• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନୂଆଦିଲ୍ଲୀ : ସବୁ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। ନିଜର ଏହି ପ୍ରତିଭାକୁ ଦେଖେଇବା ପାଇଁ କୌଣସି ବୟସ ସୀମା ବା ସ୍ଥାନ, କାଳ, ପାତ୍ରର ଆବଶ୍ୟକତା ଦରକାର ହୁଏ ନାହିଁ। ଏନେଇ ଏଭଳି ଅନେକ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ଦେଖାଯାଏ। ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ବୃଦ୍ଧଙ୍କର ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବୃଦ୍ଧ ଜଣକ ତାଙ୍କ ବଂଶୀରୁ ମଧୁର ସ୍ୱର ବାହାର କରୁଥିବା ଦେଖିବାକୁ ମିଳେ। ଭିଡିଓଟି ସୋସିଆଲ ମିଡିଆରେ ଶେୟାର ହେବା ପରେ ଭାଇରାଲ୍ ହେବାରେ ଲାଗିଛି।

ଇଣ୍ଟର୍‌ନେଟ୍ ଦୁନିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଜଣେ ବୃଦ୍ଧ ରାସ୍ତ କଡରେ ବସି ବଂଶୀ ବଜଉଥିବା ଦେଖାଯାଏ। କିନ୍ତୁ ଏଭଳି ଅନେକ ଦୃଶ୍ୟ ବିଦେଶରେ ଦେଖାଯାଏ ଯେଉଁଠାରେ ଲୋକେ କୌଣସି ସର୍ବସାଧାରଣ ସ୍ଥାନରେ ବସି ସେମାନଙ୍କର ପ୍ରତିଭାକୁ ବ୍ୟବହାର ହାତ ପାତି ଭିକ୍ଷା ମଗୁଥିବା ଦେଖାଯାଏ। ତେଣୁ ଲୋକେ କାଳେ ଏହି ବୃଦ୍ଧ ବ୍ୟକ୍ତିକୁ ସେହି ବିଦେଶୀଙ୍କ ଭଳି ଭିକ୍ଷୁ ମାନିନେବେ ସେଥିପାଇଁ ସେ ନିଜ ପାଖରେ ଏକ ଛୋଟ ବୋର୍ଡ ରଖିଛନ୍ତି। ଏହି ବୋର୍ଡରେ ସେ ଲେଖିଛନ୍ତି ଯେ “ମୁଁ ଭିକାରୀ ନୁହେଁ।” ଏହି ଭିଡିଓକୁ ଦିଲ୍ଲୀ ଆଧାରିତ ଇନ୍‌ଷ୍ଟାଗ୍ରାମ୍‌ ଉପଭୋକ୍ତା ହିମାଂଶୀ କୁକରେଜା ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି। ଲୋକେ ଏହାକୁ ଦେଖି ମଧ୍ୟ ବୃଦ୍ଧଙ୍କ ବୋର୍ଡ ପାଖରେ ଥିବା ଏକ କପଡାରେ କିଛି ଟଙ୍କା ରଖିଛନ୍ତି।

ଏହି ଭିଡିଓକୁ ଦିଲ୍ଲୀର କନ୍ନାଟ ପ୍ଲେସ୍ ଅଞ୍ଚଳରେ ସୁଟିଂ କରାଯାଇଛି। ଏହି ଭିଡିଓରେ ଆହୁରି ମଧ୍ୟ ଦେଖାଯାଇଛି ଯେ ବୃଦ୍ଧଙ୍କ ପାଖରେ ଥିବା ବୋର୍ଡରେ ଲେଖାଯାଇଛି ଯେ “ମୁଁ କେବଳ ସଂଗୀତ ମାଧ୍ୟମରେ ଆପଣମାନଙ୍କ ଆତ୍ମାକୁ ଛୁଇଁବାକୁ ଚାହୁଁଛି।” ଏହି ଭିଡିଓକୁ ଅନେକ ଲୋକ ଦେଖୁଛନ୍ତି। ଭିଡିଓରେ ହଜାର ହଜାର ଲାଇକ ମଧ୍ୟ ଆସୁଛି। ଲୋକେ ନିଜ ନିଜ ବିଚାରରେ ମତ ମଧ୍ୟ ଦେଉଛନ୍ତି। ଆପଣବି ଯଦି ବୃଦ୍ଧଙ୍କର ବଂଶୀ ଗାନ ଶୁଣିବେ ଆପଣ ବି ମଜ୍ଜିଯିବେ।

Other Stories

  • power crisis
    National ୨ ଦିନ ପରେ ଅନ୍ଧାର ହୋଇଯିବ ଦିଲ୍ଲୀ !

    ଦୁଇ ଦିନ ପରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ? ଏକଥା ଆମେ ନୁହେଁ ଖୋଦ୍‌ ଦିଲ୍ଲୀର ଜଣେ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ କୋଇଲା ଅଭାବ ଦେଖାଯାଇଛି। ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ...

  • AIIMS recruitment 2021
    Jobs ଏମ୍ସରେ ଖାଲି ପଡ଼ିଛି ୧୬୨ଟି ଫାକଲ୍ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

    ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AIIMSରେ ଖାଲି ପଡ଼ିଛି ୧୬୨ ଫାକଲ୍ଟି ପଦବୀ । ସମସ୍ତ ଫାକଲ୍ଟି ପଦବୀ ପାଇଁ...

  •  Mette Frederiksen and Narendra Modi
    National “ପ୍ରେରଣାର ଉତ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”

    ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ୍ ଶନିବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ମେଟେ ମୋଦୀଙ୍କର ବିଦେଶ ନୀତିକୁ ପ୍ରଶଂସା...

  • Mamata Banerjee
    National କଂଗ୍ରେସ କନ୍ଦଳ ପଛରେ ମମତା !

    କଂଗ୍ରେସ-ତୃଣମୂଳ କଂଗ୍ରେସ ମଧ୍ୟରେ ବଢୁଛି ବିବାଦ। କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କଂଗ୍ରେସ ଦଳରେ ଲାଗୁଥିବା କନ୍ଦଳ ପାଇଁ ସେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା...