Advertisment

ଏଡ୍‌ସ୍ ନୁହେଁ ଛୁଆଁ ରୋଗ

ଏଡ୍‌ସ୍ ଏପରି ଏକ ରୋଗ ଯାହା ମଣିଷକୁ ଜୀବିତ ଥିବାବେଳେ ମରିବାକୁ ବାଧ୍ୟ କରେ। ଆଜି ଏଡ୍‌ସ୍ ଦୁନିଆର ସବୁଠାରୁ ମାରାତ୍ମକ ରୋଗ ଭାବରେ ଉଭାହୋଇଛି। ଏହି ରୋଗର ସେଭଳି କୌଣସି ଦୃଢ ଉପଶମ ବାହାରି ନାହିଁ, କିନ୍ତୁ ଏହା ନୁହେଁ ଯେ ଏହି ରୋଗକୁ ଏଡାଇ ଦିଆଯାଇପାରିବ ନାହିଁ। ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ।

author-image
Prangyan Parimita
World AIDS Day

World AIDS Day

ହିନ୍ଦୀରେ ଏକ ପ୍ରବାଦ ଅଛି “ଅବ୍ ପଛତାଏ ହୋତା କ୍ୟା ଜବ୍ ଚିଡିଆ ଚୁଗ୍ ଗଇ ଖେତ୍” ଅର୍ଥାତ୍ ସେତେବେଳେ ସମସ୍ୟାର ସମାଧାନ କରିବାରେ କୌଣସି ଲାଭ ନାହିଁ ଯେତେବେଳେ ସମସ୍ୟା ବହୁତ ଜଟିଳ ହୋଇଯାଇଛି। ନିଆଁ ଲାଗିଲା ପରେ କୂଅ ଖୋଳିବାର ଅଭ୍ୟାସ ମଣିଷ ପାଇଁ ଏଡସ୍ ପରି ଅତ୍ୟନ୍ତ ମାରାତ୍ମକ ହୋଇଥାଏ।

Advertisment

ଏଡ୍‌ସ୍ ଏପରି ଏକ ରୋଗ ଯାହା ମଣିଷକୁ ଜୀବିତ ଥିବାବେଳେ ମରିବାକୁ ବାଧ୍ୟ କରେ। ଆଜି ଏଡ୍‌ସ୍ ଦୁନିଆର ସବୁଠାରୁ ମାରାତ୍ମକ ରୋଗ ଭାବରେ ଉଭାହୋଇଛି। ଏହି ରୋଗର ସେଭଳି କୌଣସି ଦୃଢ ଉପଶମ ବାହାରି ନାହିଁ, କିନ୍ତୁ ଏହା ନୁହେଁ ଯେ ଏହି ରୋଗକୁ ଏଡାଇ ଦିଆଯାଇପାରିବ ନାହିଁ। ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ।

“ସାବଧାନ ହଟି ଦୁର୍ଘଟଣା ଘଟି” ଏହା ଏଡ୍‌ସ୍ ପାଇଁ ସଂପୂର୍ଣ୍ଣ ଭାବେ ପ୍ରଯୁଜ୍ୟ ସାବ୍ୟସ୍ତ ହୋଇଛି। ଆଜିର ଧାଁ-ଧପଡ ଜୀବନ ଓ ଅନୈତିକ ସମ୍ପର୍କ ଏହାକୁ ଦ୍ରୁତ ଗତିରେ ବ୍ୟାପିବାରେ ଖୋରାକ ଯୋଗାଉଛି। ଏହି ରୋଗର କାରଣ କେବଳ ଯେ ଅସୁରକ୍ଷିତ ଯୌନ ସଂପର୍କ ତାହା ନୁହେଁ, ସଂକ୍ରମିତ ରକ୍ତ କିମ୍ବା ସଂକ୍ରମିତ ଇଞ୍ଜେକସନ ମଧ୍ୟ ଏହାର କାରଣ ହୋଇଥାଏ।

Advertisment

ଆଜି ଏହି ରୋଗ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଏବଂ ଏହି କାରଣରୁ ମିଳିତ ଜାତିସଂଘ ମଧ୍ୟ ଏହି ରୋଗକୁ ଗମ୍ଭୀରତାର ସହ ନେଇଛି ଏବଂ ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ୱ ଏଡସ୍ ଦିବସ ଭାବରେ ପାଳନ କରୁଛି। ଆଜି ଏଡସ୍ ବିଷୟରେ ଅନେକ ସଚେତନତା ସୃଷ୍ଟି ହୋଇଛି ଏବଂ ଅଧିକାଂଶ ଲୋକ ଜାଣନ୍ତି ଏହା କ’ଣ ଏବଂ ଏହା କିପରି ହୁଏ? ୧୯୮୦ ଦଶକ ପୂର୍ବରୁ ଏହି ରୋଗ ସୃଷ୍ଟି ହେବା ପରଠାରୁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରାଣ ହରାଇଛନ୍ତି।

ଏଡ୍‌ସ୍ କ’ଣ:

ଏଡ୍‌ସ୍‌ର ସମ୍ପୂର୍ଣ୍ଣ ନାମ ହେଉଛି 'ଆକ୍ୱାର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ' ଏବଂ ଏହା ଏଚ୍ଆଇଭି ଭୂତାଣୁ ଦ୍ୱାରା ସୃଷ୍ଟି ହୁଏ। ଏହି ଭୂତାଣୁ ମଣିଷର ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ଏଡ୍‌ସ୍ ଏଚଆଇଭି ପଜିଟିଭ୍ ଗର୍ଭବତୀ ମହିଳାଙ୍କଠାରୁ ତାଙ୍କ ସନ୍ତାନକୁ, ଅସୁରକ୍ଷିତ ଯୌନ ସମ୍ପର୍କ କିମ୍ବା ସଂକ୍ରମିତ ରକ୍ତ କିମ୍ବା ସଂକ୍ରମିତ ଇଂଜେକ୍ସନ ଦ୍ୱାରା ବ୍ୟାପିଥାଏ।

World AIDS Day
Advertisment
Advertisment