Advertisment

ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ପାଇଁ ଓଡ଼ିଆଙ୍କ ଲଢେଇ

ଝାଡ଼ଖଣ୍ଡ ସରକାର ଓଡ଼ିଆକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେଇଥିଲେ ବି, ଏ ଭାଷା ଏବେ ବିପନ୍ନ ହେବାକୁ ଯାଉଛି। ଷଢେଇକଳା ଓ ଖରସୁଆଁରେ ୧୫୦ ଓଡ଼ିଆ ସ୍କୁଲ ବନ୍ଦ ହେଲାଣି। ଗତ ୫ ବର୍ଷ ହେବ ଆଉ ଓଡ଼ିଆ ଶିକ୍ଷକଙ୍କୁ ଆଉ ନିଯୁକ୍ତି ମିଳୁନି।

author-image
Chandan Shishu
Fights To Safeguard Odia Language

Fights To Safeguard Odia Language

ଭୁବନେଶ୍ୱର: ବିଚ୍ଛିନ୍ନାଞ୍ଚଳରେ ବିପନ୍ନ ଓଡ଼ିଆ ଭାଷା। ଓଡ଼ିଆକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେଇଥିବା ଝାଡ଼ଖଣ୍ଡ ସରକାର, ନିକଟରେ ରାଜ୍ୟ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରୁ ଓଡିଆ ଭାଷାକୁ ବାଦ୍ ଦେବା ପରେ ଏହାକୁ ନେଇ ଷଢ଼େଇକଳା ଓ ଖରସୁଁଆରେ ବଢ଼ିଛି ପ୍ରତିବାଦର ସ୍ୱର। ଆଗକୁ ଓଡ଼ିଆ ଭାଷାକୁ ସଂପୂର୍ଣ୍ଣ ବିଲୁପ୍ତ କରିବାକୁ ଏହା ଏକ ଚକ୍ରାନ୍ତ ବୋଲି ଅଭିଯୋଗ ପରେ ଆଜି ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଛି ଓଟିଭି। ଏପଟେ ଝାଡ଼ଖଣ୍ଡ ସରକାରଙ୍କ ଏ ନିଷ୍ପତ୍ତି ବଦଳାଇବାକୁ ସେଠାକାର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Advertisment

ଓଡ଼ିଶାର ବିଚ୍ଛିନ୍ନାଂଚଳ ଷଢେଇକଳା ଓ ଖରସୁଆଁରେ ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ପାଇଁ ଓଡ଼ିଆଙ୍କ ଲଢେଇ। ଝାଡ଼ଖଣ୍ଡ ସରକାରଙ୍କ ତଥାକଥିତ ଓଡ଼ିଆ ଭାଷା ବିରୋଧୀ ପଦକ୍ଷେପ ବିରୋଧରେ ଜୋରଦାର ଆନ୍ଦୋଳନ। ନିକଟରେ ଝାଡ଼ଖଣ୍ଡ ସରକାର ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କ ପାଇଁ ତାଲିମ ପାଠ୍ୟକ୍ରମରୁ ଓଡ଼ିଆ ଭାଷାକୁ ବାଦ୍ ଦେବା ପରେ ଷଢେଇକଳା ଓ ଖରସୁଁଆରେ ବଢୁଛି ପ୍ରତିବାଦର ସ୍ବର। ଦୁଇ ଦିନ ତଳେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବଡ଼ ଧରଣର ଆନ୍ଦୋଳନ ଓ ଧାରଣା ପରେ ଆଜି ଷଢ଼େଇକଳାର ନଗରପାଳିକା ଓଡ଼ିଆ ମଧ୍ୟ ବିଦ୍ୟାଳୟରେ ଏକାଠି ହୋଇଥିଲେ ବହୁ ସଂଖ୍ୟାରେ ଓଡିଆ ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଓଡ଼ିଆ ପ୍ରେମୀ।

ଏମାନଙ୍କ ଅଭିଯୋଗ ଝାଡ଼ଖଣ୍ଡ ସରକାର ଓଡ଼ିଆକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେଇଥିଲେ ବି, ଏ ଭାଷା ଏବେ ବିପନ୍ନ ହେବାକୁ ଯାଉଛି। ଷଢେଇକଳା ଓ ଖରସୁଆଁରେ ୧୫୦ ଓଡ଼ିଆ ସ୍କୁଲ ବନ୍ଦ ହେଲାଣି। ଗତ ୫ ବର୍ଷ ହେବ ଆଉ ଓଡ଼ିଆ ଶିକ୍ଷକଙ୍କୁ ଆଉ ନିଯୁକ୍ତି ମିଳୁନି। ଆଉ ଏବେ ଶିକ୍ଷକ ତାଲିମ ପାଠ୍ୟକ୍ରମରୁ ଓଡ଼ିଆ ଭାଷା ବାଦ୍ ପଡ଼ିବା ଦୁର୍ଭାଗ୍ୟଜନକ ନିଷ୍ପତ୍ତି।

Advertisment

ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଅନେକ ଅଞ୍ଚଳ ଓଡ଼ିଆ ବହୁଳ ହୋଇଥିବା ବେଳେ ଷଢେଇକଳା ଓ ଖରସୁଁଆରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ଅଧିକ। ଏଠାକାର ବାସିନ୍ଦା କୌଣସି ପରିସ୍ଥିତିରେ ଓଡ଼ିଆ ଭାଷାର ବିଲୋପ ଚାହୁଁନଥିବା ବେଳେ ଏଠାରେ ଓଡ଼ିଆ ଭାଷାର ସୁରକ୍ଷା ଲାଗି ଦୁଇ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଷଢେଇକଳାର ରାଜା ଓ ରାଜ୍ୟର ପୂର୍ବତନ ରାଜ୍ୟପାଳ।

ସେପଟେ ରାଜ୍ୟ ବିଦ୍ୟାଳୟ ତାଲିମ ପାଠ୍ୟକ୍ରମରୁ ଓଡ଼ିଆ ଭାଷା ବାଦ ପଡ଼ିବା ପରେ ଏହାକୁ ବିରୋଧ କରି ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଅନ୍ୟ ଭାଷା ଭଳି ଓଡ଼ିଆ ବିଷୟକୁ ବି ବଳବତ୍ତର ରଖବାକୁ ସେ ତାଙ୍କ ପ୍ରତିପକ୍ଷଙ୍କୁ ନିବେଦନ କରିଛନ୍ତି। 

Language Odia Odisha
Advertisment
Advertisment