Advertisment

ପୃଥିବୀକୁ ଫେରିବ ବିଶାଳକାୟ ହାତୀ ମାମୋଥ୍

ବୈଜ୍ଞାନିକମାନେ ସବୁବେଳେ ନୂଆ ଅନୁସନ୍ଧାନ କରିବାରେ ବ୍ୟସ୍ତ ଥାନ୍ତି। ସେମାନେ ଏପରି ଜିନିଷ ଗବେଷଣା କରନ୍ତି ଯାହାକୁ ସାଧାରଣ ଲୋକେ କେବେ ଭାବି ପାରିବେ ନାହିଁ। ବର୍ତ୍ତମାନ ବୈଜ୍ଞାନିକମାନେ ପୁଣି ଥରେ ଏଭଳି ଏକ ଅନୁସନ୍ଧାନ କରୁଛନ୍ତି। ବର୍ତ୍ତମାନ ସେମାନେ ମାମୋଥ୍‌(ବିଶାଳକାୟ ଲୋମଶ ହାତୀ) ପ୍ରଜାତିକୁ ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଆଠ ଲକ୍ଷ ବର୍ଷ ପୂର୍ବରୁ ଏହି ପ୍ରଜାତି ପୃଥିବୀରୁ ଲୋପ ପାଇଯାଇଛନ୍ତି।

author-image
Pramod Behera
Giant Mammoths

Giant Mammothsପୃଥିବୀକୁ ଫେରିବ ମାମୋଥ୍

ଏକ ରିପୋର୍ଟରେ ଏହି ଗବେଷଣା ଉପରେ କୁହାଯାଇଛି। ଅର୍ଥ ଏବଂ ବିଜ୍ଞାନର ସାହାଯ୍ୟରେ ମାମୋଥ୍‌ ପ୍ରଜାତିକୁ ପୃଥିବୀକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି। ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଅଦୃଶ୍ୟ ହୋଇଥିବା ଏହି ପ୍ରାଣୀକୁ ୬ ବର୍ଷ ମଧ୍ୟରେ ବୈଜ୍ଞାନିକମାନେ ପୃଥିବୀକୁ ଆଣିବାକୁ ଚାହୁଁଛନ୍ତି। ଦୁନିଆର ସବୁଠାରୁ ଧନୀ ନିବେଶକ ବେନ୍ ଲାମ ଏବଂ ବ୍ୟବସାୟିକ ସହଯୋଗୀ ଜର୍ଜ ଚର୍ଚ୍ଚ ଏହି ପ୍ରକଳ୍ପକୁ ୧୧ ମିଲିୟନ୍ ପାଉଣ୍ଡ ଅର୍ଥ ପ୍ରଦାନ କରିବେ।

Giant Mammothsପୃଥିବୀକୁ ଫେରିବ ମାମୋଥ୍
Advertisment

ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ସେମାନେ ଲକ୍ଷ ଲକ୍ଷ ବର୍ଷ ପୁରୁଣା କବରରୁ ମାମୋଥ୍‌କୁ ଫେରାଇ ଆଣପାରିବେ। ସୋମବାର ଏହି ପ୍ରକଳ୍ପ ଘୋଷଣା କରାଯାଇଛି। ମାମୋଥ୍‌ର DNA ରୁ ଲ୍ୟାବରେ ଥିବା ଭ୍ରୁଣ ସାହାଯ୍ୟରେ ହାତୀ-ମାମୋଥ୍ ହାଇବ୍ରିଡ୍ ସୃଷ୍ଟି ହେବ। ସରୋଗେଟ୍ କିମ୍ବା କୃତ୍ରିମ ଗର୍ଭ ସାହାଯ୍ୟରେ ଏହି ଭ୍ରୁଣକୁ ବିକଶିତ କରାଯାଇପାରିବ। ଜର୍ଜ ଚର୍ଚ୍ଚ କହିଛନ୍ତି ଯେ ତାଙ୍କ ଲକ୍ଷ୍ୟ ହେଉଛି ଆର୍କଟିକରେ ବଞ୍ଚିବାରେ ସକ୍ଷମ ରଖୁଥିବା ମାମୋଥ୍ ତିଆରି କରିବା। ଏହି ଅନୁସନ୍ଧାନର ଫଳାଫଳ ୬ ବର୍ଷରେ ଆସିବ।

Giant Mammothsପୃଥିବୀକୁ ଫେରିବ ମାମୋଥ୍

ଏହି ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରିଥିବା ବେନ୍ ସୂଚନା ଦେଇଛନ୍ତି ଯେ ସେ ଚାହୁଁଛନ୍ତି ଯେ ପୃଥିବୀରୁ ଲୋପ ପାଇଯାଇଥିବା ମାମୋଥ୍‌କୁ ପୁନରୁଦ୍ଧାର କରାଯିବା ଉଚିତ। ଆର୍କଟିକର ବରଫରେ -୪୦° C ତାପମାତ୍ରାରେ ମଧ୍ୟ ମାମୋଥ୍ ବଞ୍ଚିପାରିବେ। ହଜାର ହଜାର ବର୍ଷ ପୂର୍ବେ ମାମୋଥ୍‌ ଯାହା କରୁଥିଲା ଏହା ମଧ୍ୟ ସେ ସବୁ କାର୍ଯ୍ୟ କରିବ। ଏହି ପଶୁକୁ ଏସୀୟ ହାତୀରୁ ବିକଶିତ କରାଯିବ ଯାହା ଉଭୟ ବରଫ ଏବଂ ଗରମ ସ୍ଥାନରେ ରହିପାରିବ।

ତେବେ ବର୍ତ୍ତମାନର ହାତୀ ଅପେକ୍ଷା ମାମୋଥ୍ ବହୁତ ବଡ ଥିଲା। ଏହାର ଉଚ୍ଚତା ପ୍ରାୟ ପାଞ୍ଚ ମିଟର ଥିବାବେଳେ ଓଜନ ଛଅରୁ ଆଠ ଟନ୍ ଥିଲା। ଶରୀର ଉପରେ ଲମ୍ବା କେଶ ଥିଲା। ଲକ୍ଷ ଲକ୍ଷ ବର୍ଷ ପୂର୍ବେ ସେମାନେ ଋଷର ସାଇବେରିଆରେ ଚଳପ୍ରଚଳ କରୁଥିଲେ।

Mammoth Special Story
Advertisment
Advertisment