/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633439040.jpg)
kalimela Motor Lunch
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଯାତାୟାତ ପାଇଁ ପୂର୍ବରୁ ଅନେକ ମୋଟର ଲଞ୍ଚ ବାଲିମେଳା ଜଳ ଭଣ୍ଡାରରେ ଯାତାୟାତ କରୁଥିଲା । କିନ୍ତୁ ପ୍ରଶାସନର ରକ୍ଷଣାବେକ୍ଷଣା ଅଭାବରୁ ଏବେ ପ୍ରାୟ ବୋଟ ଅଚଳ ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହି ନଷ୍ଟ ହେବାକୁ ବସିଛି । ମାତ୍ର ହାତ ଗଣତି କେତୋଟି ଲଞ୍ଚ ଚାଲୁଥିବା ବେଳେ ଅନ୍ୟ ସବୁ ଦଦରା ଅବସ୍ଥାରେ ପଡିରହିଛି । ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ଦାବି ହୋଇଛି ।
Also Read
ଦିନେ ସ୍ୱାଭିମାନ ଅଂଚଳର ଲାଇଫଲାଇନ୍ ଥିଲା ମୋଟର ଲଞ୍ଚ । କିନ୍ତୁ ଆଜି ପରିତ୍ୟକ୍ତ ଅବସ୍ଥାରେ ଏଣେତେଣେ ପଡିରହିଛି । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହେବା ଉପରେ ବସିଛି । କିଏ ମାଟିରେ ମିଶିବାକୁ ବସିଲାଣି, କିଏ ପାଣିରେ ବୁଡି କଳଙ୍କି ଲାଗି ଗଲାଣି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ପୂର୍ବରୁ ଯିବା ଆସିବା କରିବାକୁ ବାଲିମେଳା ଜଳଭଣ୍ଡାରରେ ମୋଟର ଲଞ୍ଚ ଲୋକଙ୍କ ଏକମାତ୍ର ଭରସା । କିନ୍ତୁ ଗୁରୁପ୍ରିୟ ସେତୁ ନିର୍ମାଣ ପରେ ଏବେ ରାସ୍ତା ପାଲଟିଛି ଗମନାଗମନର ମୁଖ୍ୟ ମାଧ୍ୟମ । ଯାହା ଫଳରେ ମୋଟର ଲଞ୍ଚର ବ୍ୟବହାର କମିଯାଇଛି । ସିନ୍ଧିପୁଟ, ପଣସପୁଟ, ଆଲାମପକା, ରାମଗୁଡା ଭଳି ଗାଁକୁ ଏବେ ମାତ୍ର ୪ଟି ମୋଟର ଲଞ୍ଚ ଯାତାୟାତ କରୁଛି ।
ବିଭିନ୍ନ ପଞ୍ଚାୟତକୁ ଦିଆଯାଇଥିବା ସ୍ପିଡ଼ ବୋଟ ଗୁଡିକ ମଧ୍ୟ ଏବେ ଅଚଳ ହୋଇପଡିଛି । କେଉଁ ବୋଟ ଉପରେ ଥିବା ତାରପାଲ ଘୋଡଣି ବର୍ଷା ପାଣିରେ ନଷ୍ଟ ହୋଇଯାଇଛି ତ ଆଉ କେଉଁ ବୋଟ ଇଞ୍ଜିନ ଖରାପ ଥିବା ଯୋଗୁଁ ନଦୀ କୂଳରେ ପଡିରହିଛି । ହାତ ଗଣତି କେତୋଟି ମୋଟର ଲଞ୍ଚ ଚାଲୁଛି । ସରକାର କା ମାଲ୍ ଦରିୟା ମେ ଡାଲ୍ ନୀତିରେ ରକ୍ଷଣା ବେକ୍ଷଣା ଅଭାବରୁ ଏଗୁଡିକ କବାଡିରେ ବିକ୍ରି ହେବା ପରିସ୍ଥିତିରେ ଥିବା ଲୋକେ କହୁଛନ୍ତି । ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)