Advertisment

ଜଗା ଜମି ହଡପ୍‌!

ଖୋଦ୍ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହଡ଼ପ ଲାଗି ଚାଲିଥିଲା ଚକ୍ରାନ୍ତ । ବାଲେଶ୍ୱର ସୋରରେ ଶ୍ରୀଜିଉଙ୍କ ଜମିକୁ ହ଼ଡ଼ପ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପରେ ଜାଗିଛି ଶ୍ରୀମନ୍ଦିର ପ୍ରଶାସନ । ଏ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ଦୁଇ ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କ ନାଁରେ ସୋର ଥାନାରେ ଏତଲା ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Sri Jagannath Temple Land Scam

Sri Jagannath Temple Land Scam

ଭୁବନେଶ୍ୱର: ଖୋଦ୍ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହଡ଼ପ ଲାଗି ଚାଲିଥିଲା ଚକ୍ରାନ୍ତ । ବାଲେଶ୍ୱର ସୋରରେ ଶ୍ରୀଜିଉଙ୍କ ଜମିକୁ ହ଼ଡ଼ପ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପରେ ଜାଗିଛି ଶ୍ରୀମନ୍ଦିର ପ୍ରଶାସନ । ଏ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ଦୁଇ ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କ ନାଁରେ ସୋର ଥାନାରେ ଏତଲା ହୋଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ସୁପ୍ରିମକୋର୍ଟଙ୍କ ନାଁରେ ଫର୍ଜି ଡକ୍ୟୁମେଣ୍ଟ କରି ଜାଲି ଉପାୟରେ ଜମି ନେବାକୁ ଯୋଜନା କରିଥିବାର ସୂଚନା ମିଳିଛି । ଏ ମହା ଷଡ଼ଯନ୍ତ୍ରରେ ଆଉ କିଏ ସାମିଲ ଅଛି, ତାର ଖୋଳତାଡ଼ ଆରମ୍ଭ କରାଯାଇଛି । ତେଣେ ଏ ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାଯର୍ୟାନୁଷ୍ଠାନ ସହ ମହାପ୍ରଭୁଙ୍କ ଜମିର ସୁରକ୍ଷା ପାଇଁ ବ୍ୟବସ୍ଥିତ ଉପାୟ ଅବଲମ୍ବନ ପାଇଁ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ।

Advertisment

ବର୍ଷ ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ଜମିକୁ ନିଜ ନାଁରେ କରାଇ ନେବାକୁ ଚାଲିଥିଲା ହୀନ ଚକ୍ରାନ୍ତ । ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଏପରିକି ସୁପ୍ରିମକୋର୍ଟଙ୍କ ନାଁରେ ଜାଲ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ଜମି ହଡ଼ପର ଷଡ଼ଯନ୍ତ୍ର କରୁଥିଲେ ଅପରାଧୀ । ବାଲେଶ୍ୱରେ ଜିଲ୍ଲା ସୋର ତହସିଲ ଅଧୀନରେ ଚାଲିଥିବା ଏଭଳି ଏକାଧିକ ମାମଲା ସାମ୍ନାକୁ ଆସିବା ପରେ ଜାଗିଛି ପୁରୀ ଜିଲ୍ଲା ପ୍ରଶାସନ । ଏହି ଜମି ହଡ଼ପ ଉଦ୍ୟମ ମାମଲାରେ ସାମିଲ ଥିବା ଶ୍ରୀମନ୍ଦିର ପ୍ରଶାସନ କାଯର୍ୟାଳୟର ଦୁଇ ପୂର୍ବତନ ଅମୀନଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୁପକ୍ଷ । ତା’ସହ ଏ ମହାଅପରାଧିକ ଷଡ଼ଯନ୍ତ୍ର ପଛରେ ଆଉ କିଏ ରହିଛନ୍ତି, ତାର ବି ଖୋଳତାଡ଼ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳ ଏକ ଫ୍ୟାକେଟ୍ ଫାଇଣ୍ଡିଙ୍ଗ କମିଟି ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଶାସନକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂହ ।

Advertisment

ଶ୍ରୀଜିଉଙ୍କ ନାଁରେ ଥିବା ଜମିକୁ ଫୋର୍ ଟ୍ୱେଣ୍ଟି ଉପାୟରେ କିଛି ପେଷାଦାର ଦଲାଲଙ୍କ ଜରିଆରେ କେମିତି ହେଉଥିଲା ହଡ଼ପ ଯୋଜନା?

ସୋର ଅଞ୍ଚଳରେ ମହାପ୍ରଭୁଙ୍କ ମାଲିକାନାରେ ରହିଛି ଶହ ଶହ ଏକର ସମ୍ପତ୍ତି । ତେବେ ଏହାର ମାଲିକାନା ସତ୍ତ୍ୱ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ, ଶ୍ରୀକ୍ଷେତ୍ର ପୁରୀ ମାର୍ଫତ ଟ୍ରଷ୍ଟି ବୋର୍ଡ ଅଧୀନରେ ରହିଛି । ଏହି ଜମିକୁ ବିଭିନ୍ନ ବର୍ଗର ଲୋକେ ଭୋଗ କରୁଥିବା ବେଳେ କିଛି ଦଖଲକାରୀ ନିଜ ନାଁକୁ ନେବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କୁ ଏହି ବେଆଇନ୍ କାର୍ଯ୍ୟରେ ସୋର ଅଞ୍ଚଳର ନିଶାକର ପାତ୍ର ନାମକ ଜଣେ ବ୍ୟକ୍ତି ସହଯୋଗ କରୁଥିବା ଅଭିଯୋଗ ହୋଇଛି । ନିଶାକର ଏହି ବେଆଇନ୍ କାମ କରାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ହାତେଇ ଥିବା ଅଭିଯୋଗ ଆସିଛି । ସବୁଠୁ ବଡ଼ କଥା ହେଲା, ନିଶାକରଙ୍କୁ କାମରେ ସହଯୋଗ କରୁଥିଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ଅମୀନ ନିଯୁକ୍ତି ପାଇଥିବା ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ରବି ନାରାୟଣ ଦାସ । ଜମି ଡକୁମେଣ୍ଟେସନ୍ ପାଇଁ ଆବେଦନ ବେଳେ ସୋରୋ ତହସିଲଦାର ଡକ୍ୟୁମେଣ୍ଟ ଜାଲ ବୋଲି ଜାଣିବାକୁ ପାଇଥିଲେ । ଏହା ପରେ ଏହି ଦୁଇ ଜଣଙ୍କ ନାଁରେ ସୋର ଥାନାରେ ଏତଲା ଦିଆଯାଇଥିଲା ।

ଏପଟେ ସୋରରେ ମହାପ୍ରଭୁଙ୍କ ଜମିର ମାଲିକାନା ସତ୍ତ୍ୱ ପରିବର୍ତ୍ତନ ପାଇଁ ଚଞ୍ଚକତା ପରେ ଶ୍ରୀଜିଉଙ୍କ ଜମିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ । ସେହିଭଳି ଏ ଷଡ଼ଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାଯର୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି ।ଏବେ ପ୍ରଶ୍ନ ଉଠିଛି, କେବଳ ସୋର ନାଁ ରାଜ୍ୟର ଅନ୍ୟ ସ୍ଥାନରେ ବି ମହାପ୍ରଭୁଙ୍କ ଜମିକୁ ନିଜ ନାଁରେ କରାଇବାକୁ ସକ୍ରିୟ ନାହାନ୍ତି ତ ଅପରାଧୀ ? ସୋର ତହସିଲଦାର ନକଲି ଡକ୍ୟୁମେଣ୍ଟର ସୁରାକ୍ ପାଇଥିବା ଏହି ଫର୍ଜି କାଗଜ ବଳରେ ଅନ୍ୟ କେଉଁଠୁ ହଡ଼ପ ହୋଇନି ତ ଜଗନ୍ନାଥଙ୍କ ଜମି?

ରିପୋର୍ଟର- ନିରଞ୍ଜନ ଦାସ ଓ ମଧୁସୂଦନ ମିଶ୍ର

Duplicate Document Land Scam Sri Jagannath Temple
Advertisment
Advertisment