Advertisment

ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ କିନ୍ତୁ ବିଲ୍‌ ଆସିଛି ୫୮ ହଜାର ଟଙ୍କା

ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ।ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି, କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି ।ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ ଆସିଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଂଚାୟତରେ।

author-image
Sarbeswar
ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ କିନ୍ତୁ ବିଲ୍‌ ଆସିଛି ୫୮ ହଜାର ଟଙ୍କା

Boudha Farmer Electricity Issue

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ।ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି, କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି ।ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ ଆସିଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଂଚାୟତରେ।

Advertisment

ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ ୨୦୧୪-୧୫ ମସିହାରେ ଜମିକୁ ଜଳସେଚନ କରିବା ପାଇଁ ଗଭୀର କୁଅ ଖନନ କରାଯାଇଥିଲା। ହେଲେ ମଟର ବସିନି କି ବିଦ୍ୟୁତ ମଧ୍ୟ ସଂଯୋଗ ହେଇନି। ହେଲେ ୧୨ ଜଣ ଚାଷୀଙ୍କ ନାଁରେ ଆସିଛି ଲକ୍ଷାଧିକ ଟଙ୍କାର ବିଲ। ତାକୁ ନେଇ ଚିନ୍ତାରେ ଚାଷୀ । ଏମିତି କିଛି ଦୃଶ୍ୟ ହେଉଛି ବୌଦ୍ଧ ବ୍ଲକ ବ୍ରାହ୍ମଣୀ ପଂଚାୟତ ଅନ୍ତର୍ଗତ ବ୍ରାହ୍ମଣିପାଲି ଓ କାଶଲପୁର ଗ୍ରାମରେ।

୨୦୧୪-୧୫ ମସିହାରେ ମରୁଡ଼ି ସମସ୍ୟା ଦୂର କରିବା ପାଇଁ କାଶଲପୁର ଗ୍ରାମର ୮ ଜଣ ଓ ବ୍ରହାଣିପାଲି ଗ୍ରାମର ୪ ଜଣ ଚାଷୀ ଋଣ କରିକରି ଗଭୀରକୂପ ଖନନ ପାଇଁ ଆବେଦନ କରିଥିଲେ ।କୂଅ ମଧ୍ୟ ଖୋଲା ହେଲା ହେଲେ ଉଠା ଜଳସେଚନ ବିଭାଗର ଖାମଖିଆଳି ମନଭାଵ ଯୋଗୁଁ ମଟର ବସି ପାରିଲା ନାହିଁ ବାରମ୍ବାର ଅଫିସ ଦୌଡି ଦୌଡି ନୟାନ୍ତ ହୋଇଥିଲେ ସୁଦ୍ଧା ଚାଷୀଙ୍କ କିଛି ସୁଫଳ ହେଇ ପାରିଲା ନାହିଁ।

Advertisment

ସୂଚନା ଅନୁସାରେ, କାଶଲପୁର ଗ୍ରାମର ଚାଷୀ ରମେଶ ପ୍ରସାଦ ଦାଶ। କୂଅ ଖୋଳା ଆଶା କରିଥିଲେ ଚାଷ କରିବେ ବୋଲି ହେଲେ କୂଅ ଖୋଲିଥିଲେ ବି ମଟର ଲାଗିନି।ହେଲେ ଛଅ ବର୍ଷ ପରେ ଆସିଛି ୫୮ ହଜାର ଟଙ୍କାର ବିଦ୍ୟୁତ ବିଲ। ରମେଶଙ୍କ ପରି ୧୨ ଜଣ ଚାଷୀଙ୍କ ସମାନ ଅବସ୍ଥା।ଫଳରେ ମରୁଡ଼ିର ଶିକାର ହେଉଛନ୍ତି ଚାଷୀ ,କିଏ ୫ ଏକର ଚାଷ ପାଇଁ ତ କିଏ ୧୦ ଏକର ଚାଷଜମିରେ ଜଳସେଚନ ସୁବିଧା ପାଇଁ ଆବେଦନ କରିଥିଲେ। ହେଲେ କେହି ଶୁଣି ନ ଥିଲେ। ବର୍ତ୍ତମାନ ୬ ବର୍ଷ ପରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ଆସିବାରୁ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡକ।

କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା ଲକଡାଉନ ସଡ଼ଡାଉନ ହେବା ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ପୁଣି ଚାଷୀମାନଙ୍କ ନାମରେ କାହାର ୫୮ ହଜାର ଟଙ୍କା ତ କାହାର ୪୦ ହାଜର ଟଙ୍କାର ବିଦ୍ୟୁତ ବିଲ ଆସିଛି ।ଅନ୍ୟପକ୍ଷରେ ଏନେଇ ଆମେ ଉଠାଜଳସେଚନ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ତାଙ୍କର ୨୦ ହଜାର ଟଙ୍କା ଡିପୋଜିଟ ହୋଇନାହିଁ, ତେଣୁ ମଟର ଲାଗିନାହିଁ ବୋଲି କହିଛନ୍ତି।ତେବେ ଏଠାରେ ପ୍ରଶ୍ନ ତେବେ ବିଦ୍ୟୁତ ବିଲ ଆସିଲା କେମିତି? ଏ ନେଇ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଯଦି ସେମିତି ହୋଇଛି ତେବେ ଘଟଣାର ତଦନ୍ତ କରାଯିବ ବୋଇଲି ସେ କହିଛନ୍ତି।

ସରକାର ଗରିବ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ସୁଦ୍ଧା ବାସ୍ତବରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ତେବେ ଖୁବଶୀଘ୍ର ଚାଷୀଙ୍କ ଜମିରେ ମଟର ଲଗାଇବା ସହ ଜଳ ସେଚନ ସୁବିଧା କରିବାକୁ ଚାଷୀମାନେ ଦାବି କରିଛନ୍ତି।

Odisha Boudh
Advertisment
Advertisment