• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସେଦିନ ଥିଲା ୧୮୫୭ ମସିହା ମାର୍ଚ୍ଚ ୨୧ ତାରିଖ । ୩୪ ତମ ପ୍ଲାଟୁନ୍‌ର ପ୍ୟାରେଡ୍‌ ବାରାକପୋରରେ ଚାଲିଥିଲା। କ୍ରୋଧରେ ଭରା ଜଣେ ସୈନିକ ତାଙ୍କ ବନ୍ଧୁକ ସହିତ ଧାଡ଼ିର ଆଗକୁ ଚାଲି ଆସିଲେ। ସେ ପ୍ରାୟ ଦେଢ ମାସ କ୍ରୋଧରେ ପରିପୂର୍ଣ୍ଣ ଥିଲେ। ସେ ଅନୁଭବ କଲେ ଯେ ବ୍ରିଟିଶମାନେ ତାଙ୍କ ସହ ବିଶ୍ୱାସଘାତକତା କରି ତାଙ୍କ ଧର୍ମକୁ ଭ୍ରଷ୍ଟ କରିଛନ୍ତି। ସେତେବେଳେ ବ୍ରିଟିଶ ସୈନ୍ୟବାହିନୀରେ କ୍ୱଚିତ୍ ବ୍ରାହ୍ମଣ ଜଡିତ ଥିଲେ। ଯଦି ସେତେବେଳେ ତାଙ୍କ ସାଥୀମାନେ ତାଙ୍କୁ ସମର୍ଥନ କରିଥାନ୍ତେ, ତେବେ ବ୍ରିଟିଶମାନଙ୍କ ହୋସ୍ ଉଡିଯାଇଥାନ୍ତା।

ସେହି ବ୍ରାହ୍ମଣ ସୈନିକ ଥିଲେ ମଙ୍ଗଳ ପାଣ୍ଡେ, ଯାହାଙ୍କୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ବିଦ୍ରୋହୀ ମଧ୍ୟ କୁହାଯାଏ। ଏହା ମଧ୍ୟ କୁହାଯାଏ ଯେ ଯଦି ସେ ନ ଥାନ୍ତେ, ତେବେ ସ୍ୱାଧୀନତା ସଂଗ୍ରାମର ନିଆଁ ୧୮୫୭ ମସିହାରେ ସେପରି ଜଳି ନ ଥାନ୍ତା। ପ୍ରଥମ ଥର ପାଇଁ ସେ ସାରା ଦେଶରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ବ୍ୟାପକ କ୍ରୋଧର ବାତାବରଣ ସୃଷ୍ଟି କରିଥିଲେ। ଯଦିଓ ଏହା ମଧ୍ୟ ସତ୍ୟ ଯେ, ସେହି ସମୟରେ, ଅନେକ ରାଜ୍ୟ ସମଗ୍ର ଦେଶରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଯୋଜନା କରିଥିଲେ। ଏହାକୁ କେବଳ କାର୍ଯ୍ୟକାରୀ କରିବାକୁ ଥିଲା।

ଆଜି ଅର୍ଥାତ୍ ୧୯ ଜୁଲାଇରେ ଭାରତର ଏହି ପ୍ରଥମ ସଂଗ୍ରାମୀ ବୀର ମଙ୍ଗଳ ପାଣ୍ଡେଙ୍କ ଜନ୍ମଦିନ। ସେ ୧୮୨୭ ମସିହାରେ ବାଲିଆର ନଗୱାଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବୋଧହୁଏ ତାଙ୍କ ପରିବାର ତାଙ୍କୁ ସେନାକୁ ଯିବାକୁ ନେଇ ପସନ୍ଦ କରୁ ନ ଥିଲେ। ସେତେବେଳେ ଗାଁଗୁଡ଼ିକରେ କୃଷିର ଅବସ୍ଥା ଖରାପ ଥିଲା। କୃଷକଙ୍କ ସମସ୍ତ ଆୟ ଟିକସ ଦେବାରେ ଯାଉଥିଲା। ସେହି ଗ୍ରାମଗୁଡିକରେ ସେତେବେଳେ ଅଧିକାଂଶ ବ୍ରାହ୍ମଣ ପରିବାର ମଧ୍ୟ ଆର୍ଥିକ ଦୃଷ୍ଟିରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ, ତେଣୁ ଗାଁର ସମସ୍ତ ବ୍ରାହ୍ମଣ ଯୁବକ ମଧ୍ୟ ସେନାରେ ଯୋଗଦେବା ଆରମ୍ଭ କରିଥିଲେ।

ସେନାରେ ଯୋଗଦେବା ପରେ ସେ ଯତ୍ନ ନେଉଥିଲେ ଯେ କିପରି ସମ୍ପୂର୍ଣ୍ଣ ଶୁଦ୍ଧତା ସହିତ ଧର୍ମକୁ ଅନୁସରଣ କରାଯିବ। ଜାତି ଭାବନା ମଧ୍ୟ ଅଧିକ ଥିଲା। ଏହା ପ୍ରାୟ ଜାନୁୟାରୀ ୧୮୫୭ର ସମୟ। ବଙ୍ଗୀୟ ସେନାର ବ୍ରାହ୍ମଣ ସୈନିକ ମଙ୍ଗଲ ପାଣ୍ଡେଙ୍କୁ ଜଣେ ବ୍ୟକ୍ତି ପାଣି ପିଇବାକୁ ଲୋଟା ମାଗିଥିଲେ। ମଙ୍ଗଲ ପାଣ୍ଡେ ଲୋଟା ଦେବାକୁ ମନା କରିଦେଇଥିଲେ, କାରଣ ବ୍ୟକ୍ତି ଜଣକ ନିମ୍ନ ଜାତିର ଥିଲେ। ଏହା ଉପରେ ବ୍ୟକ୍ତି ଜଣକ ଉପହାସ କରି କହିଥିଲେ ଯେ ଯେଉଁ ଉଚ୍ଚ ଜାତି ନେଇ ଆପଣ ଗର୍ବ କରୁଛନ୍ତି ତାହା ସେନାରେ ରହି, ଦାନ୍ତରେ କାର୍ଟ୍ରିଜ୍ କାମୁଡିବା ପରେ ଏହା ନଷ୍ଟ ହୋଇ ସାରିଛି।

ଏହ ଶୁଣି ମଙ୍ଗଳ ପାଣ୍ଡେ କ୍ରୋଧରେ ଶୀବିରକୁ ଫେରି ଆସିଥିଲେ। ତାଙ୍କ ସହକର୍ମୀଙ୍କୁ ଏହି ସୂଚନା ଦେଲେ।| ସହକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଖେଳିଗଲା। ବ୍ରିଟିଶମାନେ ଜାଣିବାକୁ ପାଇଲେ ଯେ କାର୍ଟ୍ରିଜରେ ଚର୍ବି ହେତୁ ସୈନିକମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଥିଲା। ଏହା ପରେ ସେମାନେ ସତର୍କ ହୋଇଗଲେ। ତେବେ ଏହି କାର୍ଟ୍ରିଜରେ ଗାରୁ ଚର୍ବି ନାହିଁ ବୋଲି ସେମାନେ ସଫେଇ ଦେଲେ। କିନ୍ତୁ ଏହି ସ୍ପଷ୍ଟୀକରଣ ମାମଲାକୁ ଆହୁରି ବିଗାଡି ଦେଲା। ଏହା ପରେ ଆହୁରି ଅନେକ ଗୁଜବ ପ୍ରଚାରିତ ହେଲା, ଯାହା ସୈନିକମାନଙ୍କ କ୍ରୋଧକୁ ବୃଦ୍ଧି କରିଦେଇଥିଲା। ମଙ୍ଗଳ ଭିତରେ ଭିତରେ କ୍ରୋଧରେ ଫାଟି ପଡୁଥିଲେ। ପରିସ୍ଥିତି ବିସ୍ଫୋରକ ହେବାରେ ଲାଗିଥିଲା।

ଜାନୁଆରୀରେ, ସୈନିକମାନେ କାର୍ଟ୍ରିଜ୍ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ବ୍ରିଟିଶ ଅଧିକାରୀମାନେ ସୈନିକମାନଙ୍କୁ ଭୟଭୀତ କରିବା ଆରମ୍ଭ କଲେ ଯେ ଯଦି ସେମାନେ ଏହିପରି ମନାକରନ୍ତି, ତେବେ ସେମାନଙ୍କୁ ଦୂର ସ୍ଥାନକୁ କିମ୍ବା ଅନ୍ୟ ଦେଶକୁ ପଠାଇଦିଆଯିବ। ଲାଗୁଥିଲା ଯେ ବ୍ରିଟିଶମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କେବଳ ଏହି କାର୍ଟ୍ରିଜ୍‌ ବ୍ୟବହାର କରିବେ। ଉତ୍ତେଜିତ ସୈନିକମାନଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗିବାକୁ ଯାଉଥିଲା।

ମାର୍ଚ୍ଚ ୨୧, ୧୮୫୭ରେ, ଯେତେବେଳେ ବାରକପୁରରେ ୩୪ ତମ ପ୍ଲାଟୁନର ପ୍ୟାରେଡ୍‌ ଚାଲିଥିଲା, ସେତେବେଳେ ମଙ୍ଗଳ ପାଣ୍ଡେ ତାଙ୍କ ବନ୍ଧୁକ ଧରି ଧାଡିରୁ ବାହାରକୁ ଚାଲି ଆସିଥିଲେ। ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢିବା ପାଇଁ ସେ ତାଙ୍କ ସାଥୀମାନଙ୍କୁ ଆହ୍ୱାନ କରିଥିଲେ। କିନ୍ତୁ ତାଙ୍କର କୌଣସି ସାଥୀ ନିଜ ଜାଗାରୁ ହଲିଲେ ନାହିଁ। ଐତିହାସିକ ଅଶୋକ ଗାଙ୍ଗୁଲିଙ୍କ ପୁସ୍ତକ ‘ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ’ ରେ ଏ କଥା ବିସ୍ତୃତ ଭାବେ କୁହାଯାଇଛି।

ଯଦି ସେଦିନ ମଙ୍ଗଳ ପାଣ୍ଡେଙ୍କ ଆହ୍ୱାନରେ ତାଙ୍କ ସାଥୀମାନେ ଆଗକୁ ଆସିଥାନ୍ତେ, ତେବେ ବୋଧହୁଏ ବ୍ରିଟିଶ ଅଧିକାରୀମାନେ ହାତମୁଠାକୁ ଆସିଯାଇଥାନ୍ତେ। ସେତେବେଳେ ୧୮୫୭ର ବିଦ୍ରୋହ ବୋଧହୁଏ ଅଲଗା ହୋଇଥାନ୍ତା। ତାଙ୍କ ସାଥୀମାନେ ଆଗକୁ ନ ଯାଉଥିବାର ଦେଖି ମଙ୍ଗଳ ପାଣ୍ଡେ ସର୍ଜେଣ୍ଟ ମେଜର ହିଉସେନ୍‌ଙ୍କ ଉପରକୁ ଗୁଳି ଚଳାଇଥିଲେ। ହିଉସେନ୍‌ ସେଠାରେ ଟଳି ପଡିଲେ। ତା’ପରେ ଦ୍ୱିତୀୟ ଅଧିକାରୀ ଲେଫ୍ଟନାଣ୍ଟ ୱାଗ୍ ତାଙ୍କ ଘୋଡା ଉପରେ ଚଢି ଆଗକୁ ଯାଉଥିବା ବେଳେ ମଙ୍ଗଳ ପାଣ୍ଡେ ତାଙ୍କୁ ଆହତ କରିଥିଲେ।

ଏହା ପରେ ଯେତେବେଳେ ବ୍ରିଟିଶ ଅଧିକାରୀମାନେ ମଙ୍ଗଳ ପାଣ୍ଡେଙ୍କୁ ଗିରଫ କରିବାକୁ ଚାହୁଁଥିଲେ, ସେତେବେଳେ ସେ ନିଜକୁ ଗୁଳି କରି ମରିବା ଶ୍ରେୟଷ୍କର ବୋଲି ଭାବିଥିଲେ। ନିଜ ଉପରକୁ ଗୁଳି ଚଳାଇଲେ। କିନ୍ତୁ ମରିବା ପରିବର୍ତ୍ତେ ମଙ୍ଗଳ ପାଣ୍ଡେ ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତାଙ୍କୁ ୧୫ ଦିନ ଭିତରେ ୮ ଏପ୍ରିଲ ୧୮୫୭ରେ ଫାଶୀ ଦିଆଯାଇଥିଲା।

Other Stories