Advertisment

ମୂର୍ତ୍ତିର ଉଚ୍ଚତା କମିଲେ କରୋନା କିପରି କମିବ: ପ୍ରଭାତ

ରାଜ୍ୟ ସରକାର ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି। ନିୟମ ଟିକେ କୋହଳ ହେଲେ କରୋନା ବ୍ୟାପିବ ନାହିଁ। ତା ଛଡ଼ା ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନ ନେଇ ସରକାର ଏଥର ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଭାତ କହିଛନ୍ତି।

author-image
Chandan Shishu
ମୂର୍ତ୍ତିର ଉଚ୍ଚତା କମିଲେ କରୋନା କିପରି କମିବ: ପ୍ରଭାତ

BJD leader Pravat Tripathy

ଭୁବନେଶ୍ୱର: ପାର୍ବଣ ପାଇଁ ଜାରି ହୋଇଥିବା ଗାଇଡଲାଇନ ବିରୋଧରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଦୁର୍ଗା ପୂଜା ନେଇ ମଣ୍ଡପଗୁଡ଼ିକରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରଖିବା ଲାଗି ହୋଇଥିବା ନିୟମକୁ କଟକ ମହାନଗର ନିଗମ ପୂଜା କମିଟି ବିରୋଧ କରିଛି। ମୂର୍ତ୍ତିର ଉଚ୍ଚତା କମିଲେ କରୋନା କିପରି କମିବ ବୋଲି ପୂଜା କମିଟି ସଂପାଦକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଭିତରେ ରହିଲେ କରୋନା କିପରି କମିବ ସେ କଥା ବୁଝି ହେଉନି ବୋଲି ପ୍ରଭାତ କହିଛନ୍ତି।

Advertisment

ଏଣୁ ରାଜ୍ୟ ସରକାର ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି। ନିୟମ ଟିକେ କୋହଳ ହେଲେ କରୋନା ବ୍ୟାପିବ ନାହିଁ। ତା ଛଡ଼ା ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନ ନେଇ ସରକାର ଏଥର ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଭାତ କହିଛନ୍ତି।

Advertisment

ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପାର୍ବଣ ଲାଗି ଗାଇଡଲାଇନ ଜାରି ହୋଇଥିଲା। ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା। ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ। ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଛି। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି। ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ମଣ୍ଡପରେ ରହି ପାରିବେନି ବୋଲି କୁହାଯାଇଛି।  

Odisha News SRC Advisory In Cuttack
Advertisment
Advertisment