• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦୁଇଟି ସ୍ଥାନରେ ସ୍ୱୟଂଚାଳିତ ସ୍ମାର୍ଟ ଟଏଲେଟର ଶୁଭାରମ୍ଭ

  • ଆଗକୁ ଅନ୍ୟ ସ୍ଥାନରେ ମଧ୍ୟ ଆରମ୍ଭ ହେବ ଏହି ବ୍ୟବସ୍ଥା

କଟକ(ବିଶ୍ୱଜିତ୍) : କଟକରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ-ଟଏଲେଟ୍ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି । ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ । ଲୋକଙ୍କୁ ୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ ପରିଚାଳନା କରିବେ ।

ସହରକୁ ବାହାରୁ ଆସୁଥିବା ଲୋକେ ଅନେକ ସମୟରେ ଟଏଲେଟ୍ ଲାଗି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ମହିଳାମାନେ ଢେର ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ସହର ୨ଟି ସ୍ଥାନରେ ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ କରାଯାଇଛି । ଆଗକୁ ସହରର ଅନ୍ୟ ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ଯୋଜନା ରହିଛି । କଟକରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ମଧୁପାଟଣା ଓ ଓଏମପିରେ ଇ-ଟଏଲେଟ୍ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସିଏମସି କମିସନର୍ । କାରଣ ଏଠାରେ ବସ୍ ତଥା ଗନମନାଗମନ ଅଧିକ ଥାଏ । ଇ –ଟଏଲେଟ୍ ସହ ପାଖରେ ରହିଛି ଇଣ୍ଟିଗ୍ରେଟେଡ୍ ଭେଣ୍ଡିଂ ଜୋନ୍ । ଏହି ଦୋକାନକୁ ଚଳାଇବେ ମହିଳା । ଦୋକାନର ଲାଭ ପଇସାରେ ଇ –ଟଏଲେଟ୍ ଚାଲିବ ।