• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉଦଳା(ମାନସ ପାଣି) : ସିବିଏସଇ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ । ପ୍ରିନ୍ସିପାଲଙ୍କୁ ଘେରିଗଲେ ଅଭିଭାବକ । ସିବିଏସଇ ରେଜଲ୍ଟରେ ଛାତ୍ରଛାତ୍ରୀଙ୍କ କମ୍ ନମ୍ବର ରହିଥିବା ଅଭିଯୋଗ କରି ତାତିଛନ୍ତି ଅଭିଭାବକ । ଯାହାକୁ ନେଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ପ୍ରିନ୍ସିପାଲଙ୍କୁ ଘେରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ସେଂଟ ଯୋଶେଫ୍ କନଭେଂଟ ସ୍କୁଲରେ ।

ଏହା ସହିତ ବିଦ୍ୟାଳୟର ମମ୍ପ୍ୟୁଟର ରୁମକୁ ତାଲା ମାରିଛନ୍ତି ଅଭିଭାବକ । ୩ ତାରିଖ ସିବିଏସଇ ରେଜଲ୍ଟ ବାହାରିଥିବା ବେଳେ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ଭଲ ହୋଇନାହିଁ ବୋଲି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଯୋଗ କରିଛନ୍ତି । ଯେଉଁ ମାନେ ଅଷ୍ଟମ ଏବଂ ନବମରେ ୯୦ ପ୍ରତିଶତ ନମ୍ବର ରଖୁଥିଲେ, ସେମାନଙ୍କୁ ୪୦ ପ୍ରତିଶତରୁ କମ୍ ନମ୍ବର ମିଳିଛି । ଏହା ସହିତ ଅଷ୍ଟମ, ନବମ ଶ୍ରେଣୀରେ ୪୦ ପ୍ରତିଶତରୁ କମ୍ ମାର୍କ ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ସିବିଏସଇ ବୋର୍ଡ ପରୀକ୍ଷାରେ ୭୦ ରୁ ୮୦ ପ୍ରତିଶତ ମାର୍କ ଦିଆଯାଇଛି ।

ଚଳିତବର୍ଷ ଏହି ସ୍କୁଲରୁ ୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଅର୍ଦ୍ଧାଧିକ ଛାତ୍ରଛାତ୍ରୀଙ୍କର ପରିକ୍ଷାଫଳରେ ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ଅଭିଭାବକମାନେ ସ୍କୁଲ ପରିସରରେ ପହଞ୍ଚି ପ୍ରିନ୍ସିପାଲଙ୍କୁ ତାଙ୍କ ଚେମ୍ବରରେ ଘେରିବା ସହିତ ବିଦ୍ୟାଳୟର କମ୍ପ୍ୟୁଟର ରୁମରେ ତାଲା ମାରିଥିଲେ । ଦୀର୍ଘ ସମୟ ଧରି ସ୍କୁଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ଏହା ସହିତ ତୁରନ୍ତ ଏହାର ସମାଧାନ କରିବା ସହିତ ରିମାର୍କିଂ କରିବାକୁ ଦାବି କରିଛନ୍ତି ଅଭିଭାବକ । ଘଟଣା ବାବଦରେ ସ୍କୁଲ ପ୍ରିନ୍ସିପାଲଙ୍କୁ ପଚାରିବାରୁ ସେ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି ।