Advertisment

ଦୁଇ ଚକରେ ଅଟୋ ଚଲେଇ ଗିନିଜ୍ ବୁକ୍ ଅଫ୍‌ ରେକର୍ଡରେ ଭାରତୀୟ ଯୁବକ

ଆପଣମାଣେ କ’ଣ କେବେ ଦୁ‍ଇ ଚକରେ ଅଟୋ-ରିକ୍ସା ଚାଲିବା ଦେଖିଛନ୍ତି କି? ଏହି ପ୍ରଶ୍ନ ଶୁଣି ଆପଣମାନେ ନିଶ୍ଚିତ କହିବେ ଯେ ଏହା କିପରି ସମ୍ଭବ? କିନ୍ତୁ ଏହି କଥା ସତ। ଚେନ୍ନାଇର ଜଣେ ବ୍ୟକ୍ତି ଏଭଳି ଚମତ୍କାର କରି ଗିନିଜ୍ ବୁକ୍‌ରେ ନିଜ ନାମକୁ ସାମିଲ୍ କରିଛନ୍ତି।

author-image
Pramod Behera
Driver made record by driving auto on two wheels

Driver made record by driving auto on two wheels

ଆପଣମାଣେ କ’ଣ କେବେ ଦୁ‍ଇ ଚକରେ ଅଟୋ-ରିକ୍ସା ଚାଲିବା ଦେଖିଛନ୍ତି କି? ଏହି ପ୍ରଶ୍ନ ଶୁଣି ଆପଣମାନେ ନିଶ୍ଚିତ କହିବେ ଯେ ଏହା କିପରି ସମ୍ଭବ? କିନ୍ତୁ ଏହି କଥା ସତ। ଚେନ୍ନାଇର ଜଣେ ବ୍ୟକ୍ତି ଏଭଳି ଚମତ୍କାର କରି ଗିନିଜ୍ ବୁକ୍‌ରେ ନିଜ ନାମକୁ ସାମିଲ୍ କରିଛନ୍ତି।

Advertisment

ଚେନ୍ନାଇର ଜଣେ ବ୍ୟକ୍ତି ଅଟୋ-ରିକ୍ସା ଚଲେଇ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। କାରଣ ସେ ଦୁଇଟି ଚକରେ ଅଟୋ-ରିକ୍ସା ଚଲଉଥିବାରୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ବ୍ୟକ୍ତି ଜଣକ ଏଭଳି ସାହସିକତା ପ୍ରଦର୍ଶନ କରି ଗିନିଜ୍ ବୁକ୍ ଅଫ୍‌ ରେକର୍ଡରେ ନିଜର ଏକ ସ୍ୱତନ୍ତ୍ର ଜାଗା କିଣି ନେଇଛନ୍ତି।

Advertisment

ଭାଇରାଲ୍ ହେଉଥିବା ଏହି ଭିଡିଓଟି ଗିନିଜ୍ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ ପେଜ୍‌ରେ ଶେୟାର ହୋଇଛି। ଏଥିରୁ ଜଣାଯାଇଛି ଯେ ଏହି ଡ୍ରାଇଭର ଜଣକ ଚେନ୍ନାଇର ହୋଇଥିବା ବେଳେ ତାଙ୍କ ନାମ ଜଗଦୀଶ ଏମ୍ ବୋଲି ଜଣାପଡିଛି। ସେ କେବଳ ଦୁଇଟି ଚକରେ ସବୁଠାରୁ ଲମ୍ବା ରାସ୍ତା ଅଟୋ-ରିକ୍ସା ଚଲେଇ ନିଜ ନାମରେ ରେକର୍ଡ କରିନେଇଛନ୍ତି। ଗିନିଜ୍ ବୁକ୍ ଅଫ୍‌ ରେକର୍ଡର ୱେବ୍‌ସାଇଟ୍ ମୁତାବକ ଏହି ଡ୍ରାଇଭର ରେକର୍ଡ କରିବା ନେଇ ନିଜ ଯାନର ଦୁଇଟି ଚକରେ ସନ୍ତୁଳନ ରକ୍ଷା କରି ୨.୨ କିଲୋମିଟରର ସବୁଠାରୁ ଲମ୍ବା ବାଟ ଡ୍ରାଇଭିଂ କରିଛନ୍ତି।

ତେବେ ୨୦୧୫ରେ ତାମିଲନାଡୁର ଅନ୍ୟଜଣେ ଯୁବକ ଏଭଳି ଏକ ରେକର୍ଡ ମଧ୍ୟ ତିଆରି କରିଥିଲେ। କିନ୍ତୁ ସେ ଏତେ ଦୂର ବାଟ ଡ୍ରାଇଭିଂ କରିପାରି ନ ଥିଲେ। ଗିନିଜ୍ ବୁକ୍ ଅଫ୍ ରେକର୍ଡର ୱେବ୍‌ସାଇଟ୍ ଅନୁସାରେ ରିୟଲିଟି ଟିଭି ଶୋ’ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ – ଅବ୍ ଇଣ୍ଡିଆ ତୋଡେଗା’ରେ ଏହି ବ୍ୟକ୍ତି ଦେଖେଇ ଦେଇଛନ୍ତି ଓ ଏହି ଅବସରରେ ସେ ସବୁଠାରୁ ଦୀର୍ଘ ରାସ୍ତା ସାଇଡ୍ ହ୍ୱିଲ୍‌ରେ ଅତିକ୍ରମ କରି ରେକର୍ଡ କରିଛନ୍ତି।

ଏଝି ଅଟୋ ଡ୍ରାଇଭର ମଧ୍ୟ ମୁମ୍ବାଇର ଜୁହୁ ବିମାନଘାଟିରେ ଷ୍ଟଣ୍ଟ୍‌ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ୱେବ୍‌ସାଇଟ୍‌ରେ ଡ୍ରାଇଭରଙ୍କ ପକ୍ଷରୁ କୁହାଯାଇଛି ଯେ “ମୁଁ କେବେ ବି ଭାବି ନ ଥିଲି ଏମିତି ରେକର୍ଡ ହାସଲ କରାଯାଇ ପାରିବ ବୋଲି। କିନ୍ତୁ ମୁଁ ଏବେ ବହୁତ ସନ୍ତୁଷ୍ଟ ଅଛି।” ଏହି ବ୍ୟକ୍ତି ଜଣକ ଘଣ୍ଟା ପ୍ରତି ୮୦ କିମି ବେଗରେ ଅଟୋ ଚଳେଇ ପାରନ୍ତି।

Guinness Book Of World Records Auto Driver Auto Rickshaw
Advertisment
Advertisment