Advertisment

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଗାଡ଼ିରେ ଥିଲେ ୩୦ ଯାତ୍ରୀ

ଗତ ୨୪ ଘଣ୍ଟାରେ କୋରାପୁଟରେ ୨ଟି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନାହିଁ। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ବସ୍‌ ଓଲଟି ପଡ଼ିବା ଯୋଗୁ ୪ ଜଣ ଆହତ ହୋଇଥିବା ବେଳେ ବୋଲେରୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
Accident In Koraput

Accident In Koraput

କୋରାପୁଟ: ଗତ ୨୪ ଘଣ୍ଟାରେ କୋରାପୁଟରେ ୨ଟି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନାହିଁ। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ବସ୍‌ ଓଲଟି ପଡ଼ିବା ଯୋଗୁ ୪ ଜଣ ଆହତ ହୋଇଥିବା ବେଳେ ବୋଲେରୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି।

Advertisment

କୋରାପୁଟ ଜିଲ୍ଲା ପଞ୍ଚଡ଼ା ନିକଟରେ ଆଜି ଭୋର ସାଢ଼େ ୪ଟାରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ୩୦ ଜଣ ଯାତ୍ରୀଙ୍କୁ ନେଇ ଆର୍‌.ବି. କୋଚ୍‌ ନାମକ ଏକ ଯାତ୍ରୀବାହୀ ବସ୍‌ ପୋଲସରାରୁ କୋରାପୁଟ ଦେଇ ଇନ୍ଦ୍ରାବତୀ ଅଭିମୁଖେ ଯାଉଥିଲା। ଏହି ସମୟରେ ପ୍ରବଳ କୁହୁଡ଼ି ଯୋଗୁ ଡ୍ରାଇଭର ରାସ୍ତା ଦେଖି ନପାରିବାରୁ ପଞ୍ଚଡ଼ା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଖବରପାଇ କାକିରିଗୁମା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲା। ବସ୍‌ରେ ୩୦ ଜଣ ଯାତ୍ରୀ ଥିଲେ। ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ସୂଚନାଥାଉ କି, ଗତକାଲି ରାତିରେ କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ବୋଲେରୋ ଓଲଟି ପଡ଼ିବା ଯୋଗୁ ୧୫ ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦଶମନ୍ତପୁରରୁ ଜୟପୁର ଫେରୁ ଥିବାବେଳେ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତାକଡ଼କୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆହତମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବୋଲୋରୋରେ ମହିଳା,ଶିଶୁଙ୍କ ସମେତ ବୟସ୍କ ଲୋକ ମଧ୍ୟ ଥିଲେ। 

Koraput Bus Accident Bus Accident In Odisha Road Accident
Advertisment
Advertisment