/odishatv-khabar/media/post_attachments/uploadimage/library/16_9/16_9_0/_______1638869676.jpg)
Elephants Killed
ଭୁବନେଶ୍ୱର: ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନ କରିଥିଲେ- ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ କେତେ ହାତୀଙ୍କର ମୃତ୍ୟୁ ହୋଇଛି ? ସେଥିମଧ୍ୟରୁ ଦୁର୍ଘଟଣାଜନିତ ଏବଂ ଶିକାରୀମାନଙ୍କ ଦ୍ୱାରା କେତେ ? ଉକ୍ତ ସବୁ ମୃତ୍ୟୁକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ଭବିଷ୍ୟତରେ ନୂତନ ଭାବେ କ’ଣ କ’ଣ ପଦକ୍ଷେପ ନେବାର ଯୋଜନା ଅଛି କି ?
ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ତଥ୍ୟ ରଖିଥିଲେ। ମନ୍ତ୍ରୀ ବିକ୍ରମ କେଶରୀ କହିଥିଲେ, ରାଜ୍ୟରେ ଗତ ୫ ବର୍ଷ ଯଥା ୨୦୧୬-୧୭ ମସିହାରୁ ୨୦୨୦-୨୧ ମସିହା ମଧ୍ୟରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି।
୫ ବର୍ଷ ମଧ୍ୟରେ ପ୍ରାଣ ହରାଇଥିବା ୪୦୬ ହାତୀଙ୍କ ମଧ୍ୟରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି। ଟ୍ରେନ୍ ଧକ୍କାରେ ୧୪ଟି ହାତୀ ମୃତ୍ୟୁବରଣ କରି ଥିବାବେଳେ ରାସ୍ତା ଦୁର୍ଘଟଣାରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି ବିଦ୍ୟୁତ୍ ଆଘାତରେ ୫୪ ହାତୀଙ୍କର ମୃତ୍ୟୁ ହୋଇଛି। ଅନ୍ୟାନ୍ୟ କାରଣରୁ ରାଜ୍ୟରେ ୯୦ ହାତୀଙ୍କର ଜୀବନ ଯାଇଛି ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ତେବେ ରାଜ୍ୟରେ ଶିକାରୀମାନେ ଏହି ୫ ବର୍ଷରେ ୧୧ଟି ହାତୀଙ୍କୁ ମାରିଛନ୍ତି ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)