Advertisment

ଶନି, ରବିରେ ଭକ୍ତଙ୍କୁ ମିଳିବ କି ଶ୍ରୀଜିଉଙ୍କ ଦର୍ଶନ?

ସେପ୍ଟେମ୍ବର ଶେଷ ଯାଏ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା। ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା କରାଯାଇଥିବା ନେଇ ଉନ୍ନୟନ ପ୍ରଶାସକ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Shree Jagannatha Temple

ପୁରୀ: ସପ୍ତାହାନ୍ତ ସଟଡାଉନ ଉଠିବା ପରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତିକୁ ଏବେ ସମସ୍ତଙ୍କ ନଜର। ଏନେଇ ଆସନ୍ତା ସପ୍ତାହରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏନେଇ ସୂଚନା ଦେଇଛନ୍ତି ଉନ୍ନୟନ ପ୍ରଶାସକ। ସେପ୍ଟେମ୍ବର ଗାଇଡଲାଇନ ଆସିବା ପରେ ଏବେ ଶ୍ରୀମନ୍ଦିର ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ସପ୍ତାହରେ ମିଟିଂ ହୋଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ଶନିବାର, ରବିବାର ଦର୍ଶନ ଅନୁମତି ମିଳିବ କି ନାହିଁ ମିଟିଂରେ ନିଷ୍ପତ୍ତି ନିଆଯିବ। ସପ୍ତାହାନ୍ତ ସଟଡାଉନ ପାଇଁ ଶନି, ରବି ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଛି।

Advertisment

ସେପ୍ଟେମ୍ବର ଶେଷ ଯାଏ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା। ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା କରାଯାଇଥିବା ନେଇ ଉନ୍ନୟନ ପ୍ରଶାସକ କହିଛନ୍ତି।

ଦୀର୍ଘ ୪ ମାସର ପ୍ରତିକ୍ଷା ପରେ ଅଗଷ୍ଟ ୨୩ରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୌଭାଗ୍ୟ ପାଇଥିଲେ ସର୍ବସାଧାରଣ । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। ଶନି ଓ ରବି ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି।

Advertisment

ସରକାରୀ ଗାଇଡଲାଇନ୍‌ ଅନୁଯାୟୀ, ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ପରି ପରିଚୟ ପତ୍ର ବି ଆବଶ୍ୟକ ।

ପ୍ରକାଶଥାଉକି, ଅଗଷ୍ଟ ଜାରି ହୋଇଥିବା ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ରେ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିଥିଲା। ଅନ୍ୟ ଜିଲ୍ଲାମାନଙ୍କରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଉଠିଥିଲା। ସାରା ରାଜ୍ୟରେ ରାତି ୮ଟାରୁ ନାଇଟ୍‌ କର୍ଫ୍ୟୁ କରାଯାଇଥିଲା। ସେପ୍ଟେମ୍ବରର ଗାଇଡ୍‌ଲାଇନ୍‌ ଅନୁସାରେ ସାରା ରାଜ୍ୟରୁ ସପ୍ତାହନ୍ତ ସଟଡାଉନ୍‌ ଉଠିଯାଉଛି। କେବଳ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ରହିବ।  

Odisha News Puri Jaggannth Temple
Advertisment
Advertisment