/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626582663.jpg)
MGNREGA Scheme
ସଂଗ୍ରାମପୁର(ରବୀନ୍ଦ୍ର ହୋତା) : ଭୂତ କରିଛି ରାସ୍ତା କାମ । ଖୋଦ ସରକାରୀ ରେକର୍ଡ ଏପରି ଅବାନ୍ତର ତଥ୍ୟ ଦେଇଛି । ମୃତ୍ୟୁ ପରେ ବି ମନରେଗା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଭୂତ ଶ୍ରମିକ । ରାସ୍ତା କାମରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହୋଇଛି ହେଲେ ରାସ୍ତାର ଅବସ୍ଥା ଦେଖିଲେ, ଏଥିରେ ଦୁର୍ନୀତିର ଗନ୍ଧ ବାରି ହେଇଯାଉଛି । ସୁବର୍ଣ୍ଣପୁର ଜିଲ୍ଲା ଯୁବରାଜପୁର ଗାଁରୁ ଆସିଛି ଏଭଳି ଅଭିଯୋଗ ।
ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଗତ ହୋଇଛି ରାସ୍ତା କାମ । ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଗାଁରୁ ଘାସିମାଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କହିଲେ ନସରେ । ଏହାର ଅବସ୍ଥା ଫଲକ ଭାଙ୍ଗିରୁଜି ତଳେ ପଡିଛି । ଗାଁ ଲୋକଙ୍କ ଅଭିଯୋଗ ରାସ୍ତାରେ ମୁଠାଏ ବୋଲି ମାଟି ପଡିନି । ରାସ୍ତା ତିଆରି ନାଁରେ ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି । କାଗଜପତ୍ର କହୁଛି ଏହି ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ୮୯ ହଜାର ମଞ୍ଜୁର ହୋଇଥିବାବେଳେ ଖର୍ଚ୍ଚ ହୋଇଛି ୩ ଲକ୍ଷ ୯୫ ହଜାର ଟଙ୍କା ।
କେବଳ ଏତିକି ନୁହେଁ, ଏହି ରାସ୍ତା ନିର୍ମାଣରେ ଭୂତ ଶ୍ରମିକ କାମ କରିଥିବା ବି ଜଣାପଡ଼ିଛି । ରେକର୍ଡ କହୁଛି ଏହି କାମ ନିୟୋଜିତ ହୋଇଥିଲେ ସୀତା ମେହେର ନାମକ ଶ୍ରମିକ । ତାଙ୍କ ଜବକାର୍ଡ କହୁଛି ୨ଟି ପର୍ଯ୍ୟାୟରେ ମାର୍ଚ୍ଚରୁ ଜୁନ୍ ଯାଏଁ ୧୪ ଦିନ ପାଇଁ ସେ କାମ କରିଛନ୍ତ । ଯେଉଁଥି ପାଇଁ ତାଙ୍କୁ ୧୪୦୯ ଏବଂ ୧୫୦୫ ଟଙ୍କା ପାରିଶ୍ରମିକ ମିଳିଥିବା ବି ଉଲ୍ଲେଖ ରହିଛି ।
Also Read
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତ ୨୩ ଫେବ୍ରୁଆରୀରେ ପ୍ରାୟ ନବେ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ସୀତା ମେହେରଙ୍କ ବଡ ପୁଅ କହିଛନ୍ତି । ଜଣେ ୯୦ ବର୍ଷର ବୃଦ୍ଧା ମୃତ୍ୟୁ ମାସକ ପରେ ଆସି କିଭଳି କାମ କଲେ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ପୁଅ ।ସେପଟେ ପିଡି-ଡିଆରଡିଏ କହିଛନ୍ତି ଅନୁସନ୍ଧାନ ଅକ୍ରି କାର୍ଯ୍ୟାନୁଷ୍ଠାନ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)