Advertisment

୭୫ ବର୍ଷରେ ବି ସ୍ୱାବଲମ୍ବୀ : ଯୁବପିଢି ପାଇଁ ପ୍ରେରଣା

ଆଜିକାଲି ସୋସିଆଲ ମିଡିଆରେ ଜଣେ ଆଇମା’ଙ୍କ ପ୍ରେରଣାଦାୟକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଆଇ ମାଙ୍କ କାହାଣୀ ଜାଣିବା ପରେ ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ। ୭୫ ବର୍ଷୀୟ କଲାୱନ୍ତୀ ଦୋଶୀଙ୍କ ପାଇଁ ଫାଫଡା (ଗୁଜୁରାଟୀ ଜଳଖିଆ) ତାଙ୍କ ପରିବାର ଚଳାଇବା ପାଇଁ ମାଧ୍ୟମ ହୋଇଛି। କଲାୱନ୍ତୀ ଗତ ୪୦ ବର୍ଷ ଧରି ଫାଫଡା ବିକ୍ରି କରିଆସୁଛନ୍ତି। ଏପରି ପରିଣତ ବୟସରେ ତାଙ୍କାର ଏଭଳି କାମ ନିଶ୍ଚିତ ପ୍ରେରଣାଦାୟକ।

author-image
Pramod Behera
Grandmother runs house by selling fafda

ଭାଇରାଲ୍ ଭିଡିଓର କ୍ୟାପ୍‌ସନ୍ ମାଧ୍ୟମରେ ଏହି କଲାୱନ୍ତୀଙ୍କ ପ୍ରେରଣାଦାୟକ କାହାଣୀ କୁହାଯାଇଛି। କ୍ୟାପ୍‌ସନ୍ ଅନୁଯାୟୀ, କଲାୱନ୍ତୀଙ୍କ ପରିବାର ବର୍ଷେ ପୂର୍ବରୁ ଗୁଜୁରାଟରୁ ମହାରାଷ୍ଟ୍ରର ନାଗପୁରକୁ ଯାଇଥିଲେ। ଯେଉଁଠାରେ ସ୍ୱାମୀ ଏକ ବର୍ଷ ପରେ ବେକାର ହୋଇଗଲେ। କଲାୱନ୍ତୀ କହିଛନ୍ତି ଯେ ସେତେବେଳେ ତାଙ୍କ ପାଖରେ ମାତ୍ର ୬୦ ଟଙ୍କା ଥିଲା, କିନ୍ତୁ ଉଭୟ ସାହସ ହରାଇ ନ ଥିଲେ। ସେ ଗୁଜୁରାଟୀ ଜଳଖିଆ ଫାଫଡା ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ। ପ୍ରଥମରୁ ସେ ଦିନକୁ ପ୍ରାୟ ୫୦ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ଦୋକାନ ଭଲ ଚାଲିବା ଆରମ୍ଭ କଲା ଏବଂ ଆଜିର ଦିନରେ ସେ 'ଫାଫଡାୱାଲେ' ଭାବରେ ଲୋକମାନଙ୍କ ମଧ୍ୟରେ ବେଶ ପରିଚିତ।

Advertisment

କଲାୱନ୍ତୀ କହିଛନ୍ତି ଯେ ତାଙ୍କ ପିଲାମାନେ ତାଙ୍କୁ ବର୍ତ୍ତମାନ କାମ ବନ୍ଦ କରିବାକୁ କହୁଥିଲେ ମଧ୍ୟ ସେ ଏହାକୁ ନ ଛାଡି ଜାରି ରଖିବାକୁ ଚାହୁଁଛନ୍ତି। କଲାୱନ୍ତୀଙ୍କ କୁହନ୍ତି ଯେ ତାଙ୍କ ବୟସ ଏବେ ୭୫। କିନ୍ତୁ ସବୁଦିନ ତୁମେ ମୋତେ ସକାଳ ୧୧ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଠେଲା ପାଖରେ ହିଁ ପାଇବ। ସେ କହିଛନ୍ତି ଯେ ଲୋକମାନେ ତାଙ୍କ ହାତ ତିଆରି ଫାଫଡା ଖାଇବାକୁ ଆସନ୍ତି, ତେଣୁ ସେ ସେମାନଙ୍କ ପାଇଁ ସବୁବେଳେ ରହିବାକୁ ଚାହାଁନ୍ତି। ଏହା ପରେ ସେ ମଜ୍ଜାଳିଆ ଢଙ୍ଗରେ କହିଛନ୍ତି ଯେ ମୁଁ ମୋର ନିଜର ମାଲିକ, ମୁଁ ନିଜେ ଟଙ୍କା ରୋଜଗାର କରୁଛି।

ଏହି ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ କଲାୱନ୍ତୀ ନାଗପୁର ସହ ସମଗ୍ର ଦେଶରେ ପ୍ରସିଦ୍ଧ ହୋଇଯାଇଛନ୍ତି। ତାଙ୍କର ଏହି ବୟରେ କାମ କରିବା ଓ ସ୍ୱାବଲମ୍ବୀ ହେବା ନିଶ୍ଚିତଭାବେ ଆଜିର ଯୁବପିଢିଙ୍କ ପାଇଁ ଏକ ପ୍ରେରଣା। ଏହି ଭିଡିଓ ହ୍ୟୁମାନ୍ସ ଅଫ୍ ବମ୍ବେ ପେଜ୍‌ରେ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହି ଭିଡିଓକୁ ୪୫ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

Special Story
Advertisment
Advertisment