Advertisment

ଅଦ୍ଭୁତ ଚପଲ; ଆପଣ ବି ପିନ୍ଧିଲେ ଚଢିଯିବେ ଖମ୍ବ

ଭାରତର ଲୋକେ ଯୋଗାଡ (ପୁରୁଣା ଜିନିଷକୁ ବ୍ୟବହାର କରି ଭିନ୍ନ ଜିନିଷ ତିଆରି କରିବା) କ୍ଷେତ୍ରରେ ସବୁଠୁ ଆଗରେ। ସେଥିପାଇଁ ଅନେକ ସମୟରେ ଭାରତକୁ ଯୋଗାଡର ଦେଶ ମଧ୍ୟ କୁହାଯାଏ। ଏହି ଯୋଗାଡରୁ ମଧ୍ୟ ନୂଆ ଉଦ୍ଭାବନ ହୋଇଛି। କିଛିଦିନ ହେବ ସୋସିଆଲ ମିଡିଆରେ ବି ଏମିତି କିଛି ମଜ୍ଜାଳିଆ ଓ ଆଶ୍ଚର୍ଯ୍ୟ କରିବା ଭଳି ଜିନିଷର ଭିଡିଓ ଭାଇରାଲ୍ ହେଉଛି।

author-image
Pramod Behera
Amazing jugaad to climb electric pole

Amazing jugaad to climb electric pole

ଭାରତର ଲୋକେ ଯୋଗାଡ (ପୁରୁଣା ଜିନିଷକୁ ବ୍ୟବହାର କରି ଭିନ୍ନ ଜିନିଷ ତିଆରି କରିବା) କ୍ଷେତ୍ରରେ ସବୁଠୁ ଆଗରେ। ସେଥିପାଇଁ ଅନେକ ସମୟରେ ଭାରତକୁ ଯୋଗାଡର ଦେଶ ମଧ୍ୟ କୁହାଯାଏ। ଏହି ଯୋଗାଡରୁ ମଧ୍ୟ ନୂଆ ଉଦ୍ଭାବନ ହୋଇଛି। କିଛିଦିନ ହେବ ସୋସିଆଲ ମିଡିଆରେ ବି ଏମିତି କିଛି ମଜ୍ଜାଳିଆ ଓ ଆଶ୍ଚର୍ଯ୍ୟ କରିବା ଭଳି ଜିନିଷର ଭିଡିଓ ଭାଇରାଲ୍ ହେଉଛି। ଯୋଗାଡ ନାହିଁ ତ ଭାରତୀୟ ଲୋକଙ୍କର ଅନେକ କାମ ବନ୍ଦ ହୋଇଯିବ। କାରଣ ଯେତେବେଳେ କିଛି ନା କିଛି ସମସ୍ୟା ଚେଖାଯାଏ ଲୋକେ ଯୋଗାଡ ଦ୍ୱାରା ହିଁ ସେମାନଙ୍କ କାମକୁ ବହୁ ସହଜ ଓ ସରଳ କରିବା ନେଇ କିଛି ନା କିଛି ଉପାୟ ବାହାର କରି ଦିଅନ୍ତି। ଏବେ ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକ କହୁଛନ୍ତି ଯେ ଏହି ଟେକ୍ନୋଲୋଜୀ ଭାରତରୁ ବାହାରକୁ ନ ଯିବା ଉଚିତ।

Advertisment

ତେବେ ଭାଇରାଲ ହେଉଥିବା ଏହି ଯୋଗାଡ ଭିଡିଓକୁ ଟ୍ୱିଟରରେ @DoctorAjayita ନାମର ଜଣେ ଉପଭୋକ୍ତାଙ୍କ ଦ୍ୱାରା ଶେୟାର କରାଯାଇଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଥର ଦେଖା ସରିଛି। ଏହା ସହିତ ଭିଡିଓ ଉପରେ ଅନେକ ଲୋକ କମେଣ୍ଟ ମଧ୍ୟ ଦେଉଛନ୍ତି। ସମସ୍ତେ ଏହି ଯୋଗାଡ ଟେକ୍ନୋଲୋଜୀକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଲୋକେ କହିଛନ୍ତି ଯେ ଏଭଳି ମୁଣ୍ଡ ଲୋକଙ୍କ ପାଖକୁ କିପରି ଆସୁଛି।

Advertisment

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଲୁହା ରଡ୍ ବ୍ୟବହାର କରି ଏଥିରେ ଏକ ସ୍ୱତନ୍ତ୍ର ଢାଞ୍ଚା ତିଆରି କରି ଏକ ପ୍ରକାର ମୋଟା ରବର ଚପଲରେ ଫିଟ୍ କରିଛନ୍ତି। ଏହି ଚପଲକୁ ସେ ପିନ୍ଧି ବିନା ସିଡିରେ, ବିନା ଦଉଡି ସାହାଯ୍ୟରେ ଅତି ସହଜରେ ବିଦ୍ୟୁତ ଖମ୍ବ ଚଢି ଯାଉଛନ୍ତି। ଆପଣ ବି ଏହାକୁ ଦେଖି ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ମନେ ମନେ ଭାବୁଥିବେ କେଡେ ଚମତ୍କାର ଯୋଗାଡ! ଏହା ପରେ ଆପଣ ବି ମନେ ମନେ ଭାବି ସାରିବେଣି ଏମିତି ଏକ ଚପଲ ତିଆରି କରି ଆପଣଙ୍କ ଆଖ ପାଖରେ ଥିବା ଖମ୍ବକୁ ବି ଚଢିଯିବେ।

Special Story Amazing Jugaad
Advertisment
Advertisment