• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୮ ଦିନ ହେବ ମୃତ୍ୟୁ ହେଲାଣି ।

  • ହେଲେ ଆଜି ଯାଏ ଆମ୍ବୁଲାନ୍ସରେ ପଡ଼ି ରହିଛି ଶବ ।

  • ତାମିଲନାଡୁରୁ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସିଛି ।

ସୋର: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ପରିବାରର ଅଭାବ ଅନଟନ ଦୂର କରିବା ପାଇଁ ବାହାର ରାଜ୍ୟକୁ କାମ ଧନ୍ଦା କରିବାକୁ ଯାଆନ୍ତି ଓଡ଼ିଆ ଲୋକ । ହେଲେ ସେଠାରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୁଅନ୍ତି ସେମାନେ । ଆଉ ଶେଷରେ ଏମିତି ବି ସ୍ଥିତି ଆସେ, ସେମାନେ ଆଉ ଜୀବନ୍ତ ଫେରନ୍ତି ପାହିଁ । ପରିବାର ଲୋକ ପୁଅର ବାଟ ଚାହିଁ ବସିଥିବା ବେଳେ ଆସେ ପୁଅର ମୃତଦେହ । ଏମିତି ଅନେକ ଘଟଣା ପୂର୍ବରୁ ଘଟି ସାରିଛି । ଖାଲି ମୃତଦେହ ନୁହେଁ ଅନେକ ସମୟରେ ଯେଉଁ ଯୁବକ ଦାଦନ ଖଟିବାକୁ ଯାଇଥାନ୍ତି, ସେମାନେ କେତେବେଳେ ହାତ ହରାଇଥାନ୍ତି ତ କେତେବେଳେ ଗୋଡ଼ ହରାଇଥାନ୍ତି । ଏବେ ପୁଣି ଥରେ ଠିକ୍‌ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱରରୁ ।    

୮ ଦିନ ହେବ ମୃତ୍ୟୁ ହେଲାଣି । ହେଲେ ଆଜି ଯାଏ ଆମ୍ବୁଲାନ୍ସରେ ପଡ଼ି ରହିଛି ଶବ । ତାମିଲନାଡୁରୁ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସିବାର ତିନି ଦିନ ବିତିଲାଣି ହେଲେ ଏଯାଏ ସତ୍କାର ହୋଇପାରିନାହିଁ । ହତ୍ୟା ଅଭିଯୋଗ ଆଣି ନ୍ୟାୟ ନ ମିଳିଲା ଯାଏ ଶବ ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ଶବ ନେଇ ଆସିଥିବା ଆମ୍ବୁଲାନ୍ସ ଏବଂ ତିନି ଜଣ ବ୍ୟକ୍ତିଙ୍କୁ ଗ୍ରାମରେ ଅଟକ ରଖିଛନ୍ତି ଗାଁ ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ।

ସୋର ଥାନା କୁରୁଡ଼ା ପଞ୍ଚାୟତ ବଲ୍ଲପାତ୍ର ସାହିର ୩୫ ବର୍ଷୀୟ ଯୁବକ ସଞ୍ଜୟ ଦାସ ଜଣେ ଠିକାଦାରଙ୍କ ସହ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । ଗତ ବୁଧବାର ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ ପରେ ଠିକାଦାର ଜଣଙ୍କ ମୃତ ଶରୀରକୁ ଗାଁକୁ ପଠାଇଥିଲେ । ହେଲେ ଏପଟେ ଏହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ହତ୍ୟା ଅଭିଯୋଗ ଆଣି ପରିବାର ଲୋକ ପୋଲିସର ଦ୍ୱାରସ୍ଥ ହୋଇଥିବା ବେଳେ ଏବେ ଯାଏ କିନ୍ତୁ ସଞ୍ଜୟଙ୍କ ଶବ ସତ୍କାର ହୋଇପାରିନାହିଁ ।