Advertisment

ଓଡ଼ିଶା ଚାଷୀଙ୍କ ମାସିକ ଆୟ କେତେ ଟଙ୍କା, ଜାଣନ୍ତୁ

କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ  କରୁଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ରିପୋର୍ଟରେ କୁହାଯାଇଛି।

author-image
Chandan Shishu
undefined

Farmer In odisha

ଭୁବନେଶ୍ୱର: ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫ ହଜାର ୧୧୨ ଟଙ୍କା। ଚାଷୀମାନଙ୍କ ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ରିଲିଜ୍ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। ଦେଶରେ ସବୁଠାରୁ କମ୍ ହାରାହାରି ମାସିକ ଆୟ ତାଲିକାରେ ଝାଡଖଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଓଡିଶାର ୬୧.୨ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ। ଓଡ଼ିଶା ଏହି କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ରହିଛି। 

Advertisment

ଋଣ ଗ୍ରସ୍ତ ଚାଷୀ ପରିବାର ହାରାହାରି ୩୨ ହଜାର ୭୨୧ ଟଙ୍କା ଋଣ କରିଛନ୍ତି। କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ  କରୁଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ରିପୋର୍ଟରେ କୁହାଯାଇଛି। 

ଏନେଇ ବିଜେପି କୃଷି ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ଯାହା ପଠାଉଛନ୍ତି, ଓଡ଼ିଶାର ଚାଷୀମାନେ ଏଠି ଲୁଟ୍‌ର ଶିକାର ହେଉଛନ୍ତି। ମିଲର୍‌ମାନେ ମାଲାମାଲ ହେଇଛନ୍ତି। କେନ୍ଦ୍ର ଯୋଜନାରେ ରାଜ୍ୟକୁ ଜଳସେଚନ ବାବଦ ଅର୍ଥ ଆସୁଥିଲେ ବି ଓଡ଼ିଶାରେ ତାହା ବ୍ୟବହାର କରିପାରୁନାହାନ୍ତି, ଟଙ୍କା ପେରିଯାଉଛି। 

Advertisment

ଅପରପକ୍ଷେ, ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି ଯେ କାଳିଆ ଯୋଜନାଠୁ ଆରମ୍ଭ କରି ଭୂମିହୀନ ଚାଷୀ ଓ ନାମମାତ୍ର ଚାଷୀ, କ୍ଷୁଦ୍ରଚାଷୀଙ୍କୁ ଅଗ୍ରାଧିକାର ଦିଆଯାଉଛି। ଚାଷୀଙ୍କ ଆଯକୁ ଦ୍ୱିଗୁଣିତ କରିବାକୁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି। ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ବିକାଶ କରୁଥିବା କହୁଛନ୍ତି, କିନ୍ତୁ ଫଳ ତଳ ଆଡୁ ତୃତୀୟ।

Farmer Income Odisha
Advertisment
Advertisment