Advertisment

ଦୁଇ ପଡ଼ୋଶୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ଓଡ଼ିଶାର ଦୁଇ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗନମୋହନ ରେଡ୍ଡୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସେ ଚିଠି ଲେଖିଛନ୍ତି ।

author-image
Satyendu Shekher Mishra
ଭାରତକୁ ଏଲ୍‌ପିଜି ଯୋଗାଣରେ କୌଣସି ପ୍ରତିବନ୍ଧକ ନାହିଁ: ଧର୍ମେନ୍ଦ୍ର

Dharmendra Pradhan

ଭୁବନେଶ୍ୱର: ଓଡ଼ିଶାର ଦୁଇ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗନମୋହନ ରେଡ୍ଡୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସେ ଚିଠି ଲେଖିଛନ୍ତି । ଓଡ଼ିଶା ସୀମାବର୍ତ୍ତୀ ଗାଁରେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା ଆଧାରିତ ଶିକ୍ଷା ସହ ଜଡ଼ିତ ବିବାଦ ସମାଧାନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବିବାଦ ସମାଧାନ କରନ୍ତୁ ବୋଲି ସେ ଚିଠିରେ ଲେଖିଛନ୍ତି ।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ, ଉଭୟ ରାଜ୍ୟରେ ସଂଖ୍ୟାଲଘୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପଢ଼ାରେ ବ୍ୟାଘାତ ହେଉଛି । ଏହା ଏକ ଉଦବେଗ ଜନକ ବିଷୟ ନିଶ୍ଚୟ । ଜାତୀୟ ଶିକ୍ଷାନୀତି-୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପାଠ ପଢ଼ାଇବା ନେଇ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି । ତାସହ ଭାଷା ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି ଧର୍ମେନ୍ଦ୍ର ।

Advertisment

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ସେ ଲେଖିଛନ୍ତି ଯେ, ଓଡ଼ିଶାରେ ତେଲୁଗୁ ଓ ଆନ୍ଧ୍ରରେ ଓଡ଼ିଆ ଭାଷାରେ ପଢ଼ିବାକୁ ଇଚ୍ଛା ରଖୁଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ଜନପ୍ରତିନିଧି ଭାବରେ ଆମର ସାମୂହିକ କର୍ତ୍ତବ୍ୟ । ଠିକ୍‌ ସେହିଭଳି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି ଯେ, ଝାଡ଼ଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ଓଡ଼ିଆ ଭାଷା ଶିକ୍ଷାକୁ ସହଯୋଗ ଓ ସୁରକ୍ଷା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ।

ଓଡ଼ିଶା ଓ ଝାଡ଼ଖଣ୍ଡର ଇସିହାସ ତଥା ଜାତୀୟ ଶିକ୍ଷା ନୀତି ୨୦୨୦ରେ ଉଲ୍ଲେଖ ଥିବା ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଦେଶର ସାଂସ୍କୃତିକ ଏବଂ ଭାଷାର ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Dharmendra Pradhan Union Higher Education Minister
Advertisment
Advertisment