Advertisment

ସ୍କୁଲ ପିଲାଙ୍କ ଚାଉଳ ଖାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ !

ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ କାଠମୁଣ୍ଡା ନୋଡାଲ ଉପ୍ରା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ରାଉତ ବିଦ୍ୟାଳୟ ଚାଉଳ ବଂଟନରେ ହେରଫେର କରିବା ସହ ବିଦ୍ୟାଳୟରେ ଶିକ୍ଷା ପରିଚାଳନା କମିଟି ଗଠନ ନକରି କାର୍ଯ୍ୟରତ ସିଆରସିସିଙ୍କ ସହ ମିଶି ଏପର୍ଯ୍ୟନ୍ତ ପିଲାମାନଙ୍କ ପୋଷାକ ବଣ୍ଟନ କରିନାହାଁନ୍ତି।

author-image
Sarbeswar
Bhadrak

Bhadrak

ଭଦ୍ରକ: ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ। ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ କାଠମୁଣ୍ଡା ନୋଡାଲ ଉପ୍ରା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ରାଉତ ବିଦ୍ୟାଳୟ ଚାଉଳ ବଂଟନରେ ହେରଫେର କରିବା ସହ ବିଦ୍ୟାଳୟରେ ଶିକ୍ଷା ପରିଚାଳନା କମିଟି ଗଠନ ନକରି କାର୍ଯ୍ୟରତ ସିଆରସିସିଙ୍କ ସହ ମିଶି ଏପର୍ଯ୍ୟନ୍ତ ପିଲାମାନଙ୍କ ପୋଷାକ ବଣ୍ଟନ କରିନାହାଁନ୍ତି।

Advertisment

ଅଭିଯୋଗ କେବଳ ଏତିକିରେ ସୀମିତ ନାହିଁ ବରଂ ପିଲାମାନଙ୍କ ବ୍ୟାଙ୍କ ଜମାଖାତାକୁ ଅଦ୍ୟାବଧି ମଧ୍ୟାହ୍ନ ଭୋଜନ ଅର୍ଥରାଶୀ ଜମା ନହେବା ବାବଦରେ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଗତ ତା ୨୯.୦୯.୨ ୦୨୧ ରିଖରେ ଜିଲ୍ଲାପାଳଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ଜିଲ୍ଲାପାଳ ବ୍ଲକ ଶିକ୍ଷାଧିକାରୀଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ତା ୪.୧୦.୨୦ ୨୧ ରିଖରେ ତଦନ୍ତ ପାଇଁ ପଠାଇଥିଲେ । ବିଦ୍ୟାଳୟରେ ଅନିୟମିତତା ହୋଇଥିବା ୨ ଅଧିକାରୀ ଅବଗତ ହେଲା ପରେ ସଂପୃକ୍ତା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ନିକଟସ୍ଥ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ ବିଶ୍ୱାଳଙ୍କୁ କାର୍ଯ୍ୟ ତୁଲାଇବା ପାଇଁ ସ୍ଥିର କରିଥିଲେ ।

Advertisment

ଜଣେ ନିୟମିତ ପ୍ରଧାନ ଶିକ୍ଷକ ନଆସିବା ପର୍ଯ୍ୟନ୍ତ ଶ୍ରୀ ବିଶ୍ୱାଳଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇବା ପାଇଁ ତାଙ୍କୁ ଲିଖିତ ଆଦେଶ ପତ୍ର ଦେଇଥିଲେ । ମାତ୍ର ଏହା ସଂପୂର୍ଣ୍ଣ ମିଥ୍ୟ ପ୍ରତିଶୃତି ଏଥିରେ କିଛି କାର୍ଯ୍ୟକାରୀ ହେଲାନାହିଁ । ଏପରି ସ୍ଥିତିରେ ଯଦି ଉପଯୁକ୍ତ ପଦକ୍ଷେପ ନିଆ ନଯାଏ, ପିଲା ମାନଙ୍କର ସ୍କୁଲଲ ପରିତ୍ୟାଗ ପ୍ରମାଣପତ୍ର ଉକ୍ତ ସ୍କୁଲରୁ ନେଇ ଅନ୍ୟତ୍ର ଆଡମିସନ କରିବାକୁ ବାଧ୍ୟହେବୁ । ତୁରନ୍ତ ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ଦେଇଥିଲେ ବ୍ଲକ ଶିକ୍ଷାଧିକାରୀପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଏହି ଘଟଣା ଜଣାପଡ଼ିବା ପରେ ସାରା ଜିଲ୍ଲାରେ ଜୋରସୋରରେ ଚର୍ଚ୍ଚା ଚାଲିଛି ଏବଂ ଶିକ୍ଷୟିତ୍ରୀଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି।

Midday Meal Scheme Bhadrak Odisha
Advertisment
Advertisment