• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ହାଇକୋର୍ଟ

  • ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆଦନ କରିବାକୁ ନିର୍ଦ୍ଦେଶ

  • ଯଦି ଆବେଦନ କରନ୍ତି ସେହିଦିନ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚିଲିକା : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ମିଳିଲାନି । ଆଗୁଆ ଜାମିନ୍ ନଦେବା ସହ ଶୁକ୍ରବାର ଦିନ ନିମ୍ନ ଅଦାଲତରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିମ୍ନ ଅଦାଲତରେ ହାଜର ହୋଇ ଜାମିନ ଆବେଦନ କରିବାକୁ କହିଛନ୍ତି । ତେବେ ନିମ୍ନ ଅଦାଲତରେ ଆବେଦନ ନକଲେ ସେହିଦିନ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ମଧ୍ୟ କହିଛନ୍ତି ।

ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ମାଡ଼ ମାରିବା ଅଭିଯୋଗରେ ପୂର୍ବରୁ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ନିଲମ୍ବନ କରିଥିଲେ । ସୂଚନା ଅନୁସାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ପିଟିଥିବା ନେଇ ଖବର ଆସିଥିଲା । ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଥିଲେ ପ୍ରଶାନ୍ତ ।

ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଥିବା ହୋଇଥିଲା ଅଭିଯୋଗ। ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ପଚାରିବାକୁ ଯାଇଥିଲେ ନିରଞ୍ଜନ । ତେବେ ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ପ୍ରଶାନ୍ତ ଜଗଦେବ । ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଥିଲେ ନିରଞ୍ଜନ। ତେବେ ମାଡ଼ ପ୍ରତିବାଦରେ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀ ଧାରଣା ମଧ୍ୟ ଦେଇଥିଲେ ।

Other Stories