Advertisment

ବାଚସ୍ପତି, ସାଂସଦଙ୍କୁ ଘେରିଗଲେ ଗାଁ ଲୋକେ, ବନ୍ଦ ହେଲା ଉଦ୍‌ଘାଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ। ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ ଲୋକେ।

author-image
Chandan Shishu
ଅଦ୍ୟତନ ହୋଇଛି
People questioned to Assembly Speaker

People questioned to Assembly Speaker

ବ୍ରହ୍ମପୁର: ଉଦଘାଟନ କାର୍ଯ୍ୟକ୍ରମରେ ଯିବା ବେଳେ ଲୋକଙ୍କ ଅସନ୍ତୋଷର ଶିକାର ହେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ସ୍ମାର୍ଟ କ୍ଲାସ୍ ରୁମ୍ ଏବଂ ନବନିର୍ମିତ ମିଶନ ଶକ୍ତି କୋଠାର ହୋଇପାରିଲାନି ଉଦଘାଟନ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଦିଗପହଣ୍ଡି ଟିକରପଡା ଗାଁରେ। ସ୍ମାର୍ଟ କ୍ଲାସ୍ ରୁମ୍ ଏବଂ ନବନିର୍ମିତ ମିଶନ ଶକ୍ତି କୋଠା ଉଦଘାଟନ କରିବାକୁ ଯାଇଥିବା ବେଳେ ବାଚସ୍ପତି ଓ ସାଂସଦଙ୍କୁ ଘେରାଉ କରିଥିଲେ ଲୋକେ। ଦୀର୍ଘ ୨ ଘଣ୍ଟା ଧରି ଉଭୟ ଫସି ରହିଥିଲେ।

Advertisment

ଗାଁରେ ରାସ୍ତା ଘାଟ ଠିକ ନ ଥିବା, ଗରିବ ଲୋକଙ୍କୁ ସହାୟତା ମିଳିନଥିବା ଅଭିଯୋଗ କରି ଲୋକେ ଉଭୟଙ୍କୁ ଘେରାଉ କରିଥିଲେ। ପୋଲିସ ଲୋକଙ୍କୁ ବୁଝାସୁଝା କରିବା ବେଳେ କିଛି ସମୟ ପାଇଁ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ଶେଷରେ ନିଜେ ବାଚସ୍ପତି ସମସ୍ତ ଅସନ୍ତୁଷ୍ଟ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ପଞ୍ଚାୟତ ପକ୍ଷରୁ ନବନିର୍ମିତ କୋଠା, ଚେକ୍ ଡ୍ୟାମକୁ ବାଚସ୍ପତି ଉଦ୍ଘାଟନ କରିଥିବା ବେଳେ ସ୍କୁଲର ସ୍ମାର୍ଟ କ୍ଲାସରୁମ୍ ଓ ମିଶନ ଶକ୍ତି ଗୃହ ଉଦଘାଟନ ହୋଇପାରିନଥିଲା।

ଡାକବଙ୍ଗଳାରେ ଥିବାବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କ ବିରୋଧରେ ନାରାବାଜିଡାକବଙ୍ଗଳାରେ ଥିବାବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କ ବିରୋଧରେ ନାରାବାଜି

ସେପଟେ କୁଚିଣ୍ଡାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ କରାଯାଇଛି। ମନ୍ତ୍ରୀ ଟୁକୁନି ସାହୁ ଡାକବଙ୍ଗଳାରେ ଥିବା ବେଳେ କଂଗ୍ରେସ ଓ ବିଜେପି କର୍ମୀମାନେ ନାରାବାଜି କରିଛନ୍ତି। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡା ଗସ୍ତରେ ଆସିଥିବା ବେଳେ କଂଗ୍ରେସ ଓ ବିଜେପି କର୍ମୀମାନେ ତାଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ବିଜେପି ଓ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବା ବେଳେ ସେମାନଙ୍କ ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦ କରି ଆଜି କଂଗ୍ରେସ ଓ ବିଜେପି କର୍ମୀମାନେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରିଛନ୍ତି। 

Advertisment
Berhampur Assembly Speaker Odisha
Advertisment
Advertisment