Advertisment

ବ୍ୟାଙ୍କ ଅଫିସର୍‌ଙ୍କୁ ମାଇଲା କିଏ?

ଭଡା ଘରୁ ଉଦ୍ଧାର ହେଲା ବ୍ୟାଙ୍କ ଅଫିସରଙ୍କ ମୃତଦେହ। ଗଂଜାମ ସୋରଡା ଥାନା ସାରୁଅ ସାହିର ଏକ ଭଡାଘରୁ ବ୍ୟାଙ୍କ ଅଫିସର ଏନ୍. ଦେବେନ୍ଦରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେବେନ୍ଦର ସୋରଡା ପଂଜାବ ନେସନାଲ ବ୍ୟାଙ୍କରେ କ୍ଷେତ୍ର ପରିଦର୍ଶକ ଭାବେ କାର୍ଯ୍ୟ କରୁଥିଲେ

author-image
Sarbeswar
ବ୍ୟାଙ୍କ ଅଫିସର୍‌ଙ୍କୁ ମାଇଲା କିଏ?

deadbody

ଭୁବନେଶ୍ୱର: ଭଡା ଘରୁ ଉଦ୍ଧାର ହେଲା ବ୍ୟାଙ୍କ ଅଫିସରଙ୍କ ମୃତଦେହ। ଗଂଜାମ ସୋରଡା ଥାନା ସାରୁଅ ସାହିର ଏକ ଭଡାଘରୁ ବ୍ୟାଙ୍କ ଅଫିସର ଏନ୍. ଦେବେନ୍ଦରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେବେନ୍ଦର ସୋରଡା ପଂଜାବ ନେସନାଲ ବ୍ୟାଙ୍କରେ କ୍ଷେତ୍ର ପରିଦର୍ଶକ ଭାବେ କାର୍ଯ୍ୟ କରୁଥିଲେ।

Advertisment

ତାଙ୍କ ଘର ତେଲେଙ୍ଗାନା ରାଜ୍ୟରେ ବୋଲି ସୂଚନା ମିଳିଛି। ଗତକାଲି ଦେବେନ୍ଦର ବ୍ୟାଙ୍କକୁ ଆାସିବାରେ ବିଳମ୍ବ ହେବାରୁ ବ୍ୟାଙ୍କ କର୍ମଚାରୀ ତାଙ୍କ ଘରକୁ ଡାକିବାକୁ ଯାଇଥିଲେ। କିନ୍ତୁ ସେଠାରେ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଆାଜି ପରିବାର ଲୋକ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ। ଏହାସହ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ ।

Advertisment
Ganjam BankOfficer
Advertisment
Advertisment