Advertisment

ମହର୍ଷି ବାତ୍ସାୟନ ଆଜୀବନ ବ୍ରହ୍ମଚାରୀ ଥାଇ ବି କିପରି ଲେଖିଲେ ‘କାମସୂତ୍ର’

ଆମେ ସମସ୍ତେ ଜାଣୁ ଯେ ମହର୍ଷି ବାତ୍ସାୟନ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ ବିକ୍ରୟ ପୁସ୍ତକ କାମସୂତ୍ରର ଲେଖକ। କିନ୍ତୁ ଅଧିକାଂଶ ହୁଏତ ଜାଣି ନ ଥିବେ ବାତ୍ସାୟନ ଜଣେ ଆଜୀବନ ବ୍ରହ୍ମଚାରୀ ଥିଲେ। ଏହା ସତ୍ତ୍ୱେ ତାଙ୍କର ଯୌନ ସମ୍ବନ୍ଧରେ ପ୍ରଗାଢ ଜ୍ଞାନ ଥିଲା। ସେ ଏହି କଳାକୁ ଅନେକ ନୂତନ ଏବଂ ସୁନ୍ଦର ଦିଗ ଦେଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
ମହର୍ଷି ବାତ୍ସାୟନ ଆଜୀବନ ବ୍ରହ୍ମଚାରୀ ଥାଇ ବି କିପରି ଲେଖିଲେ ‘କାମସୂତ୍ର’

Kamasutra and Vatsyayana

ଆମେ ସମସ୍ତେ ଜାଣୁ ଯେ ମହର୍ଷି ବାତ୍ସାୟନ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ ବିକ୍ରୟ ପୁସ୍ତକ କାମସୂତ୍ରର ଲେଖକ। କିନ୍ତୁ ଅଧିକାଂଶ ହୁଏତ ଜାଣି ନ ଥିବେ ବାତ୍ସାୟନ ଜଣେ ଆଜୀବନ ବ୍ରହ୍ମଚାରୀ ଥିଲେ। ଏହା ସତ୍ତ୍ୱେ ତାଙ୍କର ଯୌନ ସମ୍ବନ୍ଧରେ ପ୍ରଗାଢ ଜ୍ଞାନ ଥିଲା। ସେ ଏହି କଳାକୁ ଅନେକ ନୂତନ ଏବଂ ସୁନ୍ଦର ଦିଗ ଦେଇଥିଲେ। ଏହି କ୍ରମରେ ସେ କାମସୂତ୍ର ପରି ଏକ ମହାନ ଗ୍ରନ୍ଥ ରଚନା କରିଥିଲେ ଯାହା ଶତାବ୍ଦୀ ପରେ ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି।

Advertisment

ତେବେ ଆସନ୍ତୁ ଏହି ମହାନ ଗ୍ରନ୍ଥକାରଙ୍କ ବିଷୟରେ ବିସ୍ତୃତ ଭାବେ ଜାଣିନେବା। ବନାରସରେ ବହୁ ସମୟ ବିତାଇଥିବା ମହର୍ଷି ବାତ୍ସାୟନଙ୍କୁ ବିରାଟ ଜ୍ଞାନୀ ବୋଲି ବିବେଚନା କରାଯାଏ, ଯିଏକି ବେଦ ଉପରେ ମଧ୍ୟ ପ୍ରଚୁର ଜ୍ଞାନ ଅର୍ଜନ କରିପାରିଥିଲେ। ସେ ଦ୍ୱିତୀୟ ଏବଂ ତୃତୀୟ ଶତାବ୍ଦୀରେ ପାଟନାରେ ରହୁଥିଲେ ବୋଲି ବିଶ୍ୱାସ କରାଯାଏ।

Advertisment

ପ୍ରଥମ ଥର ପାଇଁ ମହର୍ଷି ବାତ୍ସାୟନ ଜଣେ ବୈଜ୍ଞାନିକ ଭାବରେ କହିଥିଲେ ଯେ ଆକର୍ଷଣ ବିଜ୍ଞାନ କ’ଣ? ସେ ବିଶ୍ୱାସ କରୁଥିଲେ ଯେ ଜୀବନ ସହିତ ଜଡିତ ସମସ୍ତ ଦିଗ ବିଷୟରେ ଆମେ ଯେଉଁଭଳି ଭାବରେ ଆଲୋଚନା କରୁ, ସେହିଭଳି ଭାବରେ ଆମେ ଯୌନ ସମ୍ପର୍କକୁ ଅବହେଳା କରିବା ଉଚିତ ନୁହେଁ। ବାତ୍ସାୟନ ଧାର୍ମିକ ଶିକ୍ଷା ସହିତ ଜଡିତ ଥିଲେ। ସେ କାମସୂତ୍ର ଲେଖିଥିଲେ ମଧ୍ୟ କେବେବି ଯୌନ କାର୍ଯ୍ୟରେ ଲିପ୍ତ ନ ଥିଲେ ବୋଲି କୁହାଯାଏ।

କୁହାଯାଏ ଯେ ବାତ୍ସାୟନ ବେଶ୍ୟାଳୟ ଯାଇ ସେଠାରେ ବିଭିନ୍ନ ଯୌନ ସମ୍ବନ୍ଧୀୟ ମୁଦ୍ରା ଦେଖି ନଗରବଧୁ ଓ ବେଶ୍ୟାଙ୍କ ସହ କଥାବାର୍ତ୍ତା କରିବା ପରେ କାମସୂତ୍ର ଲେଖିଥିଲେ। ପ୍ରସିଦ୍ଧ ଲେଖିକା ୱେଣ୍ଡି ଡୋନିଗର୍ ମଧ୍ୟ ତାଙ୍କ ପୁସ୍ତକ ‘ରିଡିମିଙ୍ଗ ଦ କାମସୂତ୍ର’ରେ ମହର୍ଷି ବାତ୍ସାୟନଙ୍କ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି। କାମସୂତ୍ରକୁ ଅସଲ ପୁସ୍ତକ ବା ଜୀବନ ଜୀଇବାର କଳା ବା ଆର୍ଟ ଅଫ୍ ଲିଭିଙ୍ଗ୍ ଭାବରେ ଦେଖାଯିବା ଉଚିତ।

ଐତିହାସିକଙ୍କ ଅନୁଯାୟୀ ମହର୍ଷି ବାତ୍ସାୟନ ଅନୁଭବ କରିଥିଲେ ଯେ ଯୌନ ପ୍ରସଙ୍ଗକୁ ଖୋଲାଖୋଲି ଆଲୋଚନା କରାଯିବା ଉଚିତ। ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। ତାଙ୍କ ପୁସ୍ତକ ମାଧ୍ୟମରେ ସେ ନିଶ୍ଚିତ କରିବାକୁ ଚେଷ୍ଟା କରିଥିଲେ ଯେ ଲୋକମାନେ ଏ ବାବଦରେ ଉତ୍ତମ ଶିକ୍ଷା ପାଇପାରିବେ। ଆଜି ବି ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ପୁସ୍ତକକୁ ରେଫର୍ କରନ୍ତି। ହଜାରେ ବର୍ଷ ପରେ ମଧ୍ୟ ଏହା ପ୍ରାସଙ୍ଗିକ ଅଟେ।

ବାତ୍ସାୟନ ମଧ୍ୟ ଜଣେ ମହାନ ଦାର୍ଶନିକ ଥିଲେ। ସେ ନ୍ୟାୟ ସୂତ୍ର ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ। ଏହି ପୁସ୍ତକ ସାଧାରଣତଃ ଆଧ୍ୟାତ୍ମିକ ଉଦାରବାଦୀତା ଉପରେ ଥିଲା ଯାହା ଜନ୍ମ ଏବଂ ଜୀବନ ଉପରେ ଆଧାରିତ। ଏହା ମୋକ୍ଷ ବିଷୟରେ ମଧ୍ୟ କହିଥାଏ। ଏହା ଏକ ଚମତ୍କାର ପୁସ୍ତକ, ଯାହା ବାତ୍ସାୟନ କେତେ ବିଲକ୍ଷଣ ବୁଦ୍ଧିର ଅଧିକାରୀ ଥିଲେ ତାହା କହିଥାଏ। ତେବେ ଏହି ପୁସ୍ତକ ଉପରେ ଅଧିକ ଆଲୋଚନା ହୋଇ ନାହିଁ।

ହିନ୍ଦୀ ଏନସାଇକ୍ଲୋପିଡ଼ିଆରେ ନୀତିସାରର ଲେଖକ କାମନ୍ଦକଙ୍କୁ ଚାଣକ୍ୟଙ୍କର ପ୍ରଧାନ ଶିଷ୍ୟ କୁହାଯାଏ। ବିଶେଷଜ୍ଞଙ୍କ ମତରେ କାମନ୍ଦକ ହିଁ ବାତ୍ସାୟନ ଥିଲେ।

Vatsyayana Kamasutra
Advertisment
Advertisment