• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସିକା( ମନୋଜ ମୁନୀ) ମୋ ବିଶ୍ୱାସରେ ବିଷ ଦେଲା । ୯ ବର୍ଷ ପୂର୍ବରୁ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ମୋ ଭଉଣୀ ଅଛି କହି ମୋତେ ଭୁଲାଉଥିଲା । ସେ ଶାଶୂ ଘର ଗଲା ପରେ ତୋତେ ବିବାହ କରିବି । ଆମେ ମିଶିକି ରହିବା ବୋଲି କହୁଥିଲା । ସେଥିପାଇଁ ମୁଁ ଏତେ ବର୍ଷ ଅପେକ୍ଷା କଲି । ହେଲେ ଏବେ ଆଉ ଜଣଙ୍କୁ ବିବାହ କରିବି କହୁଛି । ପ୍ରେମ, ପ୍ରତାରଣା, ଧୋକାର ଏ ଆଉ ଏକ କାହାଣୀ ।

ଶାରୀରିକ ସମ୍ପର୍କ ରଖି ଭୁଲିଗଲା ପ୍ରେମିକ । ସାତ ଜନମର ସାଥୀ କରିବାର ପ୍ରତିଶ୍ରୁତି ଦେଇ ବିଶ୍ୱାସରେ ବିଷ ଦେଲେ । ତେବେ ପ୍ରେମିକର ଅନ୍ୟଠାରେ ବିବାହ ଠିକ୍ ହୋଇଥିବା ଜାଣି ହାତରେ ପ୍ରେମିକର ପାସପୋର୍ଟ ସାଇଜ୍ ଫଟୋ ଧରି ଧାରଣାରେ ବସିଛନ୍ତି ପ୍ରେମିକା । ଦୀର୍ଘ ୯ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିବାହ ପ୍ରତିଶୃତି ଦେଇ ପ୍ରେମିକ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ଶେରଗଡ଼ ଥାନା ଅନ୍ତର୍ଗତ ତୋଟା ସାହିରେ ଘଟିଛି।

ଶେରଗଡ଼ ବ୍ଲକ ହରେକୃଷ୍ଣପୁର ଗ୍ରାମର ଜୟଚଣ୍ଡୀ କୋଲନୀର ୩୫ ବର୍ଷୀୟା ମହିଳା ଝୁନୁ ନାଇକ ମୂଲ ଲାଗି ଜୀବିକା ଅର୍ଜନ କରନ୍ତି । ମା ମୋଚିଆଣି ନାଇକ ବୟସଙ୍କ ସହ ରହୁଥିଲେ । ତୋଟା ସାହିର ୩୦ ବର୍ଷୀୟ ଗଗନ ବାଡ଼ତ୍ୟା ଗତ ୯ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖୁଥିଲା । ବିବାହ କରିବ ବୋଲି ସ୍ୱପ୍ନ ଦେଖାଉଥିଲା । କିନ୍ତୁ ଗତ ୨୬ ତାରିଖ ଦିନ ପ୍ରେମିକ ଅନ୍ୟତ୍ର ବାହା ହେବା ଖବର ପାଇଥିଲେ । ଆଉ ଏନେଇ ଝୁନୁ ଶେରଗଡ଼ ଥାନାରେ ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ନ ପାଇ ଶେଷରେ ଝୁନୁ ପ୍ରେମିକ ଗଗନଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ନ୍ୟାୟ ନ ମିଳିଲେ ବିଷ ଖାଇ ଆତ୍ମହତ୍ୟା କରିବି ବୋଲି କହିଛନ୍ତି।

ଏପଟେ ଧାରଣା ସ୍ଥଳରେ ଝୁନୁଙ୍କ ସହ ତାଙ୍କ ବୃଦ୍ଧା ମା ମଧ୍ୟ ବସିଛନ୍ତି । ଝିଅକୁ ନ୍ୟାୟ ନମିଳିବା ଯାଏ ଗଗନର ଘର ସମ୍ମୁଖରୁ ହଟିବୁ ନାହିଁ ବୋଲି ଅଡ଼ି ବସିଛନ୍ତି, ଯାହାକୁ ନେଇ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି।