Advertisment

ଅମଳ ହେବାକୁ ଥିବା ଫସଲକୁ ଛାରଖାର କରିଦେଲା ବର୍ଷା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡା ମହାନଦୀର ବଢି ପାଣିରେ ନଷ୍ଟ ହୋଇଯାଇଛି ଏକର ଏକର ଧାନ ଚାଷ ସହ ପରିବା ଫସଲ। ବର୍ଷା ଯୋଗୁ ଗତ ୩ ଦିନ ଧରି ଚାଷ ଜମିରେ ଲହଡି ମାରୁଥିଲା ବଢି ପାଣି। ତାହାରି ଭିତରେ ପୋତି ହୋଇ ରହିଥିଲା ବାଇଗଣ, ଭେଣ୍ଡି, ଟମାଟୋ, କଲରା ଆଦି ପନି ପରିବା। ଏବେ ବର୍ଷା ଛାଡ଼ିବା ସହ ପାଣି କମିିଯିବା ପରେ ଦାଉ ଦାଉ ହୋଇ ଦେଖାଯାଉଛି କ୍ଷୟକ୍ଷତି।

author-image
Chandan Shishu
Crop damaged

Crop damaged

ଭୁବନେଶ୍ୱର: କ୍ଷେତରେ ଛୁଟୁଛି ବଢ଼ି ପାଣି। ବୁଡ଼ିଯାଇଛି ଚାଷ ବାସ। ଦିନ କେଇଟା ପରେ ଅମଳ ହୋଇଥାନ୍ତା ଫସଲ। ହେଲେ ଲଗାଣ ବର୍ଷା ବିଗାଡ଼ି ଦେଇଛି ସବୁକିଛି। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଦୃଶ୍ୟକୁ ଥରେ ଦେଖନ୍ତୁ। କେଉଁ ଧାନ ବିଲରେ ବେକେ ପାଣି ତ ଆଉ କେଉଁଠି ବଢ଼ି ପାଣି ଜମି ପଚିଶଢ଼ି ଗଲାଣି ଧାନ ଗଛ। ସରକାରୀ ରେକର୍ଡ କରୁଛି, ନିମାପଡ଼ା କୃଷି ଜିଲ୍ଲାରେ ନିମାପଡା ସମେତ ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକର ତଳିଆ ଅଞ୍ଚଳରେ ୪୩ ହଜାର ୪୯୪ ହେକ୍ଟର ଧାନ ଜମିରେ ମାଡ଼ିଯାଇଛି କାଦୁଅ ଓ ବଢ଼ି ପାଣି। ଫଳରେ ଦାନାପାଣି ସବୁ ବର୍ବାଦ ହୋଇଯିବା ପରେ କେମିତି ଚଳିବ ପରିବାର, ସେହି ଚିନ୍ତାରେ ଚାଷୀ। 

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡା ମହାନଦୀର ବଢି ପାଣିରେ ନଷ୍ଟ ହୋଇଯାଇଛି ଏକର ଏକର ଧାନ ଚାଷ ସହ ପରିବା ଫସଲ। ବର୍ଷା ଯୋଗୁ ଗତ ୩ ଦିନ ଧରି ଚାଷ ଜମିରେ ଲହଡି ମାରୁଥିଲା ବଢି ପାଣି। ତାହାରି ଭିତରେ ପୋତି ହୋଇ ରହିଥିଲା ବାଇଗଣ, ଭେଣ୍ଡି, ଟମାଟୋ, କଲରା ଆଦି ପନି ପରିବା। ଏବେ ବର୍ଷା ଛାଡ଼ିବା ସହ ପାଣି କମିିଯିବା ପରେ ଦାଉ ଦାଉ ହୋଇ ଦେଖାଯାଉଛି କ୍ଷୟକ୍ଷତି। କେବଳ ବିନିକା କାହିଁକି, ଭଦ୍ରକ ଜିଲ୍ଲା ବାସୁଦେବପୁର ଏବଂ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ବ୍ୟାପକ ମାତ୍ରାରେ ଉଜୁଡ଼ିଯାଇଛି ଫସଲ।

ସୁନ୍ଦରଗଡ଼ ଲହୁଣିପଡ଼ା ବ୍ଲକ ଖୁଟୁଗାଁ ସ୍ଥିତ ଧୂନ କଟାନାଳରେ ବଢ଼ି ପାଣି ଚାଲୁଥିବାରୁ ଖୁଟୁଗାଁ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ତେବେ ଉପରମୁଣ୍ଡରେ ବର୍ଷା କମିବା ପରେ ମହାନଦୀ ତଳମୁଣ୍ଡରେ ଖସୁଛି ଜଳସ୍ତର। ତାସହ କ୍ରମାଗତ ଭାବେ ବନ୍ଦ ହେବାରେ ଲାଗିଛି ହୀରାକୁଦ ଗେଟ୍। ସେପଟେ ବୁଢ଼ାବଳଙ୍ଗ, ଇବ୍, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ଆଦି ପ୍ରମୁଖ ନଦୀର ଜଳସ୍ତର ହ୍ରାସ ପାଉଛି। ତେଣୁ ବନ୍ୟାକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ଟଳିଯାଇଛି।

Advertisment
Crop Rainfall Odisha
Advertisment
Advertisment