• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • KISSକୁ ବଡ଼ ଝଟ୍‌କା, ମୁହଁ ଫେରେଇନେଲା WAU ।

  • କିସ୍‌ରେ ହେବନି ୨୦୨୩ ମସିହା ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ ।

  • କିସ୍ ବିରୋଧରେ ବହୁ ମାନବାଧିକାର କର୍ମୀ ଓ ବୁଦ୍ଧିଜୀବୀଙ୍କ ଆପତ୍ତି ।

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ ବା କିସ୍‌କୁ ବଡ଼ ଝଟ୍‌କା । କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ ବା କିସ୍‌ରେ ହେବନି ୨୦୨୩ ମସିହା ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU । ଏକ ଆଦିବାସୀ ସଂସ୍ଥା ଭାବେ କିସ୍ ବିରୋଧରେ ବହୁ ମାନବାଧିକାର କର୍ମୀ ଓ ବୁଦ୍ଧିଜୀବୀ ଆପତ୍ତି ଉଠାଇବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛି WAU । ତାସହ ସମ୍ମିଳନୀ ଦିଲ୍ଲୀରେ ଆୟୋଜନ ହେବା ନେଇ ଘୋଷଣା କରିବା ସହ କିସ୍‌କୁ କାର୍ଯ୍ୟକ୍ରମର ଆୟୋଜକ ଭାବେ ଗ୍ରହଣ ନକରିବାକୁ ବି ନିଜ ସହଯୋଗୀମାନଙ୍କୁ ଅବଗତ କରିଛି ।

ଏନେଇ WAU ପକ୍ଷରୁ ଏକ ଚିଠି ମଧ୍ୟ କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, କିସ୍ ବିପକ୍ଷରେ ଉଭୟ ଘରୋଇ ଓ ଆନ୍ତର୍ଜାତିକ ସ୍ତରରେ ହେଉଥିବା ବିରୋଧକୁ ନଜରରେ ରଖି ଏଭଳି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି । ତାସହ ଏହି ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରାଯିବାକୁ ବି ସ୍ଥିର ହୋଇଛି ।

ତେବେ ଆଶ୍ଚର୍ଯ୍ୟର କଥା WAUର ଏହି ନିଷ୍ପତ୍ତିକୁ କିନ୍ତୁ ସଜହରେ ଗ୍ରହଣ କରିପାରି ନଥିଲା କିସ୍ । ଏମିତିକି ନିଜକୁ ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ଭାବେ ପ୍ରତିପାଦିତ କରିବାକୁ ଉଦ୍ୟମ କରିଛି । ନିଜର ଦୁଇଟି ୱେବ୍‌ସାଇଟ୍ ଖୋଲି ସେଥିରେ କିସ୍‌ରେ ସମ୍ମିଳନୀ ହେଉଥିବା କଥା ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନର ସହଯୋଗୀମାନଙ୍କୁ ବି ଜଣାଇଛି । ଯାହାକୁ ନେଇ ଆପତ୍ତି ଉଠାଇଛି WAU । କହିଛି ଏଭଳି ଉଦ୍ୟମ କରି କିସ୍ ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ ସହଯୋଗୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇଛି । କିସ୍ ନୁହେଁ ବରଂ ଦିଲ୍ଲୀରେ ହିଁ ଆସନ୍ତା ୨୦୨୩ରେ ଉନବିଂଶ ମାନବବିଜ୍ଞାନୀ ସମ୍ମିଳନୀ ଅନୁଷ୍ଠିତ ହେବ ଓ ଏହାକୁ ସମସ୍ତେ ମିଳିମିଶି ସାଫଲ୍ୟ କରିବାକୁ ସହଯୋଗୀମାନଙ୍କୁ ଆହ୍ୱାନ ଦେଇଛି ।

ତେବେ ଏଠି ପ୍ରଶ୍ନ, କାହିଁକି କିସ୍ ବିରୋଧରେ ଉଠିଲା ସ୍ୱର ? କଣ ପାଇଁ ଜଣାଶୁଣା ପ୍ରତିଷ୍ଠାନ କିସ୍‌ରେ ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ ଆୟୋଜନକୁ ହେଲା ବିରୋଧ । ବିଶିଷ୍ଟ ମାନବିକ ଅଧିକାର କର୍ମୀ ପ୍ରଫୁଲ୍ଲ ସାମନ୍ତରା ଗଣମାଧ୍ୟମ ଆଗରେ ସଫା ସଫା କହିଛନ୍ତି । କିସ୍ ଏକ ଆଦିବାସୀ ବିରୋଧୀ ଅନୁଷ୍ଠାନ ବୋଲି ତାଙ୍କ ସହ ବହୁ ମାନବିକ ଅଧିକାର କର୍ମୀ ଓ ବୁଦ୍ଧିଜୀବୀ ଏକମତ ହୋଇ ବିଶ୍ୱ ନୃତତ୍ତ୍ୱ କଂଗ୍ରେସକୁ ଅବଗତ କରାଇଥିଲେ । ଏମିତିକି କିସ୍ ଏକ ଫ୍ୟାରୀ  ସ୍କୁଲ ଓ ଏଠି ଆଦିବାସୀଙ୍କ ଅଧିକାରର ଗଭୀର ହନନ ହେଉଥିବା ବି ଦର୍ଶାଇଥିଲେ ।

ଆଦିବାସୀମାନେ ପ୍ରକୃତିର ସନ୍ତାନ ହୋଇଥିବାବେଳେ ସେମାନଙ୍କୁ ପ୍ରାକୃତିକ ପରିବେଶ ଓ ନିଜ ପରିବାର ଲୋକଙ୍କଠୁ ସମ୍ପୂର୍ଣ୍ଣ ଅଲଗା କରି ରଖାଯାଉଛି । ଏମିତିକି ସେମାନଙ୍କ ଶିକ୍ଷା ଓ ସାମାଜିକ ବିକାଶ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଥିବା ପ୍ରଚାର କରାଯାଉଥିଲେ ବି ବାସ୍ତବରେ ସେମାନଙ୍କ ନିଜସ୍ୱ ଭାଷାରେ ଶିକ୍ଷାଦାନ ହେଉନି କି ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯାଇନି । ଯନ୍ତା ଭଳି ପରିବେଶରେ ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କୁ କିସ୍‌ରେ ରଖାଯାଇ ବ୍ୟବସାୟିକ ସଂସ୍ଥା ଭଳି କିସ୍ କାର୍ଯ୍ୟ କରୁଛି । ଏଭଳି ଅଭିଯୋଗ ପରେ ନିଜେ ଓ୍ୱାର୍ଲଡ୍ ଆନ୍ଥ୍ରୋପୋଲୋଜି କଂଗ୍ରେସ ପକ୍ଷରୁ ଏହାର ଅନୁଧ୍ୟାନ କରାଯାଇଥିଲା । ଅଭିଯୋଗର ସତ୍ୟତା ହୃଦ୍‌ବୋଧ କରିବା ପରେ ନିଜେ WAU ଏଠି ଆଉ ସମ୍ମିଳନୀ କରିବାକୁ ଚାହିଁ ନଥିଲା ।