Advertisment

ଛେଳି ପିଠିରେ ବସି ଜାମୁ କୋଳି ଖାଇଲା ମାଙ୍କଡ଼

ଏକ ମାଙ୍କଡ଼ ଓ ଛେଳି ଏକାଠି ଜାମୁ କୋଳି ଖାଉଥିବା ଏକ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ଜଙ୍ଗଲରେ ଜଣେ ବ୍ୟକ୍ତି ତାଙ୍କ ହାତରେ କିଛି ଜାମୁ କୋଳି ଧରି ଠିଆ ହୋଇଛନ୍ତି। ଲୋକଟିର ଡାକ ଶୁଣି ପ୍ରଥମେ ଜଙ୍ଗଲରୁ ଗୋଟିଏ ଛେଳି ବାହାରି ଆସିଥିଲା। କିଅନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଛେଳିର ବେକରେ ଗୁଡ଼ାଇ ହୋଇ ଏକ ଶିଶୁ ମାଙ୍କଡ ବସିଥିବା ଦେଖାଯାଇଛି।

author-image
Pramod Behera
Baby monkey riding on the goat back and eat jamun

ଉଭୟ ଛେଳି ଓ ମାଙ୍କଡ ସେହି ବ୍ୟକ୍ତିଙ୍କ ନିକଟତର ହେବାବେଳେ ସେମାନେ ତାଙ୍କ ହାତ ଜାମୁ କୋଳିରେ ପରିପୂର୍ଣ୍ଣ ଥିବା ଦେଖନ୍ତି। ବ୍ୟକ୍ତି ଜଣଙ୍କ ନିକଟତର ହେବା ମାତ୍ରେ ଛେଳି ଗୋଟିଏ ପରେ ଗୋଟିଏ ଜାମୁ କୋଳି ଖାଇବା ଆରମ୍ଭ କରେ। ଏହି ସମୟରେ ମାଙ୍କଡ଼ ଟିକେ ବ୍ୟତିବ୍ୟସ୍ତ ଥିବା ଦେଖାଯାଏ। କିନ୍ତୁ କିଛି ସମୟ ପରେ, ଛେଳିକୁ ଦେଖି ମାଙ୍କଡ଼ଟି ମଧ୍ୟ ଗୋଟିଏ ଜାମୁ କୋଳି ନେଇ ଖାଇବା ଆରମ୍ଭ କଲା।

Advertisment

ପ୍ରଥମ ଜାମୁ କୋଳିଟି ଖାଇବା ପରେ ମାଙ୍କଡ଼ ଅନୁଭବ କରିଛି ଯେ ତାଙ୍କୁ ଆହୁରି ମଧ୍ୟ ଖାଇବାର ଅଛି। ଏନେଇ ତାଙ୍କୁ ଭଲ ଭାବେ ବସିବାର ମଧ୍ୟ ଅଛି। ତେଣୁ ସେ ଛେଳି ଉପରେ ଚଢି ଆରାମରେ ବସିଯାଏ ଓ ଜାମୁ କୋଳିର ସ୍ୱାଦ ନିଏ। ଏହି ଦୁଇ ଛୋଟ ପ୍ରାଣୀଙ୍କ ମଧ୍ୟରେ ଏପରି ଅଦ୍ଭୁତ ପ୍ରେମ ପ୍ରଦର୍ଶନ କରୁଥିବା ଏହି ଭିଡିଓକୁ ଟ୍ୱିଟରରେ ବହୁର ପସନ୍ଦ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ୧୫ ମିଲିୟନରୁ ଅଧିକ ଥର ଦେଖାଯାଇଛି।

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଥିବା ବେଳେ ସେମାନେ ଭିଡିଓରେ ଅନେକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ମାଙ୍କଡ ଏବଂ ଛେଳି ମଧ୍ୟରେ ଥିବା ପ୍ରେମକୁ ଦର୍ଶାଉଥିବା ଏହି ଭିଡିଓ ଲୋକଙ୍କ ହୃଦୟ ଜିତିଛି। ପ୍ରକାଶଥାଉ ଯେ ଏହି ଭିଡିଓଟି ପ୍ରଥମେ ୟୁଟ୍ୟୁବ୍ ଚ୍ୟାନେଲ୍ 'ଆନିମଲ୍ ହୋମ୍'ରେ ଶେୟାର କରାଯାଇଥିଲା, ଯାହା ବିବି ନାମକ ଏକ ମାଙ୍କଡ଼ର ଏହି କାରନାମାକୁ ଦେଖାଇଛି।

Special Story
Advertisment
Advertisment