Advertisment

କୁକୁର ବ୍ୟବହାର କରୁଛି ଭେରାଇଟି ଚଷମା, ଡ୍ରେସ୍, ଯୋତା..ଦେଖନ୍ତୁ ଭିଡିଓ...

କୁକୁରକୁ ମଣିଷର ପ୍ରକୃତ ବନ୍ଧୁ କୁହାଯାଇଥାଏ । ଅନେକ ଲୋକ କୁକୁରଙ୍କୁ ପାଳିତ ପଶୁ ଭାବରେ ମଧ୍ୟ ରଖିଥାନ୍ତି । ହେଲେ ରୋମ୍‌ରେ ରହୁଥିବା ଏକ କୁକୁର ବିସ୍କୁଟକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

author-image
Otv Khabar Bureau
Dog Has Luxuries Wardrobe With 43 Pairs Of Shoes And 47 Sunglasses See Pictures Pratp

Dog Has Luxuries Wardrobe With 43 Pairs Of Shoes And 47 Sunglasses See Pictures Pratp

ରୋମ୍: କୁକୁରକୁ ମଣିଷର ପ୍ରକୃତ ବନ୍ଧୁ କୁହାଯାଇଥାଏ । ଅନେକ ଲୋକ କୁକୁରଙ୍କୁ ପାଳିତ ପଶୁ ଭାବରେ ମଧ୍ୟ ରଖିଥାନ୍ତି । ହେଲେ ରୋମ୍‌ରେ ରହୁଥିବା ଏକ କୁକୁର ବିସ୍କୁଟକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି କୁକୁର ଜୀଉଁଛି ବିଳାସପୂର୍ଣ୍ଣ ଜୀବନ । କୁକୁର ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । କୁକୁରର ଆଲମାରୀରେ କେବଳ ଡିଜାଇନର୍ ପୋଷାକ ନୁହେଁ, ଭଳିକି ଭଳି ଚଷମା, ଜୋତା, ଟୋପି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ସବୁ ରହିଛି । ଯେଉଁଥିରେ ପ୍ରାୟ ୪୩ ଯୋଡା ଜୋତା ଏବଂ ୪୭ ଟି ଚଷମା ରହିଛି ।

Advertisment

ବିସ୍କୁଟ୍‌କୁ ତାର ମାଲିକ ଲାଭି ରୋଜ (Lavi Roz) ଏତେ ଭଲପାଉଛନ୍ତି ଯେ, ସେ କୁକୁର ପାଇଁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଏହିସବୁ ଜିନିଷ କିଣିଛନ୍ତି । ଯେଉଁଥିରେ ସୁନ୍ଦର ସୁନ୍ଦର ପୋଷାକ ସହ ବିଭିନ୍ନ ମ୍ୟାଚିଙ୍ଗ ଆସେସୋରିଜ୍ ରହିଛି ।

Advertisment


 
 
 
 
 
 
 
 
 
 
 
 
 
 

A post shared by Biscuit (@biscuit.superdog)


 
 
 
 
 
 
 
 
 
 
 
 
 
 

A post shared by Biscuit (@biscuit.superdog)

ବିସ୍କୁଟ୍ ପାଇଁ ଷ୍ଟୋନ୍‌ ଫିଟିଙ୍ଗ ଯୋଜା ସହ ଭଳିକି ଭଳି ଷ୍ଟାଇଲିସ୍ ପୋଷାକ ରହିଛି । କେବଳ ଉତ୍ସବ ଓ ପର୍ବ ପର୍ବାଣୀ ବ୍ୟତୀତ ଅନ୍ୟ କୌଣସି ଦିନରେ ବିସ୍କୁଟ୍ ଏହି ପୋଷାକ ପିନ୍ଧେ ନାହିଁ । ସୋସିଆଲ୍‌ ମିଡିଆରେ ଫଲୋର୍ସଙ୍କୁ ଦେଖାଇବା ପାଇଁ ହିଁ ତାଙ୍କ ମାଲିକ ଏହିସବୁ କିଣିଛନ୍ତି ।

ବିସ୍କୁଟ୍‌ର ମାଲିକ ଲାଭି ରୋଜ କହିଛନ୍ତି ଯେ, ତାଙ୍କ କୁକୁକୁର ଏତେ ବୁଦ୍ଧିମାନ ଯେ ଯେକୌଣସି କଥା କହିଲେ ସେ ମାନିଥାଏ । ଏପରିକି କିଛି ମିନିଟ୍ ମଧ୍ୟରେ ଏହିସବୁ ପୋଷାକ ଆଦି ଅନ୍ୟାନ ଜିନିଷ ପିନ୍ଧି ଫଟୋ ଉଠାଇବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ । ଗତ ୨ ବର୍ଷ ଧରି ନିଜ କୁକୁରମାନଙ୍କର ପାଇଁ ବିଭିନ୍ନ ଜିନିଷ କିଣି ଆସୁଛନ୍ତି ବୋଲି କହିଛନ୍ତି ରୋଜ ।

ଏହାସହ ସେ କହିଛନ୍ତି ଯେ, ସେ ବିସ୍କୁଟ୍‌ର ପୋଷାକ କିଣିବା ପାଇଁ ମଲ୍‌ର ପିଲାଙ୍କ ବିଭାଗକୁ ଯାଇଥାନ୍ତି । ବିସ୍କୁଟର ଏକ ଭାଇ ମଧ୍ୟ ଅଛି ଯାହାର ନାମ ନାଇଟଟେଲ । ସେ ମଧ୍ୟ ବେଳେବେଳେ ବିସ୍କୁଟ ପୋଷାକ ପିନ୍ଧିଥାଏ, ହେଲେ ମାତ୍ର ୨ ବର୍ଷର ହୋଇଥାବାରୁ ବିସ୍କୁଟ୍‌ର ପୋଷାକ ତାକୁ ବଡ ହୋଇଥାଏ

ବିସ୍କୁଟ୍‌ର ନିଜସ୍ୱ ଇଣ୍ଟାଗ୍ରାମ୍‌ ଆକାଉଣ୍ଟ ଅଛି । ଯେଉଁଥିରେ ତାକୁ ପ୍ରାୟ ୧୭ ହଜାରରୁ ଅଧିକ ଲୋକ ଫଲୋ କରିଥାନ୍ତି । କେବଳ ଏତିକି ନୁହେଁ ଟିକ୍‌ଟକ୍‌ରେ ମଧ୍ୟ ବିସ୍କୁଟ୍‌ ବେଶ୍‌ ଫେମସ୍‌ । ଟିକ୍‌ଟକ୍‌ର ଗୋଟିଏ ଭିଡିଓକୁ ପ୍ରାୟ ୧୫ ମିଲିୟନ୍‌ ଲୋକ ଦେଖିସାରିଛନ୍ତି ।

ବିସ୍କୁଟ୍‌ର ନିଜ ଆଲମାରୀ ରହିଛି । ଯେଉଁଥିରେ ତାର ଭଳିକି ଭଳି ପୋଷାକ, ଯୋତା, ଚଷମା ଆଦି ରହିଛି । ଏତେ ପରିମାଣରେ ଜନିଷ ରହିଛି ଯେ ଗୋଟିଏ ଆଲମାରୀ ମଧ୍ୟ ଯଥେଷ୍ଟ ନୁହେଁ ତେଣୁ ଆଉ ଏକ ଆଲମାରୀର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଲାଭି ରୋଜ ।

Luxuries Wardrobe Stylish Dog
Advertisment
Advertisment