Advertisment

ତେଜୁଛି ଖରସ୍ରୋତା ପ୍ରକଳ୍ପ ବିବାଦ: ମୁହାଁମୁହିଁ ହେଲେ ପୋଲିସ-ଆନ୍ଦୋଳନକାରୀ

ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
ତେଜୁଛି ଖରସ୍ରୋତା ପ୍ରକଳ୍ପ ବିବାଦ: ମୁହାଁମୁହିଁ ହେଲେ ପୋଲିସ-ଆନ୍ଦୋଳନକାରୀ

Kendrapada issue

କେନ୍ଦ୍ରାପଡ଼ା: ତେଜିବାରେ ଲାଗିଛି କେନ୍ଦ୍ରାପଡ଼ା ଖରସ୍ରୋତା ପ୍ରକଳ୍ପ ବିବାଦ। ଏହି ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହିତ ପୋଲିସ ମୁହାଁମୁହିଁ ହୋଇଛି। ରାଜକନିକାର ଭାରିଗଦାରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ହେବାର ପ୍ରସ୍ତାବ ଅଛି। କିନ୍ତୁ ଏହାକୁ କେତେକ ଲୋକ ଜୋରଦାର ବିରୋଧ କରୁଛନ୍ତି। ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି।

Advertisment

ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ତେଜିଛି । ସ୍ଥାନୀୟ ଅଂଚଳରେ ୧୪୪ ଧାରି ଜାରି କରି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଛି । ପ୍ରକଳ୍ପ କାମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ତିନିଟି ପଞ୍ଚାୟତର ଶହ ଶହ ଲୋକ । ରାସ୍ତା ଉପରେ ଟାୟାର ଜାଳି ଜୁନ୍‌ ୧୦ରେ ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ । ସେପଟେ ଫୋର୍ସ ମୁତୟନ ସହ କାମ ଜାରି ରଖିଛି ପ୍ରଶାସନ ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଜାରି ହୋଇଛି ୧୪୪ ଧାରା । ପ୍ରକଳ୍ପ ଅଂଚଳର ଭାରିଗଦା, ବାଳକାଟି ଓ ବରୁଣାଡିଆ ପଞ୍ଚାୟତରେ ୨ ମାସ ପାଇଁ କଟକଣା ଲଗାଇଛି ପ୍ରଶାସନ । ଆଉ ପ୍ରଶାସନ ବିରୋଧରେ ଜନତାଙ୍କ କ୍ଷୋଭ ନକହିଲେ ଭଲ । ପ୍ରକଳ୍ପ ବିରୋଧରେ ମେଳି ବାନ୍ଧି ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଗ୍ରାମବାସୀ । ନାରା ଦେଇଛନ୍ତି, ଜୀବନ ଦେବେ ପଛେ ଖରସ୍ରୋତା ପାଣି ଛାଡିବେ ନାହିଁ । ବ୍ୟାପକ ବିରୋଧ ଭିତରେ ପ୍ରକଳ୍ପ ସ୍ଥଳରୁ ବିପକ୍ଷବାଦୀଙ୍କୁ ବାନ୍ଧି ନେଇଥିଲା ପୋଲିସ ।

Advertisment

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୬୮ କୋଟି ଟଙ୍କା । ପ୍ରକଳ୍ପ ଜରିଆରେ ଭଦ୍ରକର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ । ପ୍ରକଳ୍ପ ପାଇଁ ୨ ବର୍ଷ ତଳୁ ଟେଣ୍ଡର ହୋଇସାରିଲାଣି । ତେବେ ଇଞ୍ଚେ କାମ ବି ଆରମ୍ଭ ହୋଇପାରିନି । ଧାରଣା, ମାନବ ଶୃଙ୍ଖଳ ଏବଂ ମଶାଲ ଶୋଭାଯାତ୍ରା କରି ପ୍ରକଳ୍ପକୁ ଲଗାତର ବିରୋଧ କରିଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ପ୍ରକଳ୍ପ ହେଲେ ସ୍ଥାନୀୟ ଅଂଚଳରେ ନଦୀ ଶୁଖିଯିବ ଏବଂ ଲୁଣା ପାଣି ମାଡିଆସିବ । ଫଳରେ ଚାଷ କାମ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।

WaterIssue Kendrapada Odisha
Advertisment
Advertisment