Advertisment

ଗୁରୁବାର ଦୀପାବଳି: ବାଣ ଫୁଟାଇବାକୁ ମିଳିବ କି ଅନୁମତି?

ଏ ବର୍ଷ ଦୀପାବଳିରେ ବାଣଫୁଟାକୁ ମିଳିବ କି ଅନୁମତି ? ଆଜି ଦିନ ପ୍ରାୟ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ

author-image
Sarbeswar
ଅଦ୍ୟତନ ହୋଇଛି
Hogh Court

Hogh Court

ଭୁବନେଶ୍ୱର: ଏ ବର୍ଷ ଦୀପାବଳିରେ ବାଣଫୁଟାକୁ ମିଳିବ କି ଅନୁମତି ? ଆଜି ଦିନ ପ୍ରାୟ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ । ତେବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ। ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଣଫୁଟାକୁ ନେଇ NGT ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି SRC ବିଭିନ୍ନ ପକ୍ଷ ସହ ଆଲୋଚନା କରିଛନ୍ତି।

Advertisment

ସେପଟେ ଗଂଜାମ ଜିଲ୍ଲା ଆସିକା ନଳବଣ୍ଟାରେ ବାଣ ପ୍ରସ୍ତୁତ କରାଯାଉଥିବା ଖବର ପରେ ପୋଲିସ ଚଢ଼ାଉ କରିଛି। ଚଢାଉ ବେଳେ ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି ପୋଲିସ। ଏହି ଘଟଣାରେ ଜଣକୁ ଗିରଫ ମଧ୍ୟ କରାଯାଇଛି। ଅଭିଯୁକ୍ତ ଜଣକ ମାଧବ ବେହେରା ବୋଲି ସୂଚନା ମିଳିଛି। ସେ ତାଳ ଫୋଟକା ଓ ଅନ୍ୟ ବାଣ ସବୁ ତିଆରି କରୁଥିଲା । ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂହଙ୍କ ନେତୃତ୍ୱରେ ଆସିକା ପୋଲିସ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ବାଣ ତିଆରି ଓ ବିକ୍ରି ଉପରେ ରାଜ୍ୟ ସରକାଙ୍କ କଟକଣା ସତ୍ତ୍ୱେ ଲୁଚାଛପାରେ ଏଠାରେ ବାଣ ତିଆରି ହେଉଥିଲା।

Advertisment
Cracker Issue Odisha
Advertisment
Advertisment