Advertisment

କରୋନା କାଳରେ ମଙ୍କି-ବି ଭାଇରସ୍‌ ଆତଙ୍କ

ବିନାଶକାରୀ କୋଭିଡ-୧୯ ମହାମାରୀ ସହିତ ବିଶ୍ୱ ମୁକାବିଲା କରୁଥିବାବେଳେ ଚାଇନାରେ ଆଉ ଏକ ନୂଆ ଭାଇରାଲ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଦେଶରେ ପ୍ରଥମ ମଙ୍କୀ ବି ଭାଇରସ୍ (ବିଭି) ସଂକ୍ରମିତ ମିଳିଥିବା ଦାବି ହୋଇଛି। ଜଣେ ପ୍ରାଣୀ ଚିକିତ୍ସକ ଦୁଇଟି ପ୍ରାଣୀକୁ ବିଛିନ୍ନ କରିବା ସମୟରେ ଏହି ଜୀବାଣୁ ସଂପର୍କରେ ଆସିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
କରୋନା କାଳରେ ମଙ୍କି-ବି ଭାଇରସ୍‌ ଆତଙ୍କ

Monkey B Virus

ନୂଆଦିଲ୍ଲୀ: ବିନାଶକାରୀ କୋଭିଡ-୧୯ ମହାମାରୀ ସହିତ ବିଶ୍ୱ ମୁକାବିଲା କରୁଥିବାବେଳେ ଚାଇନାରେ ଆଉ ଏକ ନୂଆ ଭାଇରାଲ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଦେଶରେ ପ୍ରଥମ ମଙ୍କୀ ବି ଭାଇରସ୍ (ବିଭି) ସଂକ୍ରମିତ ମିଳିଥିବା ଦାବି ହୋଇଛି। ଜଣେ ପ୍ରାଣୀ ଚିକିତ୍ସକ ଦୁଇଟି ପ୍ରାଣୀକୁ ବିଛିନ୍ନ କରିବା ସମୟରେ ଏହି ଜୀବାଣୁ ସଂପର୍କରେ ଆସିଥିଲେ।

Advertisment

ଚଳିତ ବର୍ଷ ମାର୍ଚ୍ଚରେ ପ୍ରଥମେ ରିପୋର୍ଟ ହୋଇଥିବା ଏହି ମାମଲା ଗତ ସପ୍ତାହରେ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ଚାଇନା ସିଡିସି) ବୈଠକରେ ପ୍ରକାଶ ପାଇଥିଲା। ମେ ମାସରେ ଅନେକ ଡାକ୍ତରଖାନା ପରିଦର୍ଶନ କରିବା ପରେ ସର୍ଜନଙ୍କର ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ, ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍‌ରେ ବିଶ୍ଳେଷଣ ପରେ ରୋଗୀଙ୍କଠାରେ ଆଲ୍‌ଫାହର୍ପେସଭାଇରସ୍ ସଂକ୍ରମଣ ହୋଇଥିବ ଜଣାଯାଇଥିଲା।

ପରବର୍ତ୍ତୀ କ୍ରମ ପାଇଁ ରୋଗୀଠାରୁ ବ୍ଲିଷ୍ଟର ଫ୍ଲୁଇଡ୍, ରକ୍ତ, ନାସାଲ୍ ସ୍ୱାବ୍, ଥ୍ରୋଟ୍ ସ୍ୱାବ୍ ଏବଂ ପ୍ଲାଜ୍‌ମା ମଧ୍ୟ ସଂଗ୍ରହ କରାଯାଇଥିଲା। ଏହି ନମୁନାଗୁଡିକ ଚାଇନା ସିଡିସିର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍‌ ଭାଇରାଲ୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ (IVDC) କୁ ପଠାଯାଇଥିଲା, ଯେଉଁଠାରେ ଏହା ମଙ୍କୀ ବିଭି ବୋଲି ଜଣାଯାଇଥିଲା।

Advertisment

ମଙ୍କୀ ବିଭି ମାକେକ୍ (ଏକ ପ୍ରଜାତିର ମାଙ୍କଡ) ଦ୍ୱାରା ସଂକ୍ରମିତ ହୋଇଥିବା ଜଣାଯାଏ। ଏହି ଜୀବାଣୁ ମାକେକ୍ ଦ୍ୱାରା ସଂକ୍ରମିତ ହେଉଥିବାବେଳେ ଶିମ୍ପାଞ୍ଜି ଏବଂ କାପୁଚିନ୍ ମାଙ୍କଡମାନେ ମଧ୍ୟ ସଂକ୍ରମିତ ହୋଇ ମରିପାରନ୍ତି। ବି ଭାଇରସ୍‌କୁ ସାଧାରଣତଃ ହର୍ପସ୍ ବି, ମଙ୍କୀ ବି ଭାଇରସ୍, ହର୍ପେସଭାଇରସ୍ ସିମିଆ ଏବଂ ହର୍ପେସଭାଇରସ୍ ବି ବୋଲି ମଧ୍ୟ କୁହାଯାଏ।

ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) କହିଛି ଯେ ଲୋକଙ୍କଠାରେ ବି ଭାଇରସ ସଂକ୍ରମଣ ବିରଳ ଥିଲା ଏବଂ ୧୯୩୨ ମସିହାରେ ଏହାର ପ୍ରଥମ ଚିହ୍ନଟ ହେବା ପରଠାରୁ ଏହା ମାତ୍ର ୫୦ ଜଣଙ୍କୁ ସଂକ୍ରମିତ କରିଥିଲା। ସେମାନଙ୍କ ମଧ୍ୟରୁ କେବଳ ୨୧ ଜଣଙ୍କର ମୃତ୍ୟୁ ହୋଇଛି।

ଚାଇନାର ସର୍ଜନ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଏପର୍ଯ୍ୟନ୍ତ ମାନବ ସଂକ୍ରମଣକୁ ନେଇ କୌଣସି ଖବର ଆସି ନାହିଁ ଏବଂ କଣ୍ଟାକ୍ଟ ଟ୍ରେସିଂ ନେଗେଟିଭ୍ ଫଳାଫଳ ଦେଖାଇଛି। ୧୯୩୨ ପରଠାରୁ ଯେଉଁ ୫୦ଟି ମାମଲା ବାହାରିଛି ତାହା ମାଙ୍କଡ଼ କାମୁଡ଼ିବା କିମ୍ବା ଆମ୍ପୁଡିବା ପରେ କିମ୍ବା ମାଙ୍କଡ଼ରୁ ଟିସୁ କିମ୍ବା ତରଳ ପଦାର୍ଥ ବାହାରି ବ୍ୟକ୍ତିର ଚର୍ମର ସଂସ୍ଷର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାଯାଇଛି।

ଏହି ଜୀବାଣୁ ଲାଳ, ମଳ, ପରିସ୍ରା, ମସ୍ତିଷ୍କ କିମ୍ବା ମାକେକର ମେରୁଦଣ୍ଡ ଟିସୁରେ ଦେଖାଯାଏ, ଯାହା ପୃଷ୍ଠରେ ଘଣ୍ଟା ଘଣ୍ଟା ଧରି ରହିପାରେ, ବିଶେଷତଃ ଆର୍ଦ୍ରତା ସମୟରେ। ସାଧାରଣ ଲୋକ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା କମ୍ ଥିବାବେଳେ ଲାବୋରେଟୋରୀ କର୍ମଚାରୀ, ପ୍ରାଣୀ ଚିକିତ୍ସକ ଏବଂ ଅନ୍ୟମାନଙ୍କ ମଧ୍ୟରେ ଏହା ଅଧିକ, ଯେଉଁମାନେ ମାଙ୍କଡ କିମ୍ବା ସେମାନଙ୍କ ନମୁନାର ସଂସ୍ପର୍ଶରେ ଆସିଥାଆନ୍ତି।

ଠିକ୍ କରୋନା ଭାଇରସ୍ ପରି, ମଙ୍କୀ ବି ଭାଇରସ୍‌ର ପ୍ରଥମ ଲକ୍ଷଣ ଫ୍ଲୁ ପରି, ଯେଉଁଥିରେ ଜ୍ୱର ଏବଂ ଥଣ୍ଡା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ। ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେବା ପରେ ଦେହରେ ଫୋଟକା ହୋଇ କ୍ଷତ ହୋଇପାରେ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଶ୍ୱାସରେ କଷ୍ଟ ହେବା, ବାନ୍ତି ହେବା, ପେଟ ଯନ୍ତ୍ରଣା, ଖଣ୍ଡି କାସ ଆଦି ଅନ୍ତର୍ଭୁକ୍ତ।

ଏହି ରୋଗର ମାତ୍ରା ବଢିଗଲେ ମସ୍ତିଷ୍କ ଓ ମେରୁଦଣ୍ଡର ଫୁଲା ହୋଇପାରେ, ଫଳସ୍ୱରୂପ ସ୍ନାୟୁଗତ ଏବଂ ପ୍ରଦାହଜନକ ଲକ୍ଷଣ, ମାଂସପେଶୀରେ ସମସ୍ୟା, ମସ୍ତିଷ୍କରେ ପ୍ରଭାବ ଏବଂ ସ୍ନାୟୁ ପ୍ରଣାଳୀରେ ଗୁରୁତର କ୍ଷତି ହୋଇପାରେ। ସିଡିସି ଅନୁଯାୟୀ, ଲକ୍ଷଣଗୁଡ଼ିକ ଗୋଟିଏ ଦିନରୁ ତିନି ସପ୍ତାହ ମଧ୍ୟରେ ଭିନ୍ନ ହୋଇପାରେ।

ବର୍ତ୍ତମାନ, ମଙ୍କୀ ବି ଭାଇରସକୁ ପ୍ରତିରୋଧ କରିବା ପାଇଁ କୌଣସି ଟିକା ବାହାରି ନାହିଁ। ତେବେ ଉଚିତ ସମୟରେ ଆଣ୍ଟିଭାଇରାଲ୍ ଔଷଧ ହିଁ କେବଳ ଜୀବନର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯଦି ମାଙ୍କଡ଼ କାମୁଡେ କ୍ଷତକୁ ସାବୁନ୍, ଡିଟରଜେଣ୍ଟ କିମ୍ବା ଆୟୋଡିନରେ ୧୫ ମିନିଟ୍ ପର୍ଯ୍ୟନ୍ତ ଧୋଇ ଦେବା ଉଚିତ। ଏହା ସହିତ କ୍ଷତ ସ୍ଥାନରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ପାଣି ଢାଳନ୍ତୁ ଏବଂ ପରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Monkey B Virus
Advertisment
Advertisment