Advertisment

କମ୍ ପରିଶ୍ରମରେ ଲାଭଦାୟକ ଲାଖ ଚାଷ

ଲାଖ ଚାଷ କରି ଲାଭଦାୟକ ଚାଷୀ। କମ୍ ପରିଶ୍ରମରେ ଅଧିକ ଲାଭଦାୟକ ଚାଷ ମାନଙ୍କ ମଧ୍ୟରୁ ଅନ୍ୟ ତମ ହେଉଛି ଏହି ଲାଖ ଚାଷ । ମୟୂରଭଞ୍ଜ କରଞ୍ଜିଆରେ ଲାଖ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଚାଷୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
farmer earning 20 lakh with Lakh Farming

farmer earning 20 lakh with Lakh Farming

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଲାଖ ଚାଷ କରି ଲାଭଦାୟକ ଚାଷୀ। କମ୍ ପରିଶ୍ରମରେ ଅଧିକ ଲାଭଦାୟକ ଚାଷ ମାନଙ୍କ ମଧ୍ୟରୁ ଅନ୍ୟ ତମ ହେଉଛି ଏହି ଲାଖ ଚାଷ । ମୟୂରଭଞ୍ଜ କରଞ୍ଜିଆରେ ଲାଖ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଚାଷୀ । କେବଳ ଏତିକି ନୁହେଁ ବରଂ ରାଜ୍ୟର ଅନ୍ୟ ଜିଲ୍ଲା ତଥା ନବରଙ୍ଗପୁର, ବାଲେଶ୍ୱରର ନୀଳଗିରି , ମୟୂରଭଞ୍ଜର ଠାକୁରମୁଣ୍ଡା ଓ ବାଙ୍ଗିରିପୋଷି ଆଦିରେ ମଧ୍ୟ ଏହି ଚାଷ କରି ଚାଷୀମାନେ ବେଶ୍ ଲାଭବାନ ହେଉଛନ୍ତି । ଲାଖ ଚାଷ ପାଇଁ ଚାଷୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏହି ଚାଷ ଉପରେ ସବିଶେଷ ସୂଚନା ଓ ପ୍ରୋତ୍ସାହନ ଦିଆଯାଉଥିବାସହ ଅମଳ ପରେ ଏହାକୁ କିପରି ବିଭିନ୍ନ ସାମଗ୍ରୀରେ ବ୍ୟବହାର କରାଯାଇପାରିବ ସନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମଧ୍ୟ ତାମିଲ ଦିଆଯାଉଛି ।

Advertisment

ଆାଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାର ପାଣିପାଗ ଲାଖ ଚାଷ ପାଇଁ ବେଶ ଅନୁକୂଳ ରହିଥାଏ । ଏଥିପାଇଁ ଜିଲ୍ଲାର ଶିମିଳିପାଳ ପାଦଦେଶରେ ଥିବା ଠାକୁରମୁଣ୍ଡା ବ୍ଲକରେ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଲାଖ ଚାଷ କରିବା ପାଇଁ ଏକ ପାଇଲଟ୍ ପ୍ରୋଜେ ପ୍ରୋଜେ ଆରମ୍ଭ ହୋଇଥିଲା । ଯାହା ସଫଳ ହେବା ହେଲା ପରେ ଚଳିତବର୍ଷ କେସିଡିହା ପଞ୍ଚାୟତର ବଡ଼ବାଲିପୋଷି, ମଣ୍ଡଳଝରି, ଚିରୁପଦା ଗାଁରେ ପ୍ରାୟ ୧୦୦ ଜଣ ଚାଷୀ ଲାଖ ଚାଷ କରି ବେଶ୍ ଲାଭବାନ୍ ହୋଇଛନ୍ତି । ଏହି ଚାଷ ଦ୍ୱାରା ସେମାନେ ୧୮ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିବାର ଆଶା ରଖିଛନ୍ତି ।

Advertisment

ଏହା ବହୁ ଲାବବାନ୍‌ ଚାଷ ହୋଇଥଇବାବେଳେ ଆମେ ଗତ ଦୁଇ ବର୍ଷ ହେବ ଏହି ଚାଷ କରିଆସୁଛୁ । ବର୍ଷକୁ ଦୁଇ ପ୍ରକାରର ଲାଖ ଚାଷ ରହିଛି । ଯାହା ବର୍ଷକୁ ୩ରୁ ୨ ଥର ହୋଇଥାଏ । ଏଥିରୁ ପ୍ରତ୍ୟେକ ବର୍ଷକୁ ପ୍ରାୟ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ । ଏବଂ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଏହା ବିନା ସାରରେ ଅମଳ ହୋଇଥାଏ । ତେଣୁ ସେମାନେ ଏହି ଚାଷ କରି ବେଶ୍ ଲାଭବାନ ହୋଇଥାନ୍ତି ବୋଲି କହିଛନ୍ତି ଲାଖ ଚାଷୀ ।

ଏନେଇ କରଞ୍ଜିଆ ଆଇଟିଡିଏର ପ୍ରୋଜେ ମ୍ୟାନେଜର ବିଶ୍ୱନାଥ ମିଶ୍ର କହିଛନ୍ତି, ମିଶନ ଜୀବିକା ଯୋଜନାରେ କୁଶୁମ ଗଛରେ ଲାଖ ଚାଷ ପାଇଁ ୧୦୦ ଜଣଙ୍କୁ ଆମେ ମାଗଣାରେ ଲାଖ ବିହନ ଯୋଗାଇ ଦେବା ସହ ଅମଳ ହେଉଥିବା ଲାଖକୁ ନେଇ ବ୍ୟବସାୟ କରିବା ପାଇଁ ୬୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଲାଖ କ୍ରାଫ୍ଟ୍‌ ଟ୍ରେନିଂ ମଧ୍ୟ ଦିଆଯାଇଉଛି ।

ଲାଖ ଚାଷ ବିଷୟରେ ଚାଷୀମାନଙ୍କୁ ସୂତନା, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଯେଉଁଥିରେ କରଞ୍ଜିଅଆ ଉପଖଣ୍ଡରେ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମିଶନ ଜୀବିକା ଯୋଜନାରେ ୧୦୦ ଚାଷୀଙ୍କୁ ମାଗଣାରେ ଲାଖ ବିହନ ଯୋଗାଇ ଦିଆଯାଇଥିଲା । ସାଧାରଣତଃ ଲାଖକୁ ବିଭିନ୍ନ ଉପକରଣ ତଥା ଚୁଡ଼ି, ବିଭିନ୍ନ ଗହଣା, ରସାୟନ ପ୍ରସ୍ତୁତି ଏବଂ ବୈଦୁତିକ ଯନ୍ତ୍ର ଆଦିରେ ବ୍ୟବହାର କରାଯାଇଥାଏ । ଲାଖ ଅମଳ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ତାଲିମ୍‌ ଦିଆଯାଉଛି । ଯେଉଁଥିରେ ପ୍ରାୟ ୬୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବାଲେଶ୍ୱର ଲାଖ ସୋସାଇଟି ପକ୍ଷରୁ ଚୁଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବା ନେଇ ତାଲିମ ଦିଆଯାଉଛି । ଲାଖରୁ ସାମଗ୍ରୀମାନ ପ୍ରସ୍ତୁତ କରିବା ତାଲିମ୍‌ର ଅବଧି ୬ ମାସ ପର୍ଯ୍ୟନ୍ତ ରହିଥିବାବେଳେ ତାଲିମ୍ ଦେବାକୁ ୪ ଜଣ ମହିଳା ନିଯୁକ୍ତ ହୋଇଛନ୍ତି । ଫଳରେ କେବଳ ଚାଷୀମାନେ ନୁହେଁ ବରଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ମଧ୍ୟ ଏଥିରୁ ଲାଭବାନ୍‌ ହୋଇପାରିବେ ।

Farming In Odisha Mayurbhanj
Advertisment
Advertisment