Advertisment

ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୩ ରୁ ୪ ଟଙ୍କାରେ ହେଉଛି ବିକ୍ରି

ଶହ ଶହ ଏକର ଚାଷ ଜମିରେ ବାଇଗଣ ଚାଷ କରିଥିଲେ ଚାଷୀ। ହେଲେ ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ ବହୁ ସମସ୍ୟା ମଧ୍ୟରେ ଉତ୍ପାଦନ କରିଥିଲେ ଫସଲ। ପ୍ରତିବର୍ଷ ବାଇଗଣ ଚାଷରୁ ଲାଭବାନ ହେଉଥିବା ଚାଷୀ ଏଥର କିନ୍ତୁ ବାଇଗଣ ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି।

author-image
Sarbeswar
ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୩ ରୁ ୪ ଟଙ୍କାରେ ହେଉଛି ବିକ୍ରି

Farmer

ଗଂଜାମ: ଶହ ଶହ ଏକର ଚାଷ ଜମିରେ ବାଇଗଣ ଚାଷ କରିଥିଲେ ଚାଷୀ। ହେଲେ ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ ବହୁ ସମସ୍ୟା ମଧ୍ୟରେ ଉତ୍ପାଦନ କରିଥିଲେ ଫସଲ। ପ୍ରତିବର୍ଷ ବାଇଗଣ ଚାଷରୁ ଲାଭବାନ ହେଉଥିବା ଚାଷୀ ଏଥର କିନ୍ତୁ ବାଇଗଣ ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି। ସେପଟେ ଶୀତଳ ଭଣ୍ଡାର ଅଭାବରୁ ବାଇଗଣ କିଲୋପିଛା ୩ରୁ ୪ଟଙ୍କାରେ ଚାଷୀ ବିକ୍ରି କରୁଛି। ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଚାଷୀ।

Advertisment

ବିଲରୁ ସତେଜ ବାଇଗଣକୁ ତୋଳି ବସ୍ତାରେ ବାନ୍ଧୁଛନ୍ତି ଚାଷୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ସୋରଡା ବ୍ଲକ ଗୋଛା ଅଞ୍ଚଳରେ। ଏଠିକାର ୭୦ ପ୍ରତିଶତ ଚାଷୀ ବର୍ଷକରୁ ୬ ମାସ ବାଇଗଣ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଚଳିତ ବର୍ଷ ବାଇଗଣ ବ୍ୟବସାୟକୁ ନେଇ ଚିନ୍ତାରେ ଚାଷୀ। ପ୍ରଥମେ ବର୍ଷାର ଲୁଚକାଳୀ ଖେଳ ପରେ ଏବେ ଜଳସେଚନ ସମସ୍ୟା, ତଥାପି ପରିଶ୍ରମ କରି ବାଇଗଣ ଚାଷ କରିଥିଲେ ଚାଷୀ।

Advertisment

ହେଲେ ଶୀତଳ ଭଣ୍ଡାର ନଥିବାରୁ ବାଇଗଣ କିଲୋ ପିଛା ୩ରୁ ୪ଟଙ୍କା ଦରରେ ବେପାରୀଙ୍କୁ ବିକ୍ରି କରୁଛନ୍ତି ଚାଷୀ। ଚାଷ ପାଇଁ ଯାହା ଖର୍ଚ୍ଚ କରିଥିଲେ ସେତିକି ବି ପାଇପାରୁନାହାନ୍ତି ଚାଷୀ। ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଜଳସେଚନ ସୁବିଧା ନଥିବାରୁ ଚାଷୀ ଏଭଳି ସମସ୍ୟା ଭୋଗୁଥିବା କହିଛନ୍ତି। ତାସହ ଶୀତଳ ଭଣ୍ଡାରର ଅଭାବ ଚାଷୀଙ୍କ ସମସ୍ୟାକୁ ବଢାଇ ଦେଇଛି। ସେପଟେ ବାରମ୍ବାର ଅଭିଯୋଗ ପରେ ବି କେହି କ୍ଷେତ୍ର ପରିଦର୍ଶନ କରିବାକୁ ଆସୁନଥିବା ଅଭିଯୋଗ ହୋଇଛି। ଖୁବଶୀଘ୍ର ଶୀତଳ ଭଣ୍ଡାର ସହ ଜଳ ସେଚନ ସୁବିଧା କରିବା ନେଇ ଦାବି କରିଛନ୍ତି ଚାଷୀ। କିନ୍ତୁ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

Odisha Ganjam Farmer Problem
Advertisment
Advertisment