Advertisment

ଶବ ବିନା ଜଳିଲା ଜୁଇ : ନିଖୋଜର ୩୬ ବର୍ଷ ପରେ ପ୍ରତୀକାତ୍ମକ ଶବର ସତ୍କାର କଲେ ପରିବାର ଲୋକ

ଆପଣ ଅନେକ ଅନ୍ତେଷ୍ଟିରେ ସାମିଲ ହୋଇଥିବେ। କ୍ରିୟାକର୍ମ ବି ଦେଖିଥିବେ। ହେଲେ ଏମିତିକା ଶୁଦ୍ଧିକ୍ରିୟା କେବେ ହେଲେ ଦେଖି ନଥିବେ ବି ଶୁଣି ନଥିବେ। ଶବ ନଥାଇ ମଶାଣି ଯାଇଥିଲା କୋକେଇ। ହେଲେ ଏମିତି କାହିଁକି ହେଲା ଜାଣନ୍ତୁ

author-image
Prangyan Parimita
ଅଦ୍ୟତନ ହୋଇଛି
jagatsinghpur

jagatsinghpur

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଭିନ୍ନ ଏକ ଅନ୍ତେଷ୍ଟି । ଶବ ବିନା ମଶାଣିରେ ଜଳିଲା ଜୁଇ । ରାମ ନାମ ସତ୍ୟ ହେ । ହରି ନାମ ସତ୍ୟ ହେ କହି କହି ମଶାଣି ଗଲା ଶବ । ସାଙ୍ଗରେ ଗଲେ ସାହି ପଡିଶା ଓ ସଂପର୍କୀୟ । ଶଶ୍ମାନ ମାଟି କୋକେଇ ଛୁଇଁବା ପରେ ଲଦା ହେଲା ଜୁଇ। କାଠ ଉପରେ ଶବକୁ ଲଦି ଦିଆଗଲା ମୁଖାଗ୍ନି । ଆଉ ତା’ପରେ ହୁତୁ ହୁତୁ ହୋଇ ଜଳିଲା ଜୁଇ ।  ବିନା ଶବରେ କୋକେଇ ମଶାଣି ଯିବା ପରି ଘଟଣା ପାଇଁ ଚାରିଆଡେ ଚର୍ଚ୍ଚା। ଆରମ୍ଭ ହୋଇଛି  । ଜଗତସିଂହପୁର ଜିଲ୍ଲା ଶିଖର ପଞ୍ଚାୟତ ପାଟେଣୀ ଗାଁର ଏହି ଶବ ସତ୍କାରକରାଯାଇଛି ।

Advertisment

କୋକେଇରେ ମୃତଦେହ ବଦଳରେ ଥିଲା ପ୍ରତୀକାତ୍ମକ ଶବ । ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବର ଆଗେ ଆଗେ ମୁଖାଗ୍ନି ଧରି ଯାଉଥିଲା ପୁଅ ବାସୁଦେବ। ନାତି ଖଇ କଉଡ଼ି ବିଞ୍ଚି ବିଞ୍ଚି ଯାଉଥିବା ବେଳେ ସଂକୀର୍ତ୍ତନ ମଣ୍ଡଳୀ ସହ ଯାଉଛନ୍ତି ବନ୍ଧୁ ପରିଜନ। ତେବେ କାହିଁକି ଏପରି ଆୟୋଜନ। ପ୍ରକୃତ କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।

ନାଉଗାଁ ବ୍ଲକ ପାଟେଣୀ ଗାଁର ବେଣୁଧର ଜେନା କୋଲକାତାର ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ। ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ପତ୍ନୀ ଶୋଭାବତୀ ଗାଁରେ ରହି ଆସୁଥିଲେ। ଏଇ କିଛି ବର୍ଷ ହେବ ବେଣୁଧରଙ୍କ ପତ୍ତା ମିଳୁ ନାହିଁ। ଘର ଲୋକ ବିଭିନ୍ନ ଆଡେ ଖୋଜାଖୋଜି କରିବା ସହ କୋଲକାତା ଯାଇ ବେଣୁଧର କାର୍ଯ୍ୟ କରୁଥିବା ସଂସ୍ଥାରେ ଖୋଜ ଖବର ନେଇଥିଲେ। ହେଲେ ଦୀର୍ଘ ଦିନ ହେବ ବେଣୁଧର କାମକୁ ଆସୁ ନଥିବା କଂପାନୀ ପକ୍ଷରୁ କୁହାଯିବା ପରେ ଗାଁକୁ ଫେରି ଥିଲେ ସଂପର୍କୀୟ। ଏହା ଭିତରେ ବିତିଗଲାଣି ୩୬ ବର୍ଷ।

Advertisment

ବେଣୁଧରଙ୍କ ନିଖୋଜ ପରଠୁ ପରିବାରରେ ଦେଖା ଦେଇଛି ବିଭିନ୍ନ ସମସ୍ୟା। ଯାହାକୁ ନେଇ ପୁରୀ ପଣ୍ତିତଙ୍କ ସହ ଆଲୋଚନା କରିଥିଲେ ସଂପର୍କୀୟ। ପଣ୍ଡିତ ଆଉ ଜ୍ୟୋତିଷଙ୍କ ପରାମର୍ଶକ୍ରମେ ବେଣୁଧରଙ୍କ ପୁଅ ବାସୁଦେବ ଏଇ କାର୍ତ୍ତିକ ମାସରେ ବାପାଙ୍କ ଶୁଦ୍ଧିକ୍ରିୟା କରିଛନ୍ତି। ରୀତିନୀତି ଅନୁସାରେ ୧୪ ଦିନ ପଯ୍ୟନ୍ତ ବେଣୁଧରଙ୍କ କ୍ରିୟାକର୍ମ ହୋଇଛି। କାହାଣୀ ପରି ଲାଗୁଥିବା ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Representative Last Rites
Advertisment
Advertisment