• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଉରକେଲା: ଆଣ୍ଟାର୍କଟିକା ଯିବେ ଓଡ଼ିଆ ଝିଅ ନିବେଦିତା ବିଶ୍ୱାଳ । ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଉପରେ ଅଧ୍ୟୟନ କରିବା ପାଇଁ ଆଣ୍ଟାର୍କଟିକା ଯିବାକୁ ମନୋନୀତ ହୋଇଛନ୍ତି ନିବେଦିତା ବିଶ୍ୱାଳ । 41 ଫାଉଣ୍ଡେସନ୍ ତରଫରୁ ହେଉଥିବା ଏହି ଅଭିଯାନ ପାଇଁ ସାରା ବିଶ୍ୱରୁ ୯୦ ଜଣ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ଝିଅ ନିବେଦିତା । ସେ ଏବେ MCLରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଗ୍ଲାସିୟର ତରଳିବା ଦ୍ୱାରା ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ କିପରି ପଡୁଛି ସେ ନେଇ ଅଧ୍ୟୟନ କରିବ ନିବେଦିତାଙ୍କ ଟିମ୍ । ତାଙ୍କର ଏହି ମିଶନ ପାଇଁ ପ୍ରାୟ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏଥିପାଇଁ ସେ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାକୁ ଅନୁରୋଧ କରିଛନ୍ତି ।

ତେବେ ନିବେଦିତା କହିଛନ୍ତି, ଆସନ୍ତା ମାର୍ଚ୍ଚ ୧୨ରୁ ତାଙ୍କର ଏହି ଯାତ୍ରା ଆରମ୍ଭ ହେବ । ସେ ଫେସ୍‌ବୁକ୍‌ରୁ ଏହାର ଆଡ୍‌ଭର୍ଟାଇଜ୍‌ମେଣ୍ଟ ଦେଖିଥିଲେ । ଏଥିରୁ ସେ ଜାଣିବାକୁ ପାଇଥିଲେ ଯେ, ଏହି ସଂସ୍ଥା ପ୍ରତି ବର୍ଷ ୯୦ ଜଣଙ୍କୁ ଆଣ୍ଟାର୍କଟିକା ନେଉଛି ଏବଂ ରିସର୍ଚ୍ଚ କରିବାର ସୁଯୋଗ ଦେଉଛି ।

ବିଜ୍ଞାପନ ଦେଖିବା ପରେ ସେ ଉକ୍ତ ସଂସ୍ଥାର ୱେବ୍‌ସାଇଟ୍‌କୁ ଯାଇ ଦେଖିଥିଲେ । ୱେବ୍‌ସାଇଟ୍‌ରୁ ସବିଶେଷ ତଥ୍ୟ ଜାଣିବା ପରେ ତାଙ୍କର ଆଗ୍ରହ ବଢ଼ିଥିଲା । ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ତାଙ୍କର ପୂର୍ବରୁ ଆଗ୍ରହ ମଧ୍ୟ ରହିଥିଲା । ତେଣୁ ସେ ପ୍ରୋଟୋକଲ ଅନୁସାରେ ଉକ୍ତ ସଂସ୍ଥାରେ ଆବେଦନ କରିଥିଲେ । ଏଥିପାଇଁ ତାଙ୍କୁ ଉଭୟ ମୌଖିକ ଏବଂ ଲିଖିତ ଭାବେ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିଥିଲା । ପରୀକ୍ଷାରେ ସେ ସଫଳ ହେବା ପରେ ତାଙ୍କୁ କମ୍ପାନୀ ପକ୍ଷରୁ ଅଫର ଲେଟର ଦିଆଯାଇଥିବା ସେ କହିଛନ୍ତି ।