• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର :୧୨ ଜଣ ବୀର ପୁତ୍ରକୁ ହରାଇବା ଦେଶ ପାଇଁ ଅପୂରଣୀୟ କ୍ଷତି । ମାଟି ପାଇଁ, ଦେଶ ପାଇଁ ସେନାବାହିନୀ ପାଇଁ ଏହା ଏକ ବହୁତ ଦୁଃଖଦ ଘଟଣା ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା । ଜେନେରାଲ୍ ବିପିନ୍ ରାୱତ୍ ଦେଶର ସଣେ ସଚ୍ଚା ତଥା ଦକ୍ଷ ସୈନିକ ଥିଲେ, ତାଙ୍କୁ ଅନେକ ମେଡାଲ ମିଳିଥିଲା ବୋଲି ସେ କହିଛନ୍ତି । ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଥିଲେ ବିପିନ୍ ରାୱତ୍ । ସ୍ୱାଧୀନତା ପରେ ମିଲେଟ୍ରିରେ ସବୁଠାରୁ ବଡ଼ ପରିବର୍ତ୍ତନ ଆସିଥିଲା ।

କିଛି ସପ୍ତାହ ପୂର୍ବରୁ ହିଁ ଜେନେରାଲ ବିପିନ୍ ରାୱତଙ୍କ ସହ ଆଲୋଚନା ହୋଇଥିଲା । ସେ ଜଣେ ଅତି ସରଳ ତଥା ନିର୍ଭିକ ବ୍ୟକ୍ତି ଥିଲେ । ଅତି ମେଳାପୀ, ଖୁବ ଭଦ୍ର ଥିଲା ବ୍ୟବହାର । କଥାରେ ଥିଲା ଅଦ୍ଭୁତ ତେଜ ଆଉ ସ୍ପଷ୍ଟୋକ୍ତି । ନିଜର ଏନସିସି କ୍ୟାରିୟର୍ ସମ୍ପର୍କରେ ଅନୁଭୂତି ବାଣ୍ଟିଥିଲେ ଆଉ କିଛି ପରାମର୍ଶ ଦେଇଥିଲେ । ବହୁତ ସରଳ ପରାମର୍ଶ ଦେଇଥିଲେ, ଯାହାକୁ କାମରେ ଲଗେଇ ହେବ ।

ତେବେ ଜଣେ ହେଲିକପ୍ଟର ପାଇଲଟ୍ ହିସାବରେ ଏପରି ଖବର ଶୁଣିଲେ ଖୁବ ଦୁଃଖ ଲାଗେ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ମୁଁ ନିଜେ ୩୦ ବର୍ଷ ହେଲିକପ୍ଟର ଉଡ଼ାଇଛି । ହେଲିକପ୍ଟର କ୍ରାସ୍ ପଛରେ କିଛି ନା କିଛି କାରଣ ଥାଏ । ତେବେ ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସିଡିଏସ୍‌ଙ୍କ ହେଲିକପ୍ଟର ସାଧାରଣ ନଥିଲା । ଗୁରୁତ୍ୱପୂର୍ଣ୍ଣ ମିସନରେ ଭିଆଇପିଙ୍କ ଉଡ଼ାଣ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ତେବେ ଏଥିପାଇଁ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିନା କାରଣରେ କାହାକୁ ଦୋଷ ଦେବା ଠିକ ନୁହେଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ସିଡିଏସ୍ ବିପିନ ରାୱତଙ୍କ ସହ ପତ୍ନୀ ମଧୁଲିକା ରାୱତଙ୍କ ବି ମୃତ୍ୟୁ ହୋଇଛି । ଉଭୟଙ୍କ ସହ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲିକପ୍ଟରରେ ଥିବା କେବଳ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ।