Advertisment

ମାୟା ସଭ୍ୟତା ସହ ଏଲିୟନ୍ସଙ୍କ ସମ୍ବନ୍ଧ

ମାୟା ସଭ୍ୟତା ବିଷୟରେ ଆପଣମାନେ ନିଶ୍ଚିତ ଅଳ୍ପ ବହୁତେ ଜାଣିଥିବେ। ଏହି ରହସ୍ୟମୟ ସଭ୍ୟତାକୁ ନେଇ ଦେଶ ଦୁନିଆରେ ଅନେକ ଦାବି ରହିଛି। ଅନେକ ଲୋକ କୁହନ୍ତି ଯେ ମାୟା ସଭ୍ୟତାର ସଂପର୍କ ଏଲିୟନ୍ସ ସହିତ ଥିଲା। ତେବେ ଏହି କଥା କେତେ ସତ ଓ କେତେ ଗୁଜବ ସେ ବିଷୟରେ ଜାଣିବା।

author-image
Pramod Behera
Maya Civilization

Maya Civilization

ମାୟା ସଭ୍ୟତା ବିଷୟରେ ଆପଣମାନେ ନିଶ୍ଚିତ ଅଳ୍ପ ବହୁତେ ଜାଣିଥିବେ। ଏହି ରହସ୍ୟମୟ ସଭ୍ୟତାକୁ ନେଇ ଦେଶ ଦୁନିଆରେ ଅନେକ ଦାବି ରହିଛି। ଅନେକ ଲୋକ କୁହନ୍ତି ଯେ ମାୟା ସଭ୍ୟତାର ସଂପର୍କ ଏଲିୟନ୍ସ ସହିତ ଥିଲା। ତେବେ ଏହି କଥା କେତେ ସତ ଓ କେତେ ଗୁଜବ ସେ ବିଷୟରେ ଜାଣିବା।

Advertisment

ସାରା ବିଶ୍ୱରେ ଏମିତି ଅନେକ ପ୍ରାଚୀନ କଳା ସଂସ୍କୃତି ଅଛି ଯାହାକୁ ଏଲିୟନ ମାନେ ନିର୍ମାଣ କରିଥିବା କଥା ଅନେକ କୁହନ୍ତି। ତେବେ ଆପଣ ଗୀଜା ପିରାମିଡ କଥା କୁହନ୍ତୁ ବା ଷ୍ଟୋନ୍‌ହେଞ୍ଜ କଥା କୁହନ୍ତୁ। କନ୍ସପିରେସୀ ଥିଓରୀ ଏହି ସବୁ କଳାସଂସ୍କୃତିର ସମ୍ବନ୍ଧ ଏଲିୟନ୍ସ ସହିତ ଜଡିତ କରୁଛନ୍ତି।

Maya Civilizationମାୟା ସଭ୍ୟତା

ମାୟା ସ୍ଥାପତ୍ୟକୁ ଦେଖିବା ପରେ ବିଶେଷଜ୍ଞମାନେ କହିଛନ୍ତି ଯେ ଏସବୁର ସଂପର୍କ ଏଲିୟନ୍ସ ସହିତ ରହିଛି। ମାୟା ମନ୍ଦିରର କାନ୍ଥର ଅନେକ ସ୍ଥାନରେ ଅନ୍ୟ ଗ୍ରହ ଜୀବର ଚିତ୍ର ଅଙ୍କିତ ହୋଇଛି। ତେବେ ଏହା କ’ଣ ସେଇ ଏଲିୟନ୍ସ ଦ୍ୱାରା କରାଯାଇଛି? ଏହି ମୌକାରେ ଆସନ୍ତୁ ଜାଣିନେବା ସେହି ମାୟା ସଭ୍ୟତା ବିଷୟରେ।

Advertisment

ମାୟା ସଂସ୍କୃତିରେ ଏ କଥାର ଉଲ୍ଲେଖ ମିଳେ ଯେ ପ୍ରାଚୀନ ସମୟରେ ସ୍ୱର୍ଗର ଅନେକ ଦେବତା ପୃଥିବୀକୁ ଆସୁଥିଲେ। ସେମାନେ ପ୍ରାଚୀନ ମାୟା ଲୋକଙ୍କୁ ଜ୍ୟୋତିର୍ବିଜ୍ଞାନ, ସ୍ଥାପତ୍ୟ ଓ ନିର୍ମାଣ ସମ୍ବନ୍ଧୀୟ ବହୁମୂଲ୍ୟ ଜ୍ଞାନ ଦେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦେବତା ଏହା କହିଥିଲେ ଯେ ୨୦୧୨ ଡିସେମ୍ବର ୨୧ରେ ପୁନର୍ବାର ପୃଥିବୀକୁ ଆସିବେ। ବିଶେଷଜ୍ଞଙ୍କ କହିବା କଥା ସେହି ଦେବତା ଆଉ କେହି ନୁହନ୍ତି ବରଂ ଏଲିୟନ୍ସ, ଯାହାଙ୍କୁ ମାୟାର ଲୋକେ ନିଜର ଇଷ୍ଟ ବୋଲି ମାନୁଥିଲେ।

Maya Civilizationମାୟା ସଭ୍ୟତା

ମାୟା ସଭ୍ୟତା ଉପରେ ହୋଇଥିବା ଅନେକ ଅଧ୍ୟୟନ ଏହାକୁ ସ୍ପଷ୍ଟ କରେ ଯେ ପ୍ରାଚୀନ ମାୟା ସଭ୍ୟତାରେ ଏଲିୟନ୍ସ ଭ୍ରମଣ କରୁଥିଲେ। ଲାଟିନ୍ ଆମେରିକାର ଏହି ସଭ୍ୟତାର କାନ୍ଥରେ ଏଭଳି କିଛି କଳାକୃତି ଅଙ୍କିତ ହୋଇଛି ଯାହା ମାୟା ଓ ଏଲିୟନ୍ସ ମଧ୍ୟରେ ସଂପର୍କ ଥିବା ପ୍ରମାଣ କରେ। ପାକାଲର ମକବରା ଦୀର୍ଘ ଦିନ ଧରି ଏହି କଥାର ସାକ୍ଷୀ ଦେଇ ଆସୁଛି।

Maya Civilizationମାୟା ସଭ୍ୟତା

ପାକାଲର ମକବରା ଚିତ୍ର ଦେଖିବା ପରେ ଅନେକ ବିଶେଷଜ୍ଞ ଏହା କହିଛନ୍ତି ଯେ ପାକାଲ ଏକ ଭିନ୍ନ ଧରଣର ଉଡନ୍ତା ଯାନରେ ବସିଥିବା ଭଳି ଦେଖାଯାଏ, ଯାହା କୌଣସି ଅନ୍ୟ ଦୁନିଆକୁ ଯିବା ଭଳି ଲାଗୁଛି। ଏହା ବ୍ୟତୀତ ମାୟା ସଭ୍ୟତା ସହ ଜଡିତ ଅନେକ ରହସ୍ୟମୟ ତଥ୍ୟର ଅଧ୍ୟୟନ ହୋଇଛି, ଯାହା ଏହି କଥାର ପ୍ରମାଣ କରୁଛି ଯେ ଏଲିୟନ୍ସ ସହିତ ମାୟା ଲୋକଙ୍କ ସମ୍ପର୍କ ଥିଲା।

Maya Civilizationମାୟା ସଭ୍ୟତା

ଏହି ସଭ୍ୟତା ସହିତ ଜଡିତ ରହସ୍ୟମୟ କଳାକୃତୀକୁ ୨୦୧୧ରେ ଜର୍ମାନୀର ସାରବ୍ରକନରେ ଆୟୋଜିତ ଏକ ସମ୍ମିଳନୀରେ ପ୍ରଦର୍ଶିତ କରାଯାଇଥିଲା। ଏହି କଳାକୃତୀକୁ ଡା. ନସୀମ ହରାମୀନ୍ ଦ୍ୱାରା ପ୍ରସ୍ତୁତ କରା ଯାଇଥିଲା। ସମ୍ମିଳନୀରେ ଏପରି ଅନେକ କିଛି ଦେଖାଯାଇଥିଲା ଯେଉଁଥିରେ ଅନ୍ୟ ଗ୍ରହ ଜୀବ ବା ସେମାନଙ୍କ ସହ ଜଡିତ ରସସ୍ୟମୟ ଜିନିଷ ଅଙ୍କିତ ହୋଇଥିଲା।

Special Story Maya Civilization
Advertisment
Advertisment