Advertisment

ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି: ମୋହନ ମାଝୀ

ବିଜେପି ଟିମ ପକ୍ଷରୁ ୪ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖି ଆସିଛି। ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୁଲତବି ପରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଗୃହକାର୍ଯ୍ୟ। ମରୁଡି ସ୍ଥିତି ନେଇ ଗୃହରେ ଆଲୋଚନା ହୋଇଥିଲା। ବିରୋଧୀଙ୍କ ମୁତଲବି ନୋଟିସ ପରେ ଏହା ଉପରେ ଆଲୋଚନା ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Assembly

Odisha Assembly

ଭୁବନେଶ୍ୱର: ରାଜ୍ୟର ମରୁଡ଼ି ସ୍ଥିତିକୁ ନେଇ ବିଧାନସଭାରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ। ପ୍ରଭାବିତ ଅଞ୍ଚଳରେ ମରୁଡ଼ି ଘୋଷଣା କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବିରୋଧୀ ଆଣିଥିବା ମୁଲତବି ନୋଟିସ ଉପରେ କୃଷିମନ୍ତ୍ରୀଙ୍କ ଉତ୍ତରକୁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ମୋହନ ମାଝୀ ଅଭିଯୋଗ କରିଛନ୍ତି, ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି। ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇସାରିଲାଣି। ମରୁଡ଼ି ଘୋଷଣା କରାଯାଇ ଚାଷୀଙ୍କ ଲାଗି ତୁରନ୍ତ ପ୍ୟାକେଜ ଘୋଷଣା ହେଉ। ନଦୀ ଜଳ ସଂରକ୍ଷଣ ପାଇଁ ସରକାର ଟାସ୍କଫୋର୍ସ ଗଠନ କରନ୍ତୁ।

Advertisment

ବିଜେପି ଟିମ ପକ୍ଷରୁ ୪ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖି ଆସିଛି। ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୁଲତବି ପରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଗୃହକାର୍ଯ୍ୟ। ମରୁଡି ସ୍ଥିତି ନେଇ ଗୃହରେ ଆଲୋଚନା ହୋଇଥିଲା। ବିରୋଧୀଙ୍କ ମୁତଲବି ନୋଟିସ ପରେ ଏହା ଉପରେ ଆଲୋଚନା ହୋଇଥିଲା।

ମରୁଡ଼ି ସ୍ଥିତି ନେଇ ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ପୂର୍ବରୁୁ ଉତ୍ତର ରଖିଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ସେ କହିଥିଲେ, ଗତ ୨୦ ବର୍ଷ ଭିତରେ ୮ ଥର ରାଜ୍ୟରେ ମରୁଡ଼ି ହୋଇଛି।  ୨୮ ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। କମ୍‌ ବର୍ଷା ହୋଇଥିବାରୁ ୧୪ ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଅବସ୍ଥା ସ୍ୱାଭାବିକ ଠାରୁ ଖରାପ ଅଛି। ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି କ୍ରପ ପ୍ଲାନ ପ୍ରସ୍ତୁତ କରାଯାଉଛି। 

Advertisment

ଗଜପତି ସମେତ ୬ ଜିଲ୍ଲାରେ ସ୍ଥିତିରେ ସୁଧାର ଆସିଛି। ଯେଉଁ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି, ସେଠି ସ୍ୱଳ୍ପ ପମ୍ପସେଟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳସେଚନ ଓ କେନାଲ ପାଣି ଯୋଗାଣ ୭ ଦିନ ଭିତରେ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Drought In Odisha Odisha News Natural Disaster
Advertisment
Advertisment