• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପରିବାର ଚଳାଇବା ହେଲାଣି କଷ୍ଟକର, ସହାୟତା ପାଇଁ ଦାବି

  • ମେଳା ମହୋତ୍ସବ ବନ୍ଦ ଥିବାରୁ ବିକ୍ରି ହୋଇପାରୁନି ପିତ୍ତଳ ମୂର୍ତ୍ତି

  • ଦୁର୍ଦ୍ଦଶାରେ ମୟୂରଭଂଜ କପ୍ତିପଦାର ପିତ୍ତଳ ମୂର୍ତ୍ତି କାରିଗର

ଚୌଦ୍ୱାର,ଉଦଳା (ପ୍ରକାଶ କୁମାର ନାୟକ ମାନସ ପାଣି) : ଥମି ଆସିଲାଣି କଂସାବାସନ ଶାଳର ସେହି ଠନଠନ୍ ଶବ୍ଦ । ଦିନେ କାରିଗରଙ୍କ ହାତକୁ ଫୁରସତ ନଥିଲା, ମାତ୍ର ଆଜି ହାତବାନ୍ଧି ବସିଛନ୍ତି । କରୋନା ପାଇଁ ବେପାର ମାନ୍ଦା ଥିବାରୁ କାରିଗର ଏବେ ଚିନ୍ତାରେ । ସେହିପରି ମେଳା ମହୋତ୍ସବ ବନ୍ଦ ଥିବାରୁ ପିତ୍ତଳ ମୂର୍ତ୍ତି କାରିଗରଙ୍କ ବେଉସା ଉପରେ ବି ପଡ଼ିଛି ପ୍ରଭାବ ।

କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ ହେଉଛି ଚିକଚିକ୍ କରୁଥିବା ଗରା । ଖାଲି ଗରା କାହିଁକି ପିତ୍ତଳର ସୁନ୍ଦର ସୁନ୍ଦର କଂସାବାସନ ମଧ୍ୟ ତିଆରି କରୁଛନ୍ତି । ମାତ୍ର ଲକଡାଉନରେ ବେପାର ମାନ୍ଦା ଯୋଗୁଁ କାରିଗର ଏବେ ଚିନ୍ତାରେ । ଏଭଳି ସ୍ଥିତିରେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ସେହିଭଳି ମୟୂରଭଂଜ କପ୍ତିପଦା ଉପଖଣ୍ଡ ଗୋପବନ୍ଧୁ ନଗର କୁଡ଼ଇାଖୁଣ୍ଟା ଗାଁର ଅଧିକାଂଶ ଲୋକେ କୌଳିକ ବୃତ୍ତିକୁ ଛାଡ଼ି ନପାରି ପିତ୍ତଳ ମୂର୍ତ୍ତି ତିଆରିରେ ଲାଗିଛନ୍ତି । ବଜାର ଘାଟ ଓବଂ ମେଳା ମହୋତ୍ସବରେ ଏସବୁ ବିକ୍ରି କରି ଦି ପଇସା ରୋଜଗାର କରିଥାନ୍ତି ମାତ୍ର କରୋନା କଟକଣା ଯୋଗୁଁ ମେଳା ମହୋତ୍ସବ ବନ୍ଦ ଥିବାରୁ ବିକ୍ରିବଟା ହୋଇପାରୁନାହିଁ, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କାରିଗର । କରୋନା ସଭିଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ କାରିଗରମାନେ ଉପକୃତ ହେବା ସହ କୌଳିକ ବୃତ୍ତିକୁ ବଞ୍ଚାଇ ରଖିପାରନ୍ତେ ବୋଲି କହିଛନ୍ତି ।