁକିନ୍ଦା ଥାନା କନ୍ତିରା ଗାଁରେ ଜମିଜମା ବିବାଦରୁ ନନ୍ଦ ସାରଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୋଲିସ । ହେଲେ ଏନେଇ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ପୋଲିସ ଏସଂପର୍କରେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛି ।
ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । ଯାହାକୁ ନେଇ ଜିଲ୍ଲା କି ରାଜ୍ୟ ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଚାଲିଛି । ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା କରିଥିଲେ ।
ତେବେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କୁ ସମ୍ମାନିତ କରିବା ପାଇଁ ଯେତେବେଳେ ନାଁ ଘୋଷଣା କରାଯାଇଥିଲା ସମଗ୍ର କନ୍ତିରା ଗାଁରେ ଲୋକେ ଟିଭିକୁ ଚାତକ ପରି ଅନାଇଥିବା ଗ୍ରାମବାସୀ ଓ ପରିବାର ସଦସ୍ୟ ମାନେ ନିଜର ପତିକ୍ରିୟାରେ କହିଥିଲେ । ଖାଲି ସେତିକି ନୁହେଁ ପଦ୍ମଶ୍ରୀ ନନ୍ଦ ପୃଷ୍ଟି ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ଫେରିବା ବେଳେ ସମଗ୍ର ଅଂଚଳବାସୀ ତାଙ୍କୁ ସ୍ୱାଗତ କରିବାକୁ ଅନେଇ ବସିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)