Advertisment

ସମୁଦ୍ର ଭିତରେ ଅକାତକାତ ଜଳରେ ମାଛଚାଷ

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ  ବାଲେଶ୍ୱରରେ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ମତ୍ସ୍ୟଜୀବୀମାନେ ବେଶ ଲାଭବାନ ହୋଇପାରିବେ। ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ସରକାର ଯୋଗାଇବେ।

author-image
Chandan Shishu
ସମୁଦ୍ର ଭିତରେ ଅକାତକାତ ଜଳରେ ମାଛଚାଷ

Fishery

ଭୁବନେଶ୍ୱର: ଅକାତକାତ ପାଣି। ଅଥଳ ସମୁଦ୍ର। ଆଉ ଏହାରି  ଭିତରେ ମାଛ ଚାଷ। ବାଲେଶ୍ୱର ଜିଲ୍ଲା ବାହାବଳପୁର ମୁହାଣଠାରୁ ପ୍ରାୟ ୫ ରୁ ୬ କିଲୋମିଟର ଦୂର ସମୁଦ୍ର ଭିତରେ ଚାଲିଛି ଚାଷ। ଏହି ନୂଆ ପ୍ରକାରର ମାଛ ଚାଷ ଦେଖିବା ପାଇଁ ଆମର ଏବେ ଜଳ ଯାତ୍ରା। ଆଉ ଏ ହେଉଛି ସେହି ମେରାଇନ୍ କେଜ୍ କଲଚର। ଗୋଟିଏ କେଜ ପାଇଁ  ଖର୍ଚ୍ଚ ହୁଏ ୩ ରୁ ୪ ହଜାର ଟଙ୍କା।  ଏହି କେଜ୍‌ରେ ଏବେ ଛଡ଼ା ଯାଇଛି ପମ୍ପସେଟ୍ ମାଛ। ମାଛ ପିଛା ୨୦୦ ରୁ ୨୫୦ ଟଙ୍କା ଖର୍ଚ୍ଚ କଲେ ପ୍ରାୟ ୮ ମାସ ପରେ ଗୋଟିଏ ଗୋଟିଏ ମାଛରୁ ୩୫୦ ରୁ ୪୦୦ ଟଙ୍କା ଯାଏଁ ମିଳିଥାଏ। ମାତ୍ର ସାତରୁ ଆଠ ମାସ ଭିତରେ ଗୋଟିଏ ଗୋଟିଏ କେଜରୁ ୨ ଟନ୍ ପର୍ଯ୍ୟନ୍ତ ମାଛ ଉତ୍ପାଦନ ହୋଇପାରିବ। କେବଳ ପମ୍ଫସେଟ ନୁହଁ ଅନ୍ୟ ସାମୁଦ୍ରିକ ମାଛ ମଧ୍ୟ ଏହି କେଜ୍‌ରେ ଚାଷ କରିହେବ।  

Advertisment

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ  ବାଲେଶ୍ୱରରେ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ମତ୍ସ୍ୟଜୀବୀମାନେ ବେଶ ଲାଭବାନ ହୋଇପାରିବେ। ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ସରକାର ଯୋଗାଇବେ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସମୁଦ୍ରରେ ଏହି ମାଛ ଚାଷ କ୍ଷତି ହେବାର ସେଭଳି ସମ୍ଭାବନା ନାହିଁ। କେବଳ ଏପ୍ରିଲରୁ ଜୁନ ମଧ୍ୟରେ ଗଭୀର ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲାଗିଥାଏ। ଆଉ ଏହା ପ୍ରଭାବ ପକାଇଥାଏ ମତ୍ସଜୀବୀଙ୍କ ଆର୍ଥିକ ସ୍ଥିତି ଉପରେ ହେଲେ ଏହି ନୂଆ ଧରଣର ଚାଷ ଦ୍ୱାରା ମାଛ ଚାଷୀମାନେ ବେଶ ଦି ପଇସା ରୋଜଗାର କରିବା ସହ ମାଛ ରତ୍ପାନୀ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Advertisment

ରିପୋର୍ଟ: ରଶ୍ମୀରଞ୍ଜନ ଦାସ

Odisha News Fishermen
Advertisment
Advertisment