• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍‌ । ମମିତି ମେହେର ହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବିଜେପିର ଏହି ଟିମ୍‌ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ । ମମିତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କାରିବ । ତେବେ ବିଜେପିର ଏହି ସ୍ୱତନ୍ତ୍ର ଟିମ୍‌ରେ ହାଇଭୋଲଟେଜ୍‌ ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ବରିଷ୍ଠ ଆଇନ୍‌ଜୀବୀ ପିତାମ୍ବର ଆଚାର୍ଯ୍ୟ ସାମିଲ ଅଛନ୍ତି । ତେବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବଲାଙ୍ଗିର ଯାଉଥିବା ଏହି ଟିମ୍‌ରେ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ବିଧାୟକ ମୋହନ ମାଝି, ମୁକେଶ ମହାଲିଙ୍ଗ ପ୍ରମୁଖ ସାମିଲ ଅଛନ୍ତି ।

ଏନେଇ ଆଜି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ରାଜ୍ୟ ସରକାର ଆଇନକୁ ବାଟବଣା କରିବାକୁ୦ ଯୋଜନା କରିଛନ୍ତି । ଶାସକ ଦଳର ହାତବାରିସୀ ସାଜିଛି ପୋଲିସ । ପୋଳିସ ଉପରେ ଲୋକଙ୍କର ଆଉ ଭରସା ନାହିଁ ବୋଲି କହିଛନ୍ତି ଗୋଲକ ।

ସେପଟେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ନୀରବ ପ୍ରତିବାଦ କରାଯାଇଛି । ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରୁଚନ୍ତି । ମମିତା ହତ୍ୟା ଘଟଣାର CBI ତଦନ୍ତ ଦାବି କରି ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ମହିଳା ମୋର୍ଚ୍ଚା । ଏହା କ୍ୟାପ୍ଟେନ୍‌ଙ୍କ ଗିରଫ ଦାବି ମଧ୍ୟ କରିଛି ବିଜେପି ମହିଳା ମୋର୍ଚ୍ଚା ।

ଅନ୍ୟପଟେ ଟେ ମମିତା ମେହେର ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଡିଆଇଜି କହିଲେ ପୋତା ଯାଇଥିବା ସ୍ଥାନରୁ ମିଳିଲା ମମିତାଙ୍କ ବ୍ୟାଗ୍ ।ଯାହାକୁ  ଚିହ୍ନଟ କରିଛନ୍ତି ମମିତାଙ୍କ ପରିବାର ଲୋକ । ଆଉ ଅଭିଯୁକ୍ତ ରାଧେ ଘରୁ ମିଳିଥିବା ବ୍ୟାଗ୍‌ କାହାର ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ କାରଣ ସେହି ବ୍ୟାଗ୍‌କୁ ମମିତାଙ୍କ ପରିବାର ଲୋକ ଚିହ୍ନଟ କରିପାରି ନାହାନ୍ତି ।

ଏହି ମାମଲାରେ ତଦନ୍ତର ଅଗ୍ରଗତି ନେଇ ଆଜି ଉତ୍ତରାଞ୍ଚଳ DIG ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ ତଦନ୍ତରେ ହୋଇଥିବା ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ସରିବାର ପରେ ତାକୁ କୋର୍ଟଚାଲାଣ କରାଯାଇଛି । ଆବଶ୍ୟକ ହେଲେ ଅନ୍ୟ ଅଭିଯୁକ୍ତ ରାଧେକୁ ମଧ୍ୟ ରିମାଣ୍ଡରେ ଅଣାଯିବ । ତେବେ ମମିତାଙ୍କ ମୋବାଇଲକୁ ଗୋବିନ୍ଦ ଜଳାଇ ଦେଇଥିବା କହିଲେ DIG । ଗୋବିନ୍ଦ ସାହୁକୁ ରିମାଣ୍ଡରେ ନେବା ପରେ ଏନେଇ ସେ ମୁହଁ ଖୋଲିଥିଲା ।